ଭଦ୍ରକ :ଭଦ୍ରକ ଜିଲ୍ଲା ପ୍ରଶାସନ ଜିଲ୍ଲା ତମାମ ସପ୍ତାହନ୍ତା(ପ୍ରତି ଶନିବାର ଓ ରବିବାର)ରେ ସର୍ଟଡାଉନ ଜାରି ରହିଥିଲେ ବି “କରୋନା’ ସଂକ୍ରମଣ କାୟା ବିସ୍ତାର କରିଚାଲିଛି । ମୁଖ୍ୟତଃ ସହରାଞ୍ଚଳରେ ଅଧିକାଂଶ ଓ୍ୱାର୍ଡରେ ସ୍ଥାନୀୟ ସଂକ୍ରମଣ ଦୈନିକ ଦୃତ ଗତିରେ ବଢିଚାଲିଛି । ଗୁରୁତ୍ୱପୂର୍ଣ୍ଣ କଥା, ଆଜି ଜିଲ୍ଲାର ଜଣେ ୫୩ବର୍ଷର ମହିଳା କୋଭିଡ୍ରେ ମୃତ୍ୟìବରଣ କରିଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରିଛି । ଫଳରେ ଜିଲ୍ଲାରେ କରୋନା ମୃତୃ୍ୟ ସଂଖ୍ୟା ୩ରେ ପହଞ୍ଚିଛି । ହେଲେ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ପ୍ରତିଦିନ କୋଭିଡ୍ ସମ୍ପର୍କୀତ ଖବରରେ ଉକ୍ତ ମୃତୁ୍ୟ ନେଇ କୌଣସି ସୂଚନା ନାହିଁ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ମୃତକଙ୍କ ତଥ୍ୟ ବାବଦରେ ଅଜ୍ଞ ଥିବା କହିଛନ୍ତି । ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତ ୬୬ଜଣ ଚିିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫ରେ ପହଁଞ୍ଚିଛି । ଜିଲ୍ଳାରୁ ମୋଟ ୨୦ହଜାର ୮୩୦ଜଣଙ୍କ ନମୁନା ପରୀକ୍ଷା ହେବା ପରେ ମୋଟ ୮୦୫ଜଣ ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ୬୧୧ଜଣ ସୁସ୍ଥ ହୋଇ ସାରିଥିବାରୁ ମୋଟ ଆକଫିଭ କେଶ ଏବେ ୧୯୨ ରହିଛି । ନୂତନ ୬୬ ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧ ଓ ଲୋକାଲ କଣ୍ଟାକଫ ୪୫ଜଣ ବାହାରିଛନ୍ତି । ଭଦ୍ରକ ବ୍ଲକ ରାନ୍ଦିଆ ହାଇସ୍କୁଲ ଟିଏମ୍ସିରୁ ଜଣେ, ବନ୍ତ ବ୍ଲକ ଆଗରପଡା ବାଳିକା ଉଚ୍ଚ ବିଦ୍ୟାଳୟରୁ ଜଣେ, ତିହିଡି ବ୍ଲକ କୁବେରା ଜଇପୁର ଟିଏମ୍ସିରୁ ୨ଜଣ, ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟରୁ ୫ଜଣ, ଭଣ୍ଡାରିପୋଖରୀ ବ୍ଲକ ସରସଦା ହାଇସ୍କୁଲ ଟିଏମ୍ସିରୁ ୬ଜଣ, ନାଆମି କଲେଜ ଟିଏମ୍ସିରୁ ୪ଜଣ, ଧାମନଗର ବ୍ଲକ ବମକୁରା ହାଇସ୍କୁଲ ଟିଏମ୍ସିରୁ ଜଣେ, ଭଦ୍ରକ ପୌରପାଳିକା ୨୫ ନଂ ଓ୍ୱାର୍ଡ ଗରଦପୁର ସଙ୍ଗତ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁରୁପ ଭାବେ ବନ୍ତ ବ୍ଲକ ଅଢାଳପଙ୍କ ଗାଁର ଜଣେ ବ୍ୟକ୍ତି ଭୁବନେଶ୍ୱରର ଏମ୍ସ୍ ଚିକିତ୍ସାଧିନ ଥିବା ବେଳେ ପଜିଟିଭ୍ ଚିିହ୍ନଟ ହୋଇଛନ୍ତି ।
ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ରାମପୁର ଗ୍ରାମରୁ ୫ଜଣ, ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଣିଗଡିଆ ଗ୍ରାମରୁ ୭ଜଣ ଏବଂ ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚୟତ କମାରବନ୍ଧ ଗାଁରୁ ୮ଜଣ ଗୋଷ୍ଠୀ ସଂକ୍ରମଣରେ ସଂକ୍ରମିତ ହୋଇ ଆକ୍ରାନ୍ତ ଭାବେ ଚିିହ୍ନଟ ହୋଇଛନ୍ତି । ଅନ୍ୟ ଲୋକାଲ କଣ୍ଟାକଫ ଭାବେ ଯେଉଁମାନେ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଧାମନଗର ବ୍ଲକ ଆନନ୍ଦପୁର ଗାଁରୁ ଜଣେ, ଧୁଷୁରୀ ଥାନା ପୁଲିସ କ୍ୱାର୍ଟରରୁ ଜଣେ, ଅସୁରାଳି ଗଣେଶନଗର ଗାଁରୁ ଜଣେ,ଭଦ୍ରକ ବ୍ଲକ ଗୋପାଳବିନ୍ଧା ଗାଁରୁ ଜଣେ, ଚାନ୍ଦବାଲି ବ୍ଳକ ବିଜୟନଗର ବେଗୁନାଇ ଗ୍ରାମରୁ ଜଣେ, ବାସୁଦେବପୁର ବ୍ଳକ କିସ୍ମତକୃଷ୍ଣପୁର ଗାଁରୁ ଜଣେ, ବନ୍ତ ବ୍ଲକ କାଣ୍ଡବା ଗାଁରୁ ଜଣେ, ଭଦ୍ରକ ପୌରପାଳିକା ୭ ନଂ ଓ୍ୱାର୍ଡ ଗବସାହି ଗାଁରୁ ୨ଜଣ, ୯ ନଂ ଓ୍ୱାର୍ଡ ଚାରିିଘରିଆ ଗ୍ରାମରୁ ଜଣେ, ୧୩ ନଂ ଓ୍ୱାର୍ଡ ନୂଆବଜାର ଅଞ୍ଚଳରୁ ଜଣେ, ୨୭ ନଂ ଓ୍ୱାର୍ଡ ପୁରୁଣାବଜାର ଅଞ୍ଚଳରୁ ୨ଜଣ, ୧୫ ନଂ ଓ୍ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୨୦ ନଂ ଓ୍ୱାର୍ଡ ଶଙ୍କରପୁର ଗ୍ରାମରୁ ଜଣେ, ୧୨ ନଂ ଓ୍ୱାର୍ଡ ସାବନବଜାର ପୁଲିସ କଲୋନୀରୁ ଜଣେ, ୨ ନଂ ଓ୍ୱାର୍ଡ ବରାଳପୋଖରୀ ଗ୍ରାମରୁ ଜଣେ, ଜଣେ କେନ୍ଦୁଝର ଜିଲ୍ଲା ଓରାଳି ଗ୍ରାମର ଏବଂ ୨ଜଣ ବ୍ରାହ୍ମଣୀପାଳ ଅଞ୍ଚଳର, କଟକ ଜିଲ୍ଲା ଆଠଗଡ ତିଗିରିଆ ଅଞ୍ଚଳର ଜଣେ, ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ଗାଁରୁ ୨ଜଣ, ଆଦମପୁର ଗାଁରୁ ଜଣେ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି ।
ଭଦ୍ରକ ଜିଲ୍ଲାର ଏହି ସବୁ ଆକ୍ରାନ୍ତ ରହୁଥିବା ଅଞ୍ଚଳ ଗୁଡିକ ମଧ୍ୟରୁ ଯେଉଁସବୁ ଅଞ୍ଚଳ ପୂର୍ବରୁ କଣ୍ଟେନମେଣ୍ଟଜୋନ ରହିଥିଲା, ସେ ସବୁ କଣ୍ଟେନମେଣ୍ଟଜୋନ୍ର ସମୟସୀମାରେ ବୃଦ୍ଧି କରାଯାଇଥିବା ବେଳେ ନୂଆ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ ଭାବେ ଘୋଷଣା କରାଯାଇଛି ।