ବ୍ରହ୍ମପୁର,୧୭।୮: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଅଯୋଧ୍ୟାନଗର ୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ସବୁଠାରୁ ବଡକଥା ହେଉଛି ଗରିବବନ୍ଧୁଙ୍କୁ ତାଙ୍କ ନିଜ ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ପ୍ରବୀଣ କୁମାର ଶର୍ମା ଓରଫ ଶ୍ରୀୟା ହିଁ ହତ୍ୟା କରିଛନ୍ତି। ମୃତ ବୃଦ୍ଧ ଜଣଙ୍କ ହେଲେ ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣୀ ଗିରବବନ୍ଧୁ ପଣ୍ଡା(୭୪) । ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ। ହେଲେ ସେମାନଙ୍କ ଯୋଜନା ପେଲ ହେବା ସହ ପୁଲିସ ହାତରେ ଧରାପଡିଯାଇଥିଲେ ା ସେହିକ୍ରମରେ ପୁଲିସ ଆଜି ଉଭୟଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ା ସୂଚନାପ୍ରକାରେ, ୧୬ ତାରିଖ ସକାଳୁ ଅଯୋଧ୍ୟାନଗର ୩ୟ ଲାଇନରେ ରହୁଥିବା ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମକେସିଜି ମେଡିକାଲକୁ ନେଇଥିଲେ ା ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗିରବବନ୍ଧୁ ପଣ୍ଡାଙ୍କ ମୃତ୍ୟୁ ହୋଇସାରିଥିଲା ା ତେବେ ଗରିବବନ୍ଧୁଙ୍କ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ଶରିରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ା ଏ ନେଇ ଡାକ୍ତଙ୍କ ପକ୍ଷରୁ ପୁଲିସକୁ ଖବର ଦିଆଯିବ ପରେ ବୈଦ୍ୟନାଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା(ନଂ-୫୩୯/୨୪) ରୁଜୁ କରାଯାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିଲା ା ଏପଟେ ଘରେ ଚଟାଣରେ ପଡିଯିବାରୁ ଗରିବବନ୍ଧୁ ଗୁରୁତର ହୋଇଯାଇଥିଲେ ବୋଲି ତାଙ୍କ ପୁଅ ସନ୍ଦୀପ ଡାକ୍ତର ଓ ପୁଲିସକୁ କହିଥିଲେ ା ହେଲେ ସନ୍ଦୀପଙ୍କ ଶରୀରରେ ଯେଉଁ ଧରଣର କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ତାକୁ ଦେଖି ପୁଲିସର ସନ୍ଦେହ ଉପୁଜିଥିଲା ା ଥାନାର ଏଏସଆଇ ପ୍ରସାଦ କୁମାର ବେହେରା ଘଟଣାର ତଦନ୍ତ କରିବା ବେଳେ ଅଯୋଧ୍ୟାନଗର ୩ୟ ଲାଇନକୁ ଯାଇ ଗରିବବନ୍ଧୁଙ୍କ ସାଇପଡିଶା ଲୋକଙ୍କୁ ପଚରାଉଚରା କରିଥିଲେ ା ଏହି ସମୟରେ ପୁଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା ା ମୃତ ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି ା ସେହିପରି ତାଙ୍କ ଝିଅ ଆମେରିକାରେ ରହୁଛି ା ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ା ହେଲେ ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନକ ଦିନ ହେବ ତାଙ୍କ ପତ୍ନୀ ଓ ଝିଅ ତାଙ୍କୁ ଛାଡି ବାପ ଘରକୁ ଚାଲି ଯାଇଛନ୍ତି ା ଅଯୋଧ୍ୟାନଗର ୩ୟ ଲାଇନ ସ୍ଥିତ ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ହିଁ ରହୁଥିଲେ ା ହେଲେ ସନ୍ଦୀପ ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲାର କାଲସ୍ବା ଥାନା ଅନ୍ତର୍ଗତ ଶୀବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା ା ପତ୍ନୀ ଛାଡି ଚାଲିଯାଇଥିବାରୁ ସନ୍ଦୀପ କିନ୍ନର ଶ୍ରୀୟାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ଆଜକୁ ୩ ମାସ ହେବ ନିଜ ଘରେ ଆଣି ରଖିଥିଲେ ା ସନ୍ଦୀପ ଓ ଶ୍ରୀୟା ଏଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ ା ଉଭୟ ମୃତ ଗରିବବନ୍ଧୁଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରିଥିଲେ ା ୧୫ ତାରିଖ ରାତିରେ ଉଭୟ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ ା ଉଭୟ ଉତ୍ୟକ୍ତ ହୋଇ ଗରିବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ ା ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ା ସେହି ଘରର ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଥିଲା ା ହେଲେ ଉଭୟ ଏହାକୁ ଏକ ଦୁର୍ଘଟଣା ରୂପ ଦେବାକୁ ରକ୍ତ ଛିଟା ପୋଛାପୋଛି କରିଥିଲେ ା ସକାଳୁ ଉଭୟ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ନେଇଥିଲେ ା ଏପଟେ ପାରିପାର୍ଶିକ ପରିସ୍ଥିତିରୁ ସନ୍ଦେହ କରି ପୁଲିସ ସାଇଣ୍ଟିଫିକ ଟମ ସହ ଅଯୋଧ୍ୟାନଗର ଘରେ ପହଞ୍ଚି ତଦନ୍ତ କରିଥିଲା ା ସେଥୀରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା ା ଏହାପରେ ପୁଲିସ ପକ୍ଷରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାଟି ହତ୍ୟା ମାମଲା(ନଂ-୩୮୨/୨୪)ରେ ପରିଣତ ହୋଇଥିଲା