Odisha news

ବ୍ରହ୍ମପୁର ପାଟ ଭବନର ବୁଣାକାରମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ , ପାଟ ଭବନ ଆମର ହସ୍ତତନ୍ତ ପରମ୍ପରାକୁ ଦଶନ୍ଧି ଦଶନ୍ଧି ଧରି ବଜାୟ ରଖିଛି – ଧର୍ମେନ୍ଦ୍ର ପ୍ରଧାନ

0
ହସ୍ତତନ୍ତ ସାମଗ୍ରୀ କିଣିବା ସହ ୟୁପିଆଇରେ ପେମେଣ୍ଟ କଲେ କେନ୍ଦ୍ରମନ୍ତ୍ରୀ
ପାଟବସ୍ତ୍ର, ବ୍ରହ୍ମପୁର ସହରକୁ ରେଶମ ସହର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି
ହସ୍ତତନ୍ତ ପୋଷାକର ପୁନଃ ବ୍ରାଣ୍ଡିଂ କରିବା ପାଇଁ ଦାୟିତ୍ୱ ନେବା
ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନରେ ହସ୍ତତନ୍ତ ସାମଗ୍ରୀକୁ ପ୍ରୋତ୍ସାହନ ଦେବା
ବୁଣାକାରମାନେ ଆଗକୁ ବଢିଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର ହେବ
ବ୍ରହ୍ମପୁର, ଅଗଷ୍ଟ ୯ – ଗଞ୍ଜାମର ବ୍ରହ୍ମପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପାଟ ଭବନର ବୁଣାକାର ବନ୍ଧୁମାନଙ୍କୁ ଭେଟିବା ସହ ପାରମ୍ପରିକ ଶୈଳୀରେ ବ୍ରହ୍ମପୁର ଓ ବୋମକେଇ ପାଟ ପ୍ରସ୍ତୁତି ଏବଂ ଏଥିରେ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଦେଖିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ହସ୍ତତନ୍ତ ସାମଗ୍ରୀ କିଣିବା ସହ ୟୁପିଆଇରେ ପେମେଣ୍ଟ କରିଥିଲେ । ସେ କହିଥିଲେ, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏବଂ ଲାଇଭିଲିହୁଡ ମିଶନର ମିଳିତ ପ୍ରୟାସରେ ଏଠାରେ ଏକ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଦଶନ୍ଧି ଦଶନ୍ଧି ଧରି ଏହି ପାଟ ଭବନ ଆମର ହସ୍ତତନ୍ତ ପରମ୍ପରାକୁ ବଜାୟ ରଖିବା ସହ ବୁଣାକାରମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ଦିଗରେ ବେଶ୍ ସହାୟକ ହୋଇଛି ।
ପାଟବସ୍ତ୍ର, ବ୍ରହ୍ମପୁର ସହରକୁ ରେଶମ ସହର ଭାବେ ସ୍ୱତନ୍ତ୍ର ପରିଚୟ ଦେଇଛି । ବ୍ରହ୍ମପୁରୀ ପାଟ ଓ ବୋମକେଇ ପାଟ ଆମର ଗୌରବ । ଓଡ଼ିଶାରେ ସମ୍ବଲପୁରୀ ବସ୍ତ୍ର, କୋଟପାଡ, ଖଣ୍ଡୁଆ ପାଟ ସମେତ ବିଭିନ୍ନ ସ୍ଥାନରେ ଏଭଳି ବ୍ରାଣ୍ଡ ଅଛି । ଏଭଳି ସାମଗ୍ରୀର ରି-ବ୍ରାଣ୍ଡିଂ କରିବା ଦରକାର । ଆମର ବୁଣାକାର ଭାଇ ଭଉଣୀ ଏବଂ ମାତୃଶକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଆମେ ସମସ୍ତେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ କ୍ରମେ ହସ୍ତତନ୍ତ ସାମଗ୍ରୀ ତଥା ସ୍ୱଦେଶୀ ଉତ୍ପାଦର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଦରକାର । ବୁଣାକାରମାନେ ଆଗକୁ ବଢିଲେ ହିଁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

 

Leave A Reply