Odisha news

ସମବାୟ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ, ନାଆମୀର ଗୋଟିଏ ନାକଚ

0

ଭଣ୍ଡାରିପୋଖରୀ,୨୯ା୫ : ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା, ନାଆମୀ, ନାରାୟଣପୁର, ନଗୁଆଁ ଓ ରହଣିଆ ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦ ନିର୍ବାଚନ ପାଇଁ ଗତ ୨୬ ତାରିଖରେ ଦାଖଲ ମନୋନୟନ ପତ୍ରଗୁଡିକୁ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ତେସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ ୧୫ ପ୍ରାର୍ଥୀ ନାମାଙ୍କନ ପତ୍ର ବୈଧଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଫଳରେ ଏହି ସମିତିର ବୋର୍ଡ ବିନାପ୍ରତିଦ୍ୱନ୍ଦିତାରେ ଗଠନ ହେବ । ସେହିପରି ନାଆମୀ ପ୍ରାଥମିକ କୃଷି ସମବାୟ ସମିତିର ୨୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଗୋଟିଏ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୨ ଜଣ ବିନାପ୍ରତିଦ୍ୱନ୍ଦିତାରେ ନିର୍ଚାଚିତ ହୋଇଛନ୍ତି । ରହଣିଆ ପ୍ରାଥମିକ କୃଷି ସମବାୟ ସମିତିର ୩୭ ଜଣ ପ୍ରାର୍ଥୀଙ୍କ ମନୋନୟନପତ୍ର କାଏମ ରହିଛି । ଅନୁରୂପ ଭାବେ ନାରାୟଣପୁର ପ୍ରାଥମିକ କୃଷି ସମବାୟ ସମିତିର ୩୫ଜଣ ପ୍ରାର୍ଥୀପତ୍ର ବୈଧଥିବା ଜଣାଯାଇଛି । ନଗୁଆଁରେ ୩୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଛି । ମନୋନୟନପତ୍ର ସମ୍ପର୍କୀୟ ଆପତ୍ତି ଅଭିଯୋଗର ଶୁଣାଣୀ ୩୧ରେ ହୋଇ ୧ ତାରିଖରେ ସଠିକ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ୫ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ ।

Leave A Reply