Odisha news

ବ୍ରହ୍ମପୁରରେ ଚାଂଚଲ୍ୟ , ରାଖୀ ପୂର୍ଣ୍ଣିମାରେ ଭଉଣୀର ଜୀବନ ନେଲେ ଭାଇ ଆହତ ଅଭିଯୁକ୍ତ ଏମକେସିଜିରେ ଭର୍ତ୍ତି

0
ବ୍ରହ୍ମପୁର,୧୯ା୮: ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧି ତା ମଙ୍ଗଳ ମାନସି ଥାଏ।ଭାଇ ମଧ୍ୟ ଭଉଣୀଙ୍କ ସୁରକ୍ଷା ଦେବା ପାଇଁ ଶପଥ କରେ।କିନ୍ତୁ ଆଜିର ଭଳି ଦିନରେ ଜଣେ ଭାଇ ନିଜ ଦାଦା ଝିଅ ଭଉଣୀଙ୍କୁ ଛୁରୀ ଭୂଷି  ଜୀବନ ନେଇଛନ୍ତି। ବଡବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ୭ମ ଲାଇନରେ ଜଣେ ସମ୍ପର୍କୀୟ ଭାଇ ନିଜ ଦାଦା ଝିଅ ଭଉଣୀ ଓ ଦାଦା ପୁଅ ଭାଇକୁ ଛୁରା ମାଡ କରିଛି ଆଜି ଅପରାହ୍ନ ୨ଟା ବେଳେ ଏକ କୋଠରୀ ଭିତରେ ଏହି ଘଟଣା ଘଟିଛି ା ଏଥିରେ ଭଉଣୀର ମୃତ୍ୟୁ ହୋଇଯାଇଥିବା ବେଳେ ଭାଇ ଗୁରୁତର ହୋଇଛି ା ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ଲୋଚାପଡା ଅଞ୍ଚଳର ରବୀନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ପ୍ରଜୁକ୍ତା ପ୍ରାଣୀଗ୍ରାହୀ(୧୩) ା ସେହିପରି ଆହତ ଜଣଙ୍କ ହେଲେ ଦିଗପହଣ୍ଡି ପଦ୍ମନାଭପୁରର ପ୍ରଦୀପ ପାଣିଗ୍ରାହୀଙ୍କ ପୁଅ ଆୟୂଷମାନ ପାଣିଗ୍ରାହୀ(୧୫) ା ଛୁରା ମାଡ କରିଥିବା ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀ(୨୪) ଘଟଣାପରେ ଚମ୍ପଟ ମାରିଛି ା ହେଲେ ସେ  ହିଞ୍ଜିଳି ନିକଟରେ ଏକ ବସ ସମ୍ମୁଖକୁ ହେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଆହତ ହୋଇପଡିଛି ା
ସୂଚନାଥାଉକି, ଜଗନ୍ନାଥ ବିହାର ୭ମ ଲାଇନରେ ରହୁଥିବା ପ୍ରସାଦ ପାଣିଗ୍ରାହୀଙ୍କ ଘରେ ଆଜି ଦିନ ବେଳା ଶ୍ରାଦ୍ଧ କାର୍ଯ୍ୟ ପାଇଁ  ଭୋଜିଭାତ ଚାଲିଥିଲା ା ଏଥିରେ ତାଙ୍କ ୩ ସାନ ଭାଇ ଯଥା ସତ୍ୟ ନାରାୟଣ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ ଓ ରବିନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କ ପରିବାରର ଲୋକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ା ସେହି ଭୋଜିରେ ସତ୍ୟନାରାୟଣଙ୍କ ପୁଅ ତଥା ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀ(୨୪) ମଧ୍ୟ ଯୋଗ ଦେଇଥିଲେ ା ଅପରାହ୍ନ ୨ଟା ବେଳେ ତଳ ଘରେ ଶ୍ରାଦ୍ଧ ଚାଲିଥିବା ବେଳେ ୩ୟ ମହଲାରେ ପ୍ରଯୁକ୍ତା ଏବଂ ଆୟୁଷମାନ ଉପସ୍ଥିତ ଥିଲେ ା ଏହି ସମୟରେ ଅଭିଯୁକ୍ତ ଆଶୁତୋଷ ସେହି ଉପର ଘରକୁ ଯାଇଥିଲେ ା ଘର ଭିତରେ କୌଣସି କାଣରକୁ  କେନ୍ଦ୍ର କରି ଏକ ଛୁରୀ ସାହାର୍ଯ୍ୟରେ ନିଜ ଦାଦା ଝିଅ ଭଉଣୀ ପ୍ରଯୁକ୍ତା ଏବଂ ଭାଇ ଆୟୁଷମାନଙ୍କୁ ହଠାତ ଛୁରୀ ଭୁଷି ଦେଇଥିଲେ ା ଏଥିରେ ପ୍ରଜୁକ୍ତାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅୟୁଷମାନ ଗୁରୁତର ଭାବେ ଆହତ ହୋଇଥିଲେ ା ଉପର ଘରୁ ପାଟିତୁଣ୍ଡ ଶୁଣି ପରିବାର ଲୋକେ ଉପରକୁ ଯିବା ପରେ ଉଭୟ ରକ୍ତ ଜୁଡୁବୁଡ ଅବସ୍ଥାରେ ତଳେ ପଡିଥିବା ଦେଖିଥିଲେ ା ସେତେବେଳକୁ ଛୁରା ମାଡ କରିବା ପରେ ଅଭିଯୁକ୍ତ ଆଶୁତୋଷ ଘଟଣାସ୍ଥଳରୁ ଫେରାର ହୋଇସାରିଥିଲେ ା ଉଭୟ ଭାଇ ଭଉଣୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ସେଠାରେ ଡାକ୍ତରମାନେ ପ୍ରଜୁକ୍ତାଙ୍କୁ ମୃତ ଘୋଷଣା କରିଥିଲେ ା ଆୟୁଷମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ା ଅତିରିକ୍ତ ଏସପି ରମେଶ ସେଠୀ, ବଡବଜାର ଥାନା ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ା ହେଲେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ଆଶୁତୋଷ ହିଞ୍ଜିଳିକାଟୁ ସୋମପୁର ଛକ ଠାରେ ଏକ ଚଳନ୍ତା ବସ ସମ୍ମୁଖକୁ ଡେଇଁ ପଡିବାରୁ ସେ ଗୁରୁତର ହୋଇପଡିଥିଲେ ା ତାଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ଅଣାଯାଇଛି ା ଅଭିଯୁକ୍ତ ଆଶୁତୋଷ ବ୍ରହ୍ମପୁରରେ ଫାର୍ମାସୀ ପଡୁଥିବା ବେଳେ ତାଙ୍କ ବାପା ଭୁବନେଶ୍ବରରେ ରହୁଥିବା ଜଣାପଡିଛି ା ସେ କେଉଁ କାରଣରୁଏଭଳି କାଣ୍ଡ ଭିଆଇଲେ ତାହା ଜଣାପଡିନାହିଁ
Leave A Reply