ବ୍ରହ୍ମପୁର ତା ୧୧।୭।୨୨.ଆଜି ସ୍ଥାନୀୟ ଶ୍ରୀ ନୀଳକଣ୍ଠେଶ୍ବର ମନ୍ଦିର ଠାରେ ବାବା ଅମରନାଥ ଙ୍କ ଦର୍ଶନ ନିମନ୍ତେ ଯାତ୍ରା ସଫଳ ନିମନ୍ତେ ନୀଳକଣ୍ଠେଶ୍ବର ମର୍ଣଙ୍ଗ କ୍ଳବ ର ସଦସ୍ୟ ମାନଙ୍କ ପକ୍ଷରୁ ଏକ ମହାରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି । ନୀଳକଣ୍ଠେଶ୍ବର ମର୍ଣଙ୍ଗ କ୍ଳବ ର ପ୍ରାୟ ୧୦୧’ଜଣ ସଦସ୍ୟ ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଅମରନାଥ ଙ୍କ ଦର୍ଶନ କରିବା ନିମନ୍ତେ ଆସନ୍ତା ୧୪ତାରିଖ ରେ ଯାତ୍ରା ଆରମ୍ଭ କରିବେ।
ସମସ୍ତ ସଦସ୍ୟ ବାବା ଅମରନାଥ ଙ୍କ ଦର୍ଶନ ଓ ଯାତ୍ରା ସଫଳ ହେବ,ଏହି ଅବସରରେ ବାବା ନୀଳକଣ୍ଠେଶ୍ବର ଙ୍କ ଠାରେ ଶୁଭ ଆଶୀର୍ବାଦ ନିମନ୍ତେ ଶରଣା ଗତ ହୋଇ ପୁଜା ପାଠ ଏହି ମନ୍ଦିରରେ କରାଯାଇଥିଲା ବୋଲି କ୍ଳବ ର ସଦସ୍ୟ ତଥା ସାମ୍ବାଦିକ ସିମାଞ୍ଚଳ ସାହୁ ପ୍ରକାଶ କରିଛନ୍ତି। ବାବାଙ୍କ ମନ୍ଦିର ରେ ମଣ୍ଡଳ ପୂଜା,ବରୁଣ ପୂଜା,ସୂର୍ଯ୍ୟ ନାରାୟଣ ପୂଜା ପରେ ଜଳାଭିଶେକ ସହିତ ରୁଦ୍ରାଭିଶେକ ଓ ହୋମ ଯଜ୍ଞ ବରିଷ୍ଠ ପୂଜକ ବାପ ଭାଇଙ୍କ ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ଅମରନାଥ ଯାତ୍ରା ର ଶୁଭ କାମନା ନିମନ୍ତେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସଂସଦ ଚନ୍ଦ୍ର ଶେଖର ସାହୁ,ସମ୍ମାନୀତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡି, ବରିଷ୍ଠ ନେତା ଦୁର୍ଗାପ୍ରସାଦ ପଣ୍ଡା, ଭିମସେନ ଦଳେଇ, ଅଜିତ ପଣ୍ଡା ପ୍ରମୁଖ ଯୋଗଦେଇ ସମସ୍ତ ଙ୍କୁ ସୂଭେଛା ଓ ଅଭିନନ୍ଦନ ଜଣାଇଥିଲେ।
ସାଂସଦ ଚନ୍ଦ୍ର ଶେଖର ସାହୁ ସମସ୍ତ ଙ୍କ ଯାତ୍ରା ଶୁଭ ଓ ମଙ୍ଗଳ ମୟହେଉ ବୋଲି କହିବା ସହିତ ବ୍ରହ୍ମପୁର ଲୋକସଭା ସାଂସଦିୟ କ୍ଷେତ୍ରର ସମସ୍ତ ବାସି ଙ୍କ ନିମନ୍ତେ ଆଶୀର୍ବଦ ମାଗିବେ ବୋଲି କହିଥିଲେ। ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଙ୍କ ବ୍ରହ୍ମପୁର ବାସୀ ଙ୍କ ପାଇଁ ସେହି କାମନା ମାଗିବେ ବୋଲି କହିଥିଲେ। ମନ୍ଦିର ରେ ପ୍ରସାଦ ସେବନ ଆୟୋଜିତ କରାଯାଇ ଥୀବା ବେଳେ ସମସ୍ତ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଙ୍କୁ ଶୁଭ ଆଶୀର୍ବାଦ ଓ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଥିବା ରୁ ନୀଳକଣ୍ଠେଶ୍ବର ମର୍ଣଙ୍ଗ କ୍ଳବ ସଭାପତି ଦେବଦୁର୍ଲଭ ସାହୁ,ସମ୍ପାଦକ ପ୍ରଦୀପ କୁମାର ପାତ୍ର,ଉପ ସଭାପତି ଦିଲିପ ପାଢୀ ଓ କୋଷାଧ୍ୟକ୍ଷ ବିଦ୍ୟା ଧର ପାଢୀ ପ୍ରମୁଖ ପୂଜା ଅର୍ଚ୍ଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ ବେହେରା, ଦ୍ବରେକା ମହାନ୍ତି, ଆନନ୍ଦ ସାହୁ, ଆନନ୍ଦ ଗୌଡ, ଆଷୁତୋଶ ସାହୁ, ରିଙ୍କୁ ମହାରଣା, ସନ୍ତୋଷ କୁମାର ସାହୁ, ସସ୍ମୀତା ସାହୁ, ପାରିଜାତ ଚୌଧୁରୀ,ରାଜିଲି ସାହୁ,ରାକେଶ ପଟ୍ଟନାୟକ ଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ।