Odisha news

ବେତନଟୀ ବ୍ଲକର ସବୁ ପଞ୍ଚାୟତ ଛୁଇଁ ସାରିଲାଣି କରୋନା : ଜାଣିଶୁଣି ଅସାବଧାନ ହେଉଥିବା ଲୋକେ ବେଶୀ ଆକ୍ରାନ୍ତ ହେଉଛନ୍ତି , ଉପଖଣ୍ଡ କୋଭିଡ କେୟାର ହୋମ “ଅନ୍ୱେଶା”ରେ ବେତନଟୀ ବ୍ଲକରୁ କରୋନା ଆକ୍ରାନ୍ତ ମାଳମାଳ

0

ବେତନଟୀ, ୧/୧୦ : ବେତନଟୀ ବ୍ଲକର ୨୪ଟି ଯାକ ପଞ୍ଚାୟତକୁ ଛୁଇଁ ସାରିଲାଣି କରୋନା । ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୩୦ରୁ ଉର୍ଦ୍ଧ କରୋନା ମାମଲା ପଦାକୁ ଆସୁ ଥିବା ବେଳେ ଆଜି ଏହି ସଂଖ୍ୟା ୧୨ରେ ସୀମିତ ରହି ଥିବାରୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁ ଥିବା କର୍ମଚାରୀ ମାନଙ୍କୁ ସାମାନ୍ୟ ରାହତ ମିଳିଛି ।

ଏବେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କୋଭିଡ କେୟାର ହୋମ, କୋଭିଡ କେୟାର ସେଣ୍ଟର, ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସବୁ ସରକାର ଉଠାଇ ଦେଇଛନ୍ତି । ତେଣୁ ପୋଜିଟିଭ ମାମଲା ଗୁଡିକ ପ୍ରାୟତଃ ସଦର ସବଡିଭିଜନ ପାଇଁ ଲକ୍ଷ୍ମୀପୋଷୀରେ ହୋଇ ଥିବା ସବଡିଭିଜନାଲ କୋଭିଡ କେୟାର ସେଣ୍ଟର “ଅନ୍ୱେଶା”କୁ ଚିକିସôା ପାଇଁ ନିଆ ଯାଉଛି ।

ଏବେ ଅନୁଧ୍ୟାନ କଲେ ବେତନଟୀ ବ୍ଲକର ଅଧିକ ଲୋକ ଅନ୍ୱେଶାରେ ଚିକିସôିତ ହେଉଛନ୍ତି । ତେବେ ଅନୁଧ୍ୟାନ କରିବା ପରେ କରୋନା ଆକ୍ରାନ୍ତରେ ଶିକାର ହୋଇ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅଧିକ ସୌଖିନ, ଏସି କାରରେ ବୁଲୁ ଥିବା ବ୍ୟକ୍ତି, ଏସି ଓ ଫ୍ୟାନ ଦେଇ ଘରେ ରହୁ ଥିବା ବ୍ୟକ୍ତି ରହିଛନ୍ତି । ଅସାବଧାନତା ଓ କରୋନା ପ୍ରତିବନ୍ଧକକୁ ହେୟଜ୍ଞାନ କରୁ ଥିବା ବ୍ୟକ୍ତି ମାନେ ମଧ୍ୟରୁ ବେଶୀ ମାତ୍ରାରେ ପୋଜିଟିଭ ମାମଲା ରହିଛି ।

ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ହୋଇ ଥିବା ଅନୁଧ୍ୟାନରୁ ଏକ ଗୁଢ଼ ତଥ୍ୟ ପଦାକୁ ଆସିଛି । ବେତନଟୀ ବ୍ଲକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବେତନଟୀ ଧର୍ମଶାଳା, ବୈଶିଙ୍ଗା ଆଞ୍ଚଳିକ ଡାକ୍ତରଖାନା, ପି‚ାବଣିଆ, ନଡପୁର, ଯୁଗଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ସବୁ ପଞ୍ଚାୟତରେ କରୋନା ପରୀକ୍ଷା କରା ଯାଉଛି । କିଛି ଲୋକ କରୋନା ପରୀକ୍ଷା କରି ପୋଜିଟିଭ ରିପୋର୍ଟ ପାଇବା ପରେ ହୋମ ଆଇସୋଲେସନରେ ପ୍ରଶାସନକୁ ଅନୁରୋଧ କରି ରହୁଛନ୍ତି । କିନ୍ତୁ ହୋମ ଆଇସୋଲେସନର ପ୍ରତିବନ୍ଧକ ନମାନି ଏମାନେ ଅଲଗା ଲୋକଙ୍କ ସହିତ ମିଶୁଛନ୍ତି, ବାହାରେ ବୁଲାଚଲା କରୁଛନ୍ତି, ବଜାରକୁ ପଳାଇ ଯାଉଛନ୍ତି, ହାଟ ଓ ଗଞ୍ଜା ଲଢ଼େଇର ଭିଡରେ ଭାଗ ନେଉଛନ୍ତି ।

ଏମିତିକି ପ୍ରଥମ ଦିନେ, ଦୁଇ ଦିନ ଆଇସୋଲେସନରେ ରହି ଚିକିସôିତ ହେବା ପରେ ପୁଣି ଅନ୍ୟ ଏକ କେନ୍ଦ୍ରକୁ ଯାଇ ନିଜର ପରୀକ୍ଷା କରି ନେଗେଟିଭ ରିପୋର୍ଟ ହାତେଇବା ଭଳି ଅପଚେଷ୍ଟା କରୁଛନ୍ତି । ଜାଣିଶୁଣି ଏପରି ଅସାବଧାନ ରହୁ ଥିବା ବ୍ୟକ୍ତି ମାନେ ନିଜେ ନିଜ ପାଇଁ, ନିଜ ପରିବାର ପାଇଁ ବିପଦ ଆଣୁଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସୁ ଥିବା ଘନିଷ୍ଠ ମାନଙ୍କୁ ବିପଦରେ ପକାଉଛନ୍ତି । ଜଣେ ଆକ୍ରାନ୍ତ ବ୍ୟକ୍ତି ସର୍ବନିମ୍ନ ୧୭ ଦିନ କଟକଣାରେ ନରହିଲେ ତା ସଂସ୍ପର୍ଶରେ ଆସୁ ଥିବା ଅନ୍ୟ ବ୍ୟକ୍ତିଙ୍କ ପାଇଁ ହାନି କାରକ ହେବ ବୋଲି ସୂଚନା ମିଳିଛି ।

ଅନ୍ୟ ପକ୍ଷରେ ଦୈନିକ ଶାରିରିକ ପରିଶ୍ରମ କରୁ ଥିବା ବ୍ୟକ୍ତି ଯଥା କୃଷି ଶ୍ରମିକଶ୍ରମିକା, ସବାଇ ଦଉଡି ତିଆରି କରୁ ଥିବା ସାଧାରଣ ଲୋକ, ଶାଳପତ୍ର ଗୋଟାଳି ଓ ଶାଳପତ୍ର ସହିତ ପରିଶ୍ରମ କରୁ ଥିବା ବ୍ୟକ୍ତି, ଶାଳପତ୍ର ପରିବହନ ସହିତ ଜଡିତ ଥିବା ଶ୍ରମିକ, ଟ୍ରାକ୍ଟର, ଟ୍ରକରେ ବୋଝେଇ କରୁ ଥିବା ଶ୍ରମିକ, ଟ୍ରାକ୍ଟର, ପାୱାର ଟିଲର ଭଳି କୃଷି ଯନ୍ତ୍ରପାତି ଚଳାଉ ଥିବା ଡ୍ରାଇଭର, ପ୍ରତ୍ୟେକ ଦିନ ସାପ୍ତାହିକ ହାଟକୁ ସାଇକେଲରେ ବୋଝ ବୋହି ନେଇ ସାମଗ୍ରୀ ବିକ୍ରି କରୁ ଥିବା ବ୍ୟକ୍ତି, ମୟୂରଭଞ୍ଜର ପାରମ୍ପରିକ ହାଣ୍ଡିଆ ପିଉ ଥିବା ବ୍ୟକ୍ତି, ପ୍ରତ୍ୟେକ ଦିନ ଜଙ୍ଗଲି ଆଳୁ ଓ ଅନ୍ୟାନ ସିଝାଇ ଖାଉ ଥିବା ବ୍ୟକ୍ତି, ପ୍ରତ୍ୟେକ ଦିନ କାଈ ପିମ୍ପୁଡି ଚଟଣୀ ସହିତ ଚାଉଳଭଜା, କାଈ ଚଟଣୀ ସହିତ ଧାନୁଆ ଲଙ୍କା ଖାଉ ଥିବା ବ୍ୟକ୍ତି ମାନେ କରୋନା ବ୍ୟାଧି ଠାରୁ ବହୁ ଦୂରରେ ରହିଛନ୍ତି ।

ଏହି ବର୍ଗରେ ଦେଖା ଗଲେ ଏଥିରେ ଶ୍ରମିକ, ଖଟିଖିଆ, ଗରୀବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକ ଅଧିକ ରହିଛନ୍ତି ଏବଂ ଶାରିରିକ ପରିଶ୍ରମ ଏମାନଙ୍କ ପାଇଁ ମହାମାରୀ ବେଳେ ମୂଲ୍ୟବାନ ମହୋସôଧୀର କାମ କରୁଛି ବୋଲି ବୁଝା ଯାଏ । ବେତନଟୀ ବ୍ଲକର ୨୪ଟି ପଞ୍ଚାୟତର ୨୨୦ଟି ରାଜସ୍ୱ ଗ୍ରାମ ଓ ହାମଲେଟ ଗୁଡିକ ମିଶି ଏକ ଲକ୍ଷ ୬୨ ହଜାର ୫୭୫ ଲୋକ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, କୁଡୁମୀ ଲୋକଙ୍କ ପ୍ରତିନିଧିତ୍ୱ ଅଧିକ ରହିଛି । ତେଣୁ ପରିଶ୍ରମ କରିବା ଏମାନଙ୍କର ଦୈନନ୍ଦିନ କାର୍ଯ୍ୟ ସାରଣୀ ମଧ୍ୟରେ ଆସୁ ଥିବାରୁ ବହୁ ଲୋକ କରୋନା ମହାମାରୀକୁ ପରୋକ୍ଷରେ ପ୍ରତିହତ କରିବାରେ ସଫଳ ହୋଇଛନ୍ତି ।

Leave A Reply