Odisha news

୫ ଚୋରି କାର ଉଦ୍ଧାର ଜଣେ ଗିରଫ

0
ବ୍ରହ୍ମପୁର,୭।୬: ଏକାଧିକ ବ୍ୟକ୍ତିଙ୍କ କାର ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ସେ ହେଲେ ଆନ୍ଧ୍ରପ୍ରଦେଶ କଞ୍ଚିଲି ଥାନା କୋଲୁର ଗ୍ରାମର ଏମ. କ୍ରିଷ୍ଣା ପ୍ରଧାନ(୨୯) ା ତାଙ୍କ ନିକଟରୁ ୫ଟି କାର ଓ ଗୋଟିଏ ବାଇକ ଜବତ କରିଛି ା ସୂଚନାଥାଉକି, ବ୍ରହ୍ମପୁର ଦଳୁଆ ସାହିର ବି. ଚଲପତି ରାଓଙ୍କ କାର ଗତ ୧୯ ତାରିଖରେ ଚୋରି ହୋଇଯାଇଥିଲା ା ସେହି କାରକୁ ଚଳାଉଥିବା କ୍ରିଷ୍ଣା ପ୍ରଧାନ ହିଁ କାର ଧରି କେଉଁଆଡେ ଫେରାର ହୋଇ ଯାଇଥିଲେ ା ଏକ ଭଡାରେ ଯାଇଛି କହି କାର ନେବା ପରେ କ୍ରିଷ୍ଣା ଆଉ ବ୍ରହ୍ମପୁରକୁ ଫେରିନଥିଲେ ା ସେ ଗତ ୨୮ ତାରିଖ ଯାଏଁ ଚଲାପତିଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ା ହେଲେ ଏହାପରେ ଫୋନ ବନ୍ଦ କରି ଧରାଛୁଆଁ ଦେଇନଥିଲେ ା ଘଟଣାକୁ ନେଇ ଚଲାପତି ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୧୮୧/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ପୁଲିସ କ୍ରିଷ୍ଣାଙ୍କୁ କାବୁ କରି ପଚରାଉଚରା କରିବା ପ​ରେ ସେ ଚଲାପତିଙ୍କ ଭଳି ଅନ୍ୟ ୪ ଜଣ ମାଲିକଙ୍କ ଠାରୁ କାର ଚୋରି କରିଥିବା ଜଣାପଡିଥିଲା ା ଅଭିଯୁକ୍ତ ନିକଟରୁ ୫ଟି କାର ଓ ଗୋଟିଏ ପଲସର ବାଇକ ଜବତ କରାଯାଇଥିଲା ା ଅଭିଯୁକ୍ତ କ୍ରିଷ୍ଣା ପ୍ରଧାନ କାରଗୁଡ଼ିକ ଚୋରି କରିବା ପରେ ସେଗୁଡ଼ିକ ବିଭିନ୍ନ ଲୋକଙ୍କ ନିକଟରେ ବନ୍ଧକ ରଖି ନତୁବା ବିକ୍ରି କରି ଟଙ୍କା ଆଣୁଥିବା ବୋଲି ତଦନ୍ତ ବେଳେ ଜଣାପଡିଛି
Leave A Reply