ବେତନଟୀ : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଧୀନ ଖଇରିବଣି ଗ୍ରାମର ଜନୈକ ନାବାଳିକା ରବିବାର ସନ୍ଧ୍ୟାରେ ନିଜ ଚୁନୁରୀ ଦ୍ୱାରା ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛି l ମୃତକ ନାବାଳିକା ଖଇରିବଣି ଗ୍ରାମର ପୁରେନ୍ଦ୍ର ସିଂର ପରିବାର ଲୋକଙ୍କ କହିବା ଅନୁଯାଇ ପ୍ରେମରେ ପ୍ରତାରିତ ହୋଇ ତାଙ୍କ ଝିଅ ଜୀବନ ହାରିଛି l
ମିଳିଥିବା ସୂଚନା ମୁତାବକ ପୁରେନ୍ଦ୍ରର ନିଜ ସ୍ତ୍ରୀ ବାସନ୍ତୀ, ସାନ ଝିଅ ତୋପଇ(୧୭)ସାନ ପୁଅ ଚକ୍ରଧର(୧୪) ସହ ଖଇରିବଣି ସ୍ଥିତ ନିଜ ଘରେ ରହୁଥିଲା l ପୁରେନ୍ଦ୍ର ମୋଟ ୬ଝିଅ ଓ ୨ପୁଅ ଥିବା ବେଳେ ସାନ ଝିଅ ତୋପଇ ଓ ସାନ ପୁଅ ଚକ୍ରଧର ଘରେ ରହୁଥିବାବେଳେ ଅନ୍ୟ ୫ଝିଅଙ୍କର ବାହାଘର ସରିଯାଇଛି l ସେହିଭଳି ବଡ ପୁଅ ସବୁବେଳେ କାମରେ ବାହାରକୁ ଚାଲିଯାଏ l ଆଜି ପୁରେନ୍ଦ୍ର ନିଜ ସ୍ତ୍ରୀ ବାସନ୍ତୀ ଓ ସାନ ପୁଅ ଚକ୍ରଧର ସହିତ ସକାଳରୁ ବିଲକୁ କାମ କରିବାକୁ ବାହାରି ଯାଇଥିଲେ l ଘରେ ଏକୁଟିଆ ରୋଷେଇ କରିଵା ପାଇଁ ତୋପଇ ରହିଥିଲା l ହେଲେ ସନ୍ଧ୍ୟାରେ ପ୍ରଥମେ ସାନ ପୁଅ ଚକ୍ରଧର ବିଲରୁ ଫେରି ଘର ଭିତରକୁ ପଶି ଆସି ଦେଖିବାକୁ ପାଇଥିଲା କି ତାର ଭଉଣୀ ତୋପଇ ଏକ ଲାଲ ଚୁନୁରୀ ସାହାଯ୍ୟରେ ବେକରେ ଫାଶୀ ଲଗେଇ ଘରେ ଲାଗିଥିବା ବାଉଁଶ ରୁଅରେ ଝୁଲିପଡି ଛଟପଟ ହୋଉଛି l ଅନ୍ୟ ଉପାୟ ନପାଇ ବ୍ୟତିବ୍ୟସ୍ତ ହୋଇ ନାବାଳକ ଚକ୍ରଧର ଗୋଟେ ଦାଆ ସାହାଯ୍ୟରେ ଚୁନୁରିଟିକୁ କାଟିଦେଇ ତୋପଇକୁ ତଳକୁ ଓହ୍ଲାଇ ଦେଇଥିଲା ଓ ସଙ୍ଗେ ସଙ୍ଗେ ନିଜ ବାପା ମାଆଙ୍କୁ ଡାକିବାକୁ ବିଲକୁ ଧାଇଁଥିଲା l ପୁରେନ୍ଦ୍ର ଘଟଣା ସମ୍ବନ୍ଧରେ ପୁଅ ପାଖରୁ ଶୁଣି ବିଲରୁ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହିତ ଏକ ବାଇକ ଯୋଗେ ତୋପଇକୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଯାଇଥିଲା l ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରିବାର ଲୋକଙ୍କ କହିବା ମୁତାବକ ତୋପଇ ମୁରୁଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲା ଓ ସେ ଯୁବକ ଜଣକ ତୋପଇ ସହିତ ନିଜର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ରଖି ତାଙ୍କ ଝିଅକୁ ବିଭିନ୍ନ ସମୟରେ ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା l ଏବଂ ଏଇ ନିକଟରେ ଗତକାଲି ମଧ୍ୟ ସେ ତୋପଇର ବଡ ଭଉଣୀ ନିକଟରୁ ୧୫୦୦ ଟଙ୍କା ନେଇଥିବାର ସୂଚନା ମିଳିଛି l ଯୋଉଁଥିପାଇଁ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରେଇ ଆତ୍ମହତ୍ୟା କରିଛି l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି l ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ତୋପଇର ଶବ ବ୍ୟବଛେଦ କରାଯିବା ନେଇ ପୁଲିସ ସୂଚନା ଦେଇଛି l