ବ୍ରହ୍ମପୁର : ଚିକିଟି ଗ୍ରାମ ରେ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୧୪ ଜଣ ବ୍ରହ୍ମପୁର ବଡ଼ମେଡ଼ିକାଲ ରେ ଚିକିତ୍ସା ଧିନ ରହିଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣ ଙ୍କ ସ୍ବାସ୍ଥ୍ୟ ଭଲ ହେବା ରୁ ଘରକୁ ଫେରିଲେଣି। ଦୁଇ ଜଣ ଙ୍କୁ ଆଇସିୟୁ ରେ ରହି ଚିକିତ୍ସା ହେଉଛନ୍ତି। ଏହି ମଦ ମୃତ୍ୟୁ ଘଟଣାରେ ୧୦ ଜଣ ଗିରଫ ହୋଇ ଥିବା ବେଳେ
ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କୁ ତଦନ୍ତ କରି ଥିଲେ। ମଦ ପିଇବା ପରେ ସେମାନଙ୍କ ଅବସ୍ଥା ସଙ୍ଗିନୀ ହୋଇ ଯାଇ ଥିଲା। ଏହି ଭଳି ଅବସ୍ଥା କାହିଁକି ହେଲା ଓ ଏହାର କାରଣ ସମ୍ପର୍କରେ ଅନୁସନ୍ଧାନ କରି ଥିଲେ ପୋଲିସ ପକ୍ଷରୁ। ଗିରଫ ଅଭିଯୁକ୍ତମାନଙ୍କୁ ତଦନ୍ତ କରି ଜଙ୍ଗଲରୁ ଚେର ସଂଗ୍ରହ କରି ମଦରେ ମିଶ୍ରଣ କଲେ ଭଲ ନିସା ହେବ ଓ ପେଟ ସଫା ହେବ ବୋଲି ମିଶ୍ରଣ କରାଯାଏ। ଏସଂକ୍ରାନ୍ତରେ ରେ ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କ ଘର ତଲାସୀ କରି କିଛି ପାଇ ନଥିବା ଏସପି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହି ମଦ ନିମନ୍ତେ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ତଦନ୍ତ କରି ପ୍ରାୟ ୧୭ ଟି ମାମଲା ରୁଜୁ ହୋଇଛି। ଚିକିଟି, ଜରଡା ଓ ଦିଗପହଣ୍ଡି ଥାନା ଅଧିକାରୀ ମାନଙ୍କୁ ଚୋରା ମଦ ଉପରେ ଅଧିକ ଦୃଷ୍ଟି ଦେଇ ଚଢାଉ କରି ବା ନିମନ୍ତେ ନିର୍ଦୈଶ ଦେଇ ଥିବା ବେଳେ ପ୍ରତି ଦିନ ହଜାର ଲିଟର ପୋଚ ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି।