ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ପଞ୍ଚାୟତ ହାଇସ୍କୁଲ ପଡିଆ ରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଥିବାବେଳେ ଶନିବାର ଉଦଯାପିତ ହୋଇଯାଇଛି। ବିର ବୀର୍ଷା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ୨୬ ତମ ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳ ୱେଷ୍ଟ ବେଙ୍ଗଲ ଏବଂ ଡିଜେ ବାପୁନ ନୁଆସାହି ମୟୁରଭଞ୍ଜ ମଧ୍ୟ ରେ ହେଇଥିଲା। ଶେଷରେ ଡିଜେ ବାପୁନ ନୁଆସାହି ମୟୁରଭଞ୍ଜ ଚମ୍ପିୟାନ ହୋଇଥିଲା । ପ୍ରଥମ ପୁରସ୍କାର ତିରିଶ ହଜାର, ଦ୍ଵିତୀୟ ପୁରସ୍କାର କୋଡିଏ ହଜାର, ତୃତୀୟ ପୁରସ୍କାର ପାଞ୍ଚ ହଜାର, ଏବଂ ଚତୁର୍ଥ ପୁରସ୍କାର ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ବଡ଼ସାହି ବିଧାୟକ ସନାତନ ବିଜୁଳି ,ସଭାପତି ସପନ କୁମାର ଭୁଆଁ,ଉପସଭାପତି ରଞ୍ଜିତ ରାଏ ,କ୍ରୀଡା ଶିକ୍ଷକ ବିଜୟ ପରିଡା, ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳିକା ପଙ୍କଜିନୀ ସେଠି, ବ୍ରଜମୋହନ ବେହେରା,ଉମାକାନ୍ତ ବେହେରା,ମୁରଲୀ ଧର ମହାନ୍ତି ,ରତି ମହାନ୍ତି,ଅଭିଳାଷ ଚନ୍ଦ୍ର ଗିରି,ଶାନ୍ତନୁ ଦଳେଇ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏହି ଖେଳକୁ ଭବାନୀ ଶଙ୍କର,ଜିତେନ୍ଦ୍ର କୁମାର ବାରିକ ପରିଚାଳନା କରିଥିବା ବେଳେ ବୀର ବିର୍ଷା କ୍ଲବ ର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।