ବଡସାହି ବିଧାୟକ କ୍ଷେତ୍ର ବିଜେଡିର ଗଡ ପାଲଟିଛି : ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର ସାଜିଛନ୍ତି ଦେବଦୂତ, ୫ଟି ଯାକ ଜୋନ୍ ବିଜେଡି କବ୍ଜା କରିପାରେ।
ବେତନଟୀ/ବୈଶିଙ୍ଗା : ୨୦୨୨ ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖରେ ସରିଯାଇଛି। ଏହି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଳକ ବେତନଟୀ ଅଧିନ ୩୫,୩୬ ଓ ୩୭ନଂ ଜିଲ୍ଲା ପରିଷଦ ପାଇଁ ୧୮ତାରିଖରେ ଭୋଟ ଗ୍ରହଣ ହୋଇଥିବା ବେଳେ ବଡ଼ ସାହି ବ୍ଳକର ୨୩ ଓ ୨୪ନଂ ଜୋନ ପାଇଁ ୨୦ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା । ଭୋଟ ସରିଗଲା ପରେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଅଙ୍କକଷା ଚାଲିଛି। ବିଜେଡିର ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ରଙ୍କ ମତ ଅନୁସାରେ ୫ଟି ଯାକ ଜୋନର ଫଳାଫଳ ତାଙ୍କ ଦଳ ସପକ୍ଷରେ ଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମାତ୍ର ଆମ୍ଭର ବୈଶିଙ୍ଗା ମିଡ଼ିଆ ସେଣ୍ଟର ର ସର୍ଭେ ଅନୁସାରେ ୩୬ ନଂ ଜୋନକୁ ଛାଡି ଦେଲେ ଅନ୍ୟ ୪ଟି ଜୋନରେ ବିଜେଡି ତୃଣମୂଳ ସ୍ତରରେ ସଙ୍ଗଠନ ସଜାଡି ନେଇ ଥିବାରୁ ତାହା ସମ୍ଭବ ହୋଇପାରେ ବୋଲି ଆଶା କରାଯାଇଛି। କାରଣ ପ୍ରାକ୍ତନ ବିଧାୟକ ଶ୍ରୀ ପାତ୍ର ନିଜ କର୍ମୀଙ୍କ ସହିତ ପ୍ରତି ଜୋନ, ପ୍ରତି ପଞ୍ଚାୟତ ତଥା ୱାର୍ଡ ସ୍ତରରେ ପଦଯାତ୍ରା କରି ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୂଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇ ଜନମତ ସୃଷ୍ଟି କରିପାରିଛନ୍ତି। ତେବେ ୩୬ ନଂ ଜୋନ ରେ ଜଣେ ଟାଣୁଆ ନେତ୍ରୀ ଅନୁପମା ଦଣ୍ଡପାଟ ବିଜେପିର ପ୍ରାର୍ଥନୀ ହୋଇଥିବାରୁ ତାଙ୍କର ନିଜସ୍ଵ ଲୋକପ୍ରୀୟତା ପାଇଁ ଜନମତ ସୃଷ୍ଟି କରି ପାରିଥିବା ସର୍ଭେରୁ ଜଣାଯାଇଛି।
ସେହିପରି ବିଜେପିର ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଙ୍କ ମତରେ ଗତ ନିର୍ବାଚନରେ ଯେହେତୁ ବଡସାହି ନିର୍ବାଚନ ମଣ୍ଡଳୀର ୫ଟି ଯାକ ଜୋନରେ ବିଜେପି ପ୍ରତିନିଧିତ୍ଵ କରିଥିଲା ସେଥିପାଇଁ ଚଳିତ ନିର୍ବାଚନରେ ମଧ୍ୟ ବିଜେପି ତାର ପୂର୍ବାବସ୍ଥା ଵଜାୟ ରଖିବ । ମାତ୍ର ଲୋକେ କହୁଛନ୍ତି ଆମ ବିଧାୟକ ଲୋକପ୍ରୀୟତା ହରାଇ ସାରିଛନ୍ତି। କାରଣ ତିନିବର୍ଷ କାର୍ଯ୍ୟକାଳ ମଧ୍ୟରେ ଏକ ବର୍ଷ ବିଧାନସଭା ଗୃହ ଦେଖିବାରେ ବ୍ୟସ୍ତ ରହିଲେ, ଆଉ ଦୁଇବର୍ଷ କୋଭିଡ ଭୟରେ ଘରେ ଲୁଚି ରହିଲେ। ତ୍ରୀସ୍ତରୀୟ ନିର୍ବାଚନରେ ମଧ୍ୟ ପ୍ରଚାର ପାଇଁ ଭୋଟରଙ୍କ ନିକଟରେ ନିଜକୁ ଠିକ୍ ଭାବରେ ଜାହିର କରିପାରିଲେ ନାହିଁ। ଏଣୁ ତାଙ୍କୁ ଭୟ ଲାଗିବା ସହିତ ଯଦି ବିଜେପିର ବିଫଳତା ହେଲା ତେବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଆଉ ଟିକେଟ ମିଳିବ ନାହିଁ। ସେଥିପାଇଁ ସେହି ଭୟରେ ଏବେ ଭୋଟ ବାକ୍ସ ଜଗିଛନ୍ତି । ଆଗାମୀ ୨୬,୨୭,୨୮ ତାରିଖରେ ଭୋଟ ଗଣତି କାର୍ଯ୍ୟକ୍ରମ ଥିବାରୁ କାଳେ କିଛି କାରସାଦି ଶାସକ ଦଳ ପକ୍ଷରୁ କରାଯାଇପାରେ ସେଥିପାଇଁ ବେତନଟୀ କଲେଜରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମ ଆଗରେ ବିଜେପି ଏକ ଅସ୍ଥାୟୀ ଶିବିର କରି ଜଗି ରହିଛି। ବିଧାୟକ ମଧ୍ୟ କର୍ମୀଙ୍କ ସହିତ ସାମିଲ ହୋଇ ଏହି ଶିବିରରେ ଜଗି ରହିଥିବା ଦେଖାଯାଇଛି। ତେବେ ନିର୍ବାଚନ ଫଳାଫଳ ପରେ ବଡସାହି ବିଧାନ କ୍ଷେତ୍ରର ଭାଗ୍ୟ ଡୋରୀ କାହା ହାତରେ ରହିବ ତଥା ଭୂତପୂର୍ବ , ବର୍ତ୍ତମାନ ଓ ଭବିଷ୍ୟତ କଣ ହେବ ଦେଖିବାକୁ ବାକି ରହିଲା।