Odisha news

ଦ୍ୱିତୀୟ ଶ୍ରୀକ୍ଷେତ୍ରକୁ ସରକାରଙ୍କ ଅବହେଳା ହେତୁ  ସେବାୟତ ଙ୍କ ଭୁବନେଶ୍ୱର ଅଭିମୂଖେ ପଦଯାତ୍ରା 

0
ବେତନଟୀ :  ବେତନଟୀରେ ରାତ୍ରୀଯାପନ ପରେ ଦ୍ବିତୀୟଦିନରେ ପହଞ୍ଚିଛି ବାରିପଦା ମଠମନ୍ଦିର ସେବାୟତଙ୍କ ପଦଯାତ୍ରା । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉ ଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ସାଙ୍ଗକୁ ମଠ ମନ୍ଦିର ମାନଙ୍କରେ କାର୍ଯ୍ୟରତ ସେବାୟତ ମାନଙ୍କର ବହୁବିଧ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ସତ୍ତ୍ବେ ଅଦ୍ୟାବଧି ସମାଧାନ କରିବାରେ ଦେବତ୍ତୋର ବିଭାଗ ବିଫଳ ରହିଛି। ଫଳରେ ଅନ୍ୟ ଉପାୟ ନପାଇ ବାରିପଦା ମଠ ମନ୍ଦିରର ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଆଲୋଚନା କରିବାକୁ ଭୁବନେଶ୍ଵର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ବୁଧବାର ପଦଯାତ୍ରା ଆରମ୍ଭକରି ୩୦କିଲୋମିଟର ଚାଲିବାପରେ ବେତନଟୀ ଧର୍ମଶାଳାରେ ରାତ୍ରୀଯାପନ କରିଥିଲେ ‌। ଗୁରୁବାର ପୂର୍ବାହ୍ନରେ ପୁଣି ବେତନଟୀରୁ ଭୁବନେଶ୍ଵର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ବାରିପଦା ଦେବୀ ଦେବଭୋର ବିଭାଗ ଅଧୀନରେ ଥୁବା ୨୦ଟି ମଠ ମନ୍ଦିର ରହିଛି । ସେଗୁଡିକର ସୁପରିଚାଳନା ନିମନ୍ତେ ୪୪ହଜାର ୭ଶହ ଏକର ସ୍ଥାବର ସମ୍ପରି ରହିଥ‌ିବା ବେଳେ ଲକ୍ଷଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ମଧ୍ୟ ରହିଛି। ତେବେ ମଠ ମନ୍ଦିର ଗୁଡିକର ସୁପରିଚାଳନା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ ବାବଦକୁ ରାଜସ୍ବ ଆଦାୟ ପାଇଁ ଥିବା ୪୪ହଜାର ୭ଶହ ଏକର ସ୍ଥାବର ସମ୍ପରି ମଧ୍ୟରୁ ୪୦ହଜାର ଏକର ଜମି ବର୍ତ୍ତମାନ ଜବରଦଖଲକାରୀଙ୍କ କବ୍ଜାରେ I ଯେଉଁଥିରୁ ରାଜସ୍ୱ ଆଦାୟ ଶୂନ ରହିଛି ଫଳରେ ମଠ ମନ୍ଦିର ସୁପରିଚାଳନାରେ ବାଧା ବିଘ୍ନ ଲାଗି ରହିଥ‌ିବା ବେଳେ ସେବାୟତମାନେ ମଧ୍ୟ ନିଜର ପ୍ରାପ୍ୟରୁ ରୁ ବଞ୍ଚିତ ହେଉଛନ୍ତି । ଠାକୁରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ସାଙ୍ଗକୁ ବିଭିନ୍ନ ସମସ୍ୟାର ସମାଧାନ, ସେବାୟତଙ୍କ ବିଭିନ୍ନ ଦାବି, ଦାବି, ମଠ ମନ୍ଦିରର ଉନ୍ନୀକରଣ ଓ ରକ୍ଷଣାବେକ୍ଷଣ ଭଳି ଏକାଧିକ ଦାବି ଓ ସମସ୍ୟାର ସମାଧାନ ପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ପଦଯାତ୍ରାରେ ବାହାରିଛନ୍ତି । ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ଵ ସେବାୟତ ପଦଯାତ୍ରାରେ ବହାରିଛନ୍ତି ।
Leave A Reply