ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ରଘୁନାଥ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପରିବାରରେ ଅତ୍ୟନ୍ତ ଖୁସିର ଲହରୀ। ଆଜି ବିଦ୍ୟାଳୟ ଇତିହାସରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ହୋଇ ଯାଇଛି। ବିଦ୍ୟାଳୟର ଛାତ୍ରୀ ମୁନମୁନ ଗିରି ୨୦୨୨ ମସିହା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସାରା ରାଜ୍ୟରେ ୩୧ ତମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ନିଜ ଉଦ୍ୟମରେ ପ୍ରଥମ ଥର ପରୀକ୍ଷା ଦେଇ ସଫଳତା ପାଇଛନ୍ତି।ସେ ୨୦୧୪ ମସିହାରେ ବାର୍ଷିକ ପରୀକ୍ଷାରେ ରଘୁନାଥ ଉଚ୍ଚ ବିଦ୍ୟାଳୟ ରୁ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ +୨ବିଜ୍ଞାନରେ ସଫଳତା ପାଇ ପରବର୍ତ୍ତୀ ସମୟରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ରେ ଇଣ୍ଟିଗ୍ରେଟେଡ ବିଏଡ କରି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜାମଦା ବ୍ଲକ୍ ଅଧିନ ପସନା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ ଅଧୁନା କାର୍ଯ୍ୟରତା ଅଛନ୍ତି। ଅତି ଧୀର ନମ୍ର ସ୍ୱଭାବର ଝିଅ ମୁନମୁନ ଙ୍କ ଏଇ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ,ପୁରାତନ ଛାତ୍ର ଛାତ୍ରୀ ,ଅଭିଭାବକ ତଥା ବହୁ ବୁଦ୍ଧିଜୀବି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।