ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଗଂଜାମ, ଗଜପତି, କନ୍ଧମାଳ, ଏବଂ ରାୟଗଡା ଜିଲ୍ଲାରେ ବହୁ ପ୍ରତିକ୍ଷିତ ରେଳ ପ୍ରକଳ୍ପ ଗୁଡିକ ଦୀର୍ଘ ବର୍ଷ ଧରି ଅବହେଳାର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶାର ସବୁଠାରୁ ପୁରାତନ ରେଳ ଷ୍ଟେସନ ବ୍ରହ୍ମପୁର, ଯାହା ଯାତ୍ରୀ ଆୟ କ୍ଷେତ୍ରରେ ଭୁବନେଶ୍ୱର ଏବଂ ପୁରୀ ଷ୍ଟେସନ ପରେ ତୃତୀୟ ସ୍ଥାନରେ ରହିଛି, ସେଠି ମଧ୍ୟ ଆବଶ୍ୟକ ମୌଳିକ ସୁବିଧା ଦିଆଯାଇନାହିଁ। ରାଜ୍ୟର ଛୋଟ ରେଳ ଷ୍ଟେସନଗୁଡିକ ଆଧୁନିକ ସୁବିଧା ପାଇବାକୁ ଯାଉଥିବାବେଳେ ଶତାବ୍ଦୀ ପୁରୁଣା ବ୍ରହ୍ମପୁର ଏବଂ ଦକ୍ଷିଣ ଓଡ଼ିଶା ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡିକ ଅବହେଳାର ସମ୍ମୁଖୀନ ହେଉଛନ୍ତି।
ଏହି ପୂର୍ବରୁ ଅନୁମୋଦିତ ହୋଇ ଦୀର୍ଘ ସମୟ ହେଲା କାର୍ଯ୍ୟକ୍ଷମ ହୋଇପାରିନାହିଁ | ଏହି ଭିତ୍ତିଭୂମି ଗୁଡିକ ର ବିକାଶ ହେଲେ ରାଜ୍ୟର ଏ ଟ୍ରାଫିକ୍ ଏବଂ ଯାତ୍ରୀ ସେବା ର ସମାଧାନ କରିପାରିବ|
ନୂତନ ରେଳ ଲାଇନ ଗୁଡ଼ିକର କାମ ତୁରନ୍ତ ଆରମ୍ଭ କରାଯାଉ। ଆସ୍କା, ଭଞ୍ଜନଗର, ଫୁଲବାଣୀ ଏବଂ ବୌଦ୍ଧ ଦେଇ ବ୍ରହ୍ମପୁର-ସମ୍ବଲପୁର ନୂତନ ରେଳ ଲାଇନ | ରାୟଗଡା ପଦ୍ମପୁର- ରାମନାଗୁଡା- ବାଙ୍କିଲି ଦେଇ ଗୋପାଳପୁର ନୂତନ ରେଳ ଲାଇନ । ତାରାତାରିଣୀ, ପୋଲାସରା, ବୁଗୁଡା ଏବଂ ନୟାଗଡ଼ ଦେଇ ଗୋପାଳପୁର-ତାଲଚେର ନୂତନ ରେଳ ଲାଇନ । ଗୁଣୁପୁର-ରାୟାଗଡା ନୂତନ ରେଳ ଲାଇନ କାର୍ଯ୍ୟତୁରନ୍ତ ଆରମ୍ଭ କରାଯାଉ | ବ୍ରହ୍ମପୁର ଷ୍ଟେସନ ରେ ଏକ କୋଚିଂ ଡିପୋ ।
ନୂତନ ଟ୍ରେନ୍ ଚଳାଚଳ ଓ ବ୍ରହ୍ମପୁର କୁ ଟ୍ରେନ୍ ବିସ୍ତାର ରକ୍ଷଣାବେକ୍ଷଣ ସୁବିଧା ଅଭାବରୁ ବ୍ରହ୍ମପୁର ରୁ ଟ୍ରେନ୍ ଛାଡିବା ଓ ରହିବା ସମ୍ଭବ ହେଉ ନାହି| ବ୍ରହ୍ମପୁରରେ ରେଳ ଡିଭିଜନ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି | ରେଳ ମନ୍ତ୍ରଣାଳୟ ରାୟଗଡାରେ ଏକ ରେଳ ଡିଭିଜନ ସୃଷ୍ଟି କରିଛି; ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ | କିନ୍ତୁ ଖୋର୍ଦ୍ଧା ରୋଡ ଠାରୁ 150 କିଲୋମିଟର, ରୟାଗଡା ଠାରୁ 210 କିଲୋମିଟର ଏବଂ ବିଶାଖାପାଟନମ ଠାରୁ 260 କିଲୋମିଟର ଦୂରରେ ଥିବା ବ୍ରହ୍ମପୁର, ପୂର୍ବ ତଟ ଜୋନ୍ ଅନ୍ତର୍ଗତ ଏକ ନୂତନରେଳ ଡିଭିଜନ ପାଇଁ ଏକ ଉପଯୁକ୍ତ ସ୍ଥାନ ହେବ | ବ୍ରହ୍ମପୁର ନିକଟ ଭବିଷ୍ୟତ ରେ ଏକ ଜଙ୍କସନ ହେବ ପାଇଁ ବି ଯାଉଛି| ଏହା ନିଶ୍ଚିତ ଭାବରେ ଖୋର୍ଦ୍ଧା ରୋଡ ରେଳ ବିଭାଗର ଭାରକୁ ଲାଘବ କରିବ ଏବଂ ଏହି ପଛୁଆ ଅଞ୍ଚଳରେ ରେଳ ନେଟୱାର୍କିଂକୁ ବିସ୍ତାର କରିବାରେ ସହାୟକ ହେବ |ଭୁବନେଶ୍ୱର, ପୁରୀ ପରି, ରେଳ ମନ୍ତ୍ରଣାଳୟ ଅମୃତ ଭାରତ ଷ୍ଟେସନ ଯୋଜନା (ଏବିଏସଏସ) ଅଧୀନରେ ରାଜ୍ୟ ର 3rd ବୃହତ୍ତମ ଷ୍ଟେସନ ବ୍ରହ୍ମପୁରକୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରିଛି। କିନ୍ତୁ ABSS ପ୍ରକଳ୍ପ କାର୍ଯ୍ୟକାରୀ କରିବା ସତ୍ୱେ ବର୍ତ୍ତମାନ ମାତ୍ର ୧୦ କୋଟିରେ ଛୋଟିଆ ନବୀକରଣ କାର୍ଯ୍ୟ ଚାଲୁଛି |
ରାଜ୍ୟର ସର୍ବବୃହତ ଭୁବନେଶ୍ୱର ଷ୍ଟେସନର ନବୀକରଣ ପାଇଁ ରେଳ ମନ୍ତ୍ରଣାଳୟ 300 କୋଟି, ଦ୍ୱିତୀୟ ବୃହତ୍ତମ ପୁରୀ ଷ୍ଟେସନ ପାଇଁ 350 କୋଟି, ଚତୁର୍ଥ ବୃହତ୍ତମ କଟକ ଷ୍ଟେସନ ପାଇଁ 250 କୋଟିଏବଂ ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଷ୍ଟେସନ ପାଇଁ ପ୍ରତ୍ୟକ 200 କୋଟି ମଞ୍ଜୁର କରିଛି।
କିନ୍ତୁ ଏ.ବି.ଏସ.ଏସ ଅଧୀନରେ ରାଜ୍ୟର ତୃତୀୟ ବୃହତ୍ତମ ବ୍ରହ୍ମପୁର ଷ୍ଟେସନ ପାଇଁ ଗୋଟିଏ ପଇସା କାହିଁକି ମଞ୍ଜୁର ହୋଇନାହିଁ? କାହାର ନିର୍ଦ୍ଦେଶରେ ଛୋଟିଆ ନବୀକରଣ କାର୍ଯ୍ୟ ଚାଲିଛି ଏବଂ କାହିଁକି? ଆମେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯେ ବ୍ରହ୍ମପୁର ଷ୍ଟେସନକୁ ଏ.ବି.ଏସ.ଏସ ଅଧୀନରେ ଅନ୍ତର୍ଭୁକ୍ତ କରା ଯାଇଛି କି ନାହିଁ ଏବଂ ଓଡିଶାର ସର୍ବ ପୁରାତନ ରେଳ ଷ୍ଟେସନରେ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ କି ନାହିଁ ବୋଲି ପ୍ରଶ୍ନ କରି ଛନ୍ତି। ବ୍ରହ୍ମପୁର ଷ୍ଟେସନ ରେ(5 ଏବଂ 6) ପ୍ଲାଟଫର୍ମ ଆବଶ୍ୟକ
ବ୍ରହ୍ମପୁର ଷ୍ଟେସନ ରେ(5 ଏବଂ 6) ପ୍ଲାଟଫର୍ମ ଆବଶ୍ୟକ, କାରଣ ବର୍ତ୍ତମାନ ୪ ଟି ପ୍ଲାଟଫର୍ମ ବ୍ରହ୍ମପୁର ରେ ଉପଲବ୍ଧ, ଯାହା ବ୍ୟସ୍ତ ସମୟରେ ଅଧିକ ଟ୍ରେନ୍ ରହିବାପାଇଁ ଅସୁବିଧା ହେଉଛି | ତେଣୁ, ଅନେକ ଟ୍ରେନର ଏଠାରେ ଷ୍ଟପେଜ୍ ନାହିଁ | ବିଶେଷକରି, PSA – KUR ରୁ ଟ୍ରେନ୍ ପ୍ଲାଟଫର୍ମ କ୍ଲିୟରାନ୍ସ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି| ଏପରିକି ସ୍ୱଳ୍ପ ସମୟ ପାଇଁ ନିକଟସ୍ଥ ଷ୍ଟେସନକୁ EMPTY Rake ଗତିବିଧି ମଧ୍ୟ ଏହି ବିଭାଗରେ ଅଧିକ ଟ୍ରାଫିକ୍ ହେତୁ ବହୁତ ସମସ୍ୟା ସୃଷ୍ଟି ହେଉଛି |
• ଅହମ୍ମଦାବାଦ ,ମୁମ୍ବାଇ
ସୁରଟ ପର୍ଯ୍ୟନ୍ତ ବ୍ରହ୍ମପୁରରୁ ଏକ ଦୈନିକ ଟ୍ରେନ୍ର,- ନୂଆଦିଲ୍ଲୀ, ହୀରାକୁଦ ଏକ୍ସପ୍ରେସକୁ ସପ୍ତାହର 7 ଦିନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ|
• ବ୍ରହ୍ମପୁରରୁ ବାରାଣାସୀ କିମ୍ବା ଆହ୍ଲାବାଦ | ବ୍ରହ୍ମପୁର ରୁ ପୁରୀ ମେମୁ ଟ୍ରେନ୍ ପ୍ରତିଦିନ | ବ୍ରହ୍ମପୁର ରୁ ଭୁବନେଶ୍ୱର ଓ ବିଶାଖାପାଟନମ AC Chair Car ବଗି ସହ ମେମୁ , ଗୁଣୁପୁର, କୋରାପୁଟ, ବାଲେଶ୍ୱର ଏବଂ ଅନଗୁଳ କୁ ନୂଆ ମେମୁ ଟ୍ରେନ୍ | ଜମ୍ମୁ ତାୱି-ଟାଟା ଏକ୍ସପ୍ରେସ କୁ ବ୍ରହ୍ମପୁରକୁ ସମ୍ପ୍ରସାରଣ କରାଯାଉ| ସିଧାସଳଖ ସଂଯୋଗ ସହିତ, ଜନସାଧାରଙ୍କ ସୁବିଧା ହେତୁ ଏହି ଟ୍ରେନ୍ ଗୁଡିକର ବିସ୍ତାର ଦକ୍ଷିଣ ଓଡିଶାରେ ରେଳ ର ବିକାଶ ପାଇଁ ବହୁତ ସହାୟକ ହୋଇପାରିବ| ଯଦି ଉପୋରକ୍ତ ଦାବି କୁ ନେଇ ରେଳ ବିଭାଗ କୌଣସି ବିହିତ ଅନୁମୋଦନ କରିବାରେ ବୈମାତୃକ ମନୋଭାବ ସହ ବିଳମ୍ବ କରୁଛନ୍ତି ତାହାହେଲେ ଆସନ୍ତା ସେପ୍ଟେମ୍ବର ୯ ତାରିଖ ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ଦକ୍ଷିଣ ଓଡିଶା ର ଏକଶହରୁ ଉର୍ଦ୍ଧ ଗଣସଂଗଠନ ମାନଙ୍କ ମିଳିତ ସହଯୋଗ ରେ ଗଣ ଧାରଣା ଓ ଗଣ ଅନଶନ ସହ ବ୍ୟାପକ ଆନ୍ଦୋଳନ କରାଯିବ ସେଥି ପାଇଁ ରେଳ କତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ଆଇନଜୀବୀ, ପ୍ରଗତିଶୀଳ ଉତ୍କଳ ସମାଜର ରାଜ୍ୟ ସମ୍ପାଦକ ତଥା ଆବାହକ ‘ମିଳିତ କ୍ରିୟାନୁଷ୍ଠାନ କମିଟି’ ସରୋଜ ରଞ୍ଜନ ପଟ୍ଟନାୟକ,