ବ୍ରହ୍ମପୁର: ବ୍ରହ୍ମପୁର ବଜରଙ୍ଗଦଳ ପକ୍ଷରୁ ବାହାର ରାଜ୍ୟକୁ ଗୋ ମାଂସ ଧରି ରାଜ୍ୟ ବାହାରକୁ ଯାଉଥିବା ବେଳେ ଗାଡ଼ିକୁ ଅଟକାଇଥିଲେ ।ବଜରଙ୍ଗି ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରି ଥିଲେ।ଏହିପରି ଚାଲାଣ ବହୁବାର ହେଉଥିବା ନଜିରୀ ରହିଛି । ଏହାକୁ କାହିଁକି ରୋକ ଲାଗୁନି ସାଧାରଣରେ ଚର୍ଚ୍ଚର ବିଷୟ ପାଲଟିଛି। ଆଜି ଏପିରି ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜପଥ ପୋକୁଡବନ୍ଧ ଛକରେ। ସୂଚନା ଯୋଗ୍ୟ ଯେ, ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ପୁକୁଡିବନ୍ଧ ଛକ ନିକଟରେ । ଆଜି ସକାଳ ସମୟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ ମାଂସ ଧରି ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳ ରୁ ବିଶାଖାପାଟଣା ଯାଉଥିବା ବେଳେ କିଛି ଲୋକ ସନ୍ଦେହ କରି ଗାଡ଼ିକୁ ଅଟକାଇଥିଲେ । ଏହାପରେ ଗାଡ଼ିକୁ ଖୋଲି ଦେଖିଲା ବେଳକୁ ସେଥିରୁ ବାହାରିଥିଲା ଗୋ ମାଂସ। ସଙ୍ଗେ ସଙ୍ଗେ ଘଟଣା ନେଇ ଥାନାକୁ ଖବର ଦେଇଥିଲେ । ଉକ୍ତ କଣ୍ଟେନରରୁ ବହୁ ପରିମାଣର ଗୋ’ ମାଂସ ଥିବା ପ୍ୟାକେଟ୍ ମିଳିଥିଲା। ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡି ଚାଳକ କୁ ଅଟକ ପଚାରଉଚାର କରିବା ସହ ସେଠାରେ କିଛି ସମୟ ପାଇଁ ଉତେଜନା ସୃଷ୍ଟି ହୋଇଥିଲା | ଘଟଣାର ଖବର ପାଇଁ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିଲା | ଏହା କେବଳ ଆଜିର ଘଟଣା ନୁହେଁ, ବାରମ୍ବାର ଏହି ଭଳି ଘଟଣା ଦେଖିବାକୁ ମିଳିଛି | କିଏ ଏହି ଗୋ ମାଂସ ଚାଲାଣ ରେ ମାଷ୍ଟର ମାଇଣ୍ଡ କୁ ଗିରଫ କରି ଏହି ଭଳି ଘଟଣାକୁ ବନ୍ଦ କରି ବା ପାଇଁ ବଜରଙ୍ଗି ଦଳ ପକ୍ଷରୁ ଦାବୀ କରାଯାଇଛି।