ବେତନଟୀ : ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ରାଇକମା ଆଶ୍ରମ ବିଦ୍ୟାଳୟର “ପେରେଣ୍ଟସ ଏଜ ପାର୍ଟନର୍ସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜତ କୁମାର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସଭାପତି ଭାବେ ରାଇକମା ମାଟିର ଯଶସ୍ଵୀ ସନ୍ତାନ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଆସନ ଅଳଙ୍କୃତ କରିଥିଲେ। ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବିପ୍ଳବ କର, ମୂଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମହେଶ୍ଵର ମିଶ୍ର, ଡାକ୍ତର ସୁରଜିତା ମହାନ୍ତି, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମଦନ ସିଂ, ସହକାରୀ ଉଦ୍ୟାନ ଅଧିକାରୀ ମଧୁସ୍ମିତା ସେଠୀ , ସୁପରଭାଇଜର ସୁବର୍ଣ୍ଣା ବେହେରା , ମଞ୍ଜୁରାଣୀ ମହାନ୍ତ, ଓଡିଶା ଜୀବିକା ମିଶନର ମଧୁଚ୍ଛନ୍ଦା ବେହେରା, ସହକାରୀ ମତ୍ସ୍ୟ ବିଭାଗ ଅଧିକାରିଣୀ ଶୁଭଶ୍ରୀ ଶୁଭସ୍ମିତା ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ବାରିକ, ନହଣ୍ଡାଷୋଳ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ଜେନା ଏବଂ ସହକାରୀ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସୀନ ଏହି ଅଧିକାରୀ ମାନେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ପିତାମାତା/ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଜୀବନ ସମୃଦ୍ଧ କରି ଗଢି ତୋଳିବା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରିବା ନିମନ୍ତେ ପିତାମାତାଙ୍କୁ ଅବଗତ କରାଯାଇଥିଲା।
ଏହା ପରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତି ଛାତ୍ର ସାଇକୃଷ୍ଣ ମିଶ୍ର ଓ ପ୍ରାକ୍ତନ ଛାତ୍ରୀ ତଥା ବାଲେଶ୍ଵର ର ସହକାରୀ ମତ୍ସାଧିକାରିଣୀ ସୁଶ୍ରୀ ପ୍ରତିଭା ବାରିକ କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଷ୍ଟଲ ଖୋଲାଯାଇଥିଲା। ମୂଖ୍ୟ ଅତିଥି ମାନଙ୍କ ଦ୍ୱାରା ରଚନା , ଚିତ୍ରାଙ୍କନ ଓ ରଙ୍ଗୋଲିରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ବିଦ୍ୟାଳୟ ସମସ୍ତ ଶିକ୍ଷକ/ଶିକ୍ଷିକା ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।