Odisha news

ମୋବାଇଲ୍ ଦେଖାଇବାକୁ ଡ଼ାକିନେଇ , ୫ ବର୍ଷର ଝିଅକୁ ଦୁଷ୍କର୍ମ , ଯୁବକ ଗିରଫ

0

ଭଞ୍ଜନଗର— ମୋବାଇଲ୍ ଦେଖାଇବାକୁ ଡାକିନେଲା । ସୁଯୋଗ ପାଇ ଦୁଷ୍କର୍ମ କଲା ଯୁବକ । ତାହା ପୁଣି ଗୋଟିଏ ୫ ବର୍ଷର ଝିଅକୁ ।  ଏମିତି ଅମାନୁଷିକ ଘଟଣା ନଜରକୁ ଆସିଛି , ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଲଣ୍ଡାଜୁଆଳି ଗାଁ ନିକଟରେ । ଅଭିଯୁକ୍ତ ଯୁବକକୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି ପୋଲିସ । ମିଳିଥିବା ସୂଚନା ପ୍ରକାରେ , ଲଣ୍ଡାଜୁଆଳି ଗାଁ ର ବିକାଶ ପୋଲାଇ (୨୨) ନାମକ ଯୁବକ , ଜଣେ ୫ ବର୍ଷ ର ଝିଅକୁ ମୋବାଇଲ ଦେଖାଇବାକୁ ବାହାନା କରି ସନ୍ଧ୍ୟା ରେ ଡାକି ନେଇଥିଲା ଏକ ନିକାଞ୍ଚନ ସ୍ଥାନକୁ । ସେଠାରେ ମୋବାଇଲ୍ ଦେଖାଇବା ବଦଳରେ ତାକୁ ଦୁଷ୍କର୍ମ କରିଥିଲା । ପରେ ଘଟଣାକୁ କିଛି ବୁଝିନପାରି , ଛୋଟ ଝିଅଟି ଘର ଲୋକଙ୍କୁ କହିଥିଲା । ଏହାପରେ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ ହେବାପରେ , ଘଟଣାର ତଦନ୍ତ କରିଥିଲା ପୋଲିସ । ଅଭିଯୁକ୍ତ କୁହାଯାଉଥିବା ଯୁବକ କୁ ଗିରଫ କରି ପଚରାଉଚରା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ଡାକ୍ତରୀ ପରୀକ୍ଷା ପରେ , ୧୩୦/୨୨ ରେ ପୋକ୍ସୋ ଆଇନ୍ ରେ ଏକ ମାମଲା ରୁଜୁ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା ପୋଲିସ ।

Leave A Reply