ଭଦ୍ରକ :ଏକ ସଡ଼କ ଦୁର୍ଘଟଣା ସେମାନଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । ଅଶୀ ଡ଼େଇଁଲା ପରେ ବି ଚଳ ଚଞ୍ଚଳ ଥିବା ବୁଢା ମଣିଷଟି ଏବେ ଆଉ ଉଠିବା ପାଇଁ କୁ ଯାଉନି, ଉପାୟଶୂନ୍ୟ ହୋଇ ଘର ବାରଣ୍ଡରେ ବସି ରହୁଛନ୍ତି । ଦୁର୍ଘଟଣାରେ ଗୁରୁତର ଆ=ୁ ଚିକିସିା ପାଇଁ ଲକ୍ଷାଧିକ ଟଙ୍କାର ଆବଶକତା ରହିଛି କିନ୍ତୁ କେଉଁଠୁ ଆସିବ ଟଙ୍କା କିଏ ବା ଦେବ? ଏମିତି ଦୁର୍ବିସହ ଜୀବନ କାଟୁଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଷ୍ଣୁପୁରବନ୍ଧା ପଞ୍ଚାୟତ ପୋଡ଼ପଡ଼ା ଶାସନର ୮୨ ବର୍ଷୀୟ ବୃଦ୍ଧ ମୂରଲି ଖଟୁଆ ।
ଜରେ ସରଳ ମଣିଷ ଭାବେ ଆନନ୍ଦବଜାର ଅଞ୍ଚଳରେ ପରିଚିତ ମୂରଲୀ ଗତ ଫେବୃଆରୀ ମାସରେ ନିଜ ପତ୍ନୀଙ୍କ ଭା ସମ୍ପର୍କରେ ସରପଞ୍ଚ ସହ ଆଲୋଚନା କରି ଫେରିବା ବାଟରେ ଏକ ବାଇକ ତାଙ୍କୁ ଦMା ଦେଇଥିଲା । ଦୁର୍ଘଟଣାରେ ତାଙ୍କ ଡ଼ାହାଣ ଗୋଡ଼ ଆ=ୁ ଗଭୀର ଭାବରେ କ୍ଷତି ହୋଇଥିଲା । ଭଦ୍ରକ ଏବଂ କଟକରେ ଚିକିସିା ପରେ କିଛି ସୁଫଳ ମିଳିନି ।
ପ୍ଲାଷ୍ଟର ଖୋଲିବା ପରେ ଗୋଡ଼ ଆଉ କାମ କରୁନାହିଁ । ଏବେ ପୂର୍ଣ୍ଣ ଚିକିସିା ପାଇଁ ଯେଉଁ ଅର୍ଥ ଆବଶକ ତାହା ମୂରଲୀଙ୍କ ସାଧ ବାହାରେ । ଏପରି ପରିସ୍ଥିତିରେ ଭାଗକୁ ଆଦରି ଘର ବାରଣ୍ଡାରେ ବସି ଦିନ କାଟୁଥିବା ବୃଦ୍ଧ ମୂରଲୀ ଯେଉଁ ପତ୍ନୀଙ୍କ ଭା ପାଇଁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହେଲେ ୬ମାସ ପରେ ବି ତାଙ୍କର ଭା ଖଣ୍ଡେ ହୋଇ ପାରୁନି ।
ଚିକିସିା ପାଇଁ ଅର୍ଥ ପ୍ରତିବନ୍ଧକ ହୋଇଥିବା ବେଳେ ନାତୁଣୀର ସାହାରା କରି ବଞ୍ଚୁଥିବା ମୂରଲୀ ଏବଂ ସ୍ତ୍ରୀ ଶକୁନ୍ତଳ(୭୨)କୁ ଭରସା ମାସିକ ୫ ଶହ ଟଙ୍କାର ଭତ୍ତା । କରୋନା ସଂକଟରେ ସମସ୍ତେ ପ୍ରଭାବିତ ହୋଇଥିାରୁ ବନ୍ଧୁ ବାନ୍ଧବ ମାନେ ଯାହା କିଛି ସାହାର୍ଯ ସହଯୋଗ କରୁଛନ୍ତି । ତାହା ତାଙ୍କର ଔଷଧ ଖର୍ଚ୍ଚକୁ ନିଅ ହେଉଛି । କେତେ ଗୁହାରି କରିଥିଲେ ମଧ ସ୍ତ୍ରୀ ଶକୁନ୍ତଳା ପାଇଁ ଆଜି ପର୍ଯନ୍ତ ଭା ଟିଏ ହୋଇନଥିବା ଦୁଃଖର ସହ ପ୍ରକାଶ କରି ବଞ୍ଚିିବା ପାଇଁ ଆମେ ନିକଟରେ ବିଷ୍ଣୁପୁରବନ୍ଧା ପଞ୍ଚାୟତ ଅଫିସ ଆଗରେ ଅନଶନରେ ବସିବୁ ବୋଲି ଅକର୍ମଣ ମୂରଲୀ କହିଛନ୍ତି ।