ବେତନଟୀ/ବୈଶିଙ୍ଗା–୨୭/୨–ବୈଶିଙ୍ ଗା ଥାନା ଅଧୀନ ମେରଦା ପଞ୍ଚାୟତର ବର୍ତ୍ତନା ସଂରକ୍ଷିତ ଜଙ୍ଗଲରେ ଆଜି ସନ୍ଧ୍ୟାରେ ଏକ ଝୁଲନ୍ତା ମୃତ ଦେହକୁ ବୈଶିଙ୍ଗା ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଆଜି ସନ୍ଧ୍ୟାରେ ବର୍ତ୍ତନା ଗ୍ରାମର କେତେକ ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ସମୟରେ ପଚା ଦୁର୍ଗନ୍ଧ ହେବାରୁ ଟର୍ଚ୍ଚ ମାରି ଏକ ଝୁଲନ୍ତା ଯୁବକର ମୃତ ଦେହ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବୈଶିଙ୍ଗା ଥାନାକୁ ଖବର ଦିଆଯିବା ପରେ ପୁଲିସ ତତକ୍ଷଣାତ୍ ପହଞ୍ଚି ମୃତ ଶରୀରର କୁ ଉଦ୍ଧାର କରିଥିଲା ।ଯୁବକର ଆନୁମାନିକ ବୟସ ୩୫ ରୁ ୪୦ ମଧ୍ୟରେ ହୋଇଥିବା ଅନୁମାନ କରାଯାଏ। ସେ ଏକ କଳା ରଙ୍ଗର ପେଣ୍ଟ ଓ କଳା ରଙ୍ଗର ଜ଼୍ଯାକେଟ ପିନ୍ଧିଥିବା ବେଳେ ଟେଣ୍ଟ ବନ୍ଧାକପଡାରେ ବେକରେ ବନ୍ଧା ହୋଇ ଏକ ଗଛରେ ଝୁଲୁଥିବାର ପୁଲିସ ସୂତ୍ରରୁ ପ୍ରକାଶ। ଏହି ମୃତ ଯୁବକର ପରିଚୟ ମିଳି ନ ଥିବା ବେଳେ ଗତ ୨୦୨୧ ଜୁଲାଇ ୬ ତାରିଖରେ ସେହି ସ୍ଥାନରେ ଏଭଳି ଏକ ଯୁବକର ମୃତ ଦେହ ମିଳିଥିଲା, ଯାହାକି ଆଜି ପର୍ଯ୍ୟନ୍ତ ତାର ପରିଚୟ ମିଳିପାରିନଥିବା ଜଣାଯାଇଛି।