Odisha news

ଘରୋଇ କଳହରୁ ଫାଶି ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

0

ବେତନଟୀ  : ଆଜି ବେତନଟୀ ଥାନାର କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ କୈଳାସଚନ୍ଦ୍ରପୁରର ସ୍ୱର୍ଗତଃ ତି୍ରଲୋଚନ ବେହେରାଙ୍କ ପୁଅ ପ୍ରଭାକର ବେହେରା (୬୦) ଘରୋଇ କଳହକୁ ନେଇ ପାଖ ଜଙ୍ଗଲରେ ଥିବା ଏକ ଶାଗୁଆନ ଗଛରେ ଫାଶି ଦେଇ ଆତ୍ମହତ୍ୟା କରି ଥିବାର ଜଣା ପଡିଛି । ପ୍ରଭାକର ନିଜ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରି ଥିଲେ ।

ଖବର ପାଇ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ । ଘଟଣାକୁ ନେଇ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ କରା ଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି ।

Leave A Reply