ବେତନଟୀ : ପାଣିପାଗ ବିଭାଗର ସୂଚନା ମୁତାବକ ବାତ୍ୟା “ଦାନା” ଲଘୁଚାପ ରେ ପରିଣତ ହେବା ପରେ ୨୪ ତାରିଖ ଓଡିଶା ଉପକୂଳରେ ଲାଣ୍ଡଫଲ୍ କରିବାର ଅଧିକ ଆଶଙ୍କା ରହିଥିବାର ଜଣାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ଜିରୋ କାଜୁଆଲିଟି କୁ ଗୁରୁତ୍ୱ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ବର୍ତ୍ତମାନର ବିଜେପି ସରକାର ବାତ୍ୟା ର ମୁକାବିଲା ପାଇଁ ବିଭିନ୍ନ ପଇଁତରା ଚଳାଇଥିବା ବେଳେ ବଡ଼ସାହି ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ମଧ୍ୟ ପଛରେ ପଡିନାହାଁନ୍ତି । ବିଧାୟକ ଶ୍ରୀଯୁକ୍ତ ବିଜୁଳିଙ୍କ ସମେତ ରାଜ୍ୟ ସରକାରଙ୍କର ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ତଥା ବାତ୍ୟା ପାଇଁ ମୟୂରଭଞ୍ଜ ଜିଲ୍ଲା ନୋଡାଲ ଅଫିସର ବିନୀତ ଭରଦ୍ୱାଜ ବୁଧବାର ବେତନଟୀ ବ୍ଲକ ର ବେଲାଣପୁରା ଏବଂ ବଡ଼ସାହି ବ୍ଳକ ର ଶାଳଗାଁ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ଜିଲ୍ଲାପାଳ ହେମକାନ୍ତ ସାଏ , ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲି , ତହସିଲଦାର ସୁରଥ ଚନ୍ଦ୍ର ରାଉତ , ଉପଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାୟକ , ବେତନଟୀ ବି.ଡି. ଓ ଗୋପିନାଥ ଖlଖା ,ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ତଥା ଅନ୍ୟ ଅଧିକାରୀ ବେଲାଣପୁରା ବାତ୍ୟା ଆଶ୍ରୟ ସ୍ଥଳି ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସହକାରୀ ଯନ୍ତ୍ରୀ ସୌମ୍ୟାଶ୍ରୀ ଭୋଇ ସହଯୋଗ କରିଥିଲେ ଓ ପାଟଳିପୁରା ସରପଞ୍ଚ ମମତା ନାଏକଙ୍କ ସମେତ ପି ଇ ଓ ଉପସ୍ଥିତ ଥିବା ଜଣାଯାଇଛି । ଶ୍ରୀଯୁକ୍ତ ଭାରଦ୍ଵାଜ ସମସ୍ତ ଅଧିକାରୀ ଙ୍କୁ ସଜାଗ ରହିବା ନିମନ୍ତେ ପରାମର୍ଶ ଦେଇଥିବାବେଳେ ବାତ୍ୟା “ଦାନା “ର ଉଗ୍ରତା କେତେ ରହିବ ଦୃଷ୍ଟି ଦେବା ତଥା ସଜାଗ ରହିବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ | ଏତଦ ବ୍ୟତିତ ସମସ୍ତ ପଞ୍ଚାୟତର ସରପଞ୍ଚ, ପିଇଓ ଓ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି | ବିଧାୟକ ଶ୍ରୀଯୁକ୍ତ ବିଜୁଳି ସମ୍ଭାବ୍ୟ ବାତ୍ୟାରେ ଯେପରି କୌଣସି ଧନ ଜୀବନ ନଷ୍ଟ ନହେବ ସେଥିପାଇଁ ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେବା ସହ ଆଜି ରାତି ସୁଧା ସମସ୍ତ କଚା ଚାଳ ଛପର ମାଟି ଘରୁ ଲୋକମାନଙ୍କୁ ଯଥା ଶୀଘ୍ର ସ୍ଥାନାନ୍ତର କରିବା ସହ ଖାଦ୍ୟ ବଣ୍ଟନ ନିମନ୍ତେ ପରାମର୍ଶ ଦେଇଥିଲେ | ଜିଲ୍ଲାପାଳ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବାର ଜଣାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦେଶ କ୍ରମେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଛୁଟି ରହିଥିଲେ ମଧ୍ୟ ସ୍ବୁଲ ଖୋଲା ରହିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପର୍ଯ୍ୟାୟକ୍ରମେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ଜଣାଯାଇଛି । ଓଡ୍ରାଫ ଟିମ ପାଟଳୀପୁରା ଠାରେ ସଜାଗ ଥିବା ଜଣାଯାଇଛି । ବିଦ୍ୟୁତ ସରବରାହ ଅକ୍ଷୂର୍ଣ୍ଣ ରଖିବା ପାଇଁ ଟାଟା ପାୱାର ତରଫରୁ ବୈଶିଙ୍ଗା କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିବାର ଜଣାଯାଇଛି ।