Odisha news

ବନ୍ଧୁକ ସହ ଦୁର୍ଦାନ୍ତ ଅପରାଧୀ ଦଣ୍ଡ ମହାରଣା ଗିରଫ

0
ବ୍ରହ୍ମପୁର,୨୧।୫: ବନ୍ଧୁକ ଓ ଗୁଳି ସହ ଗିରଫ ହୋଇଛି ଗେଟବଜାର ବିଲ ସାହିର ଦଣ୍ଡ ମହାରଣା(୪୪) ା ଗତକାଲି ଭୋର ସମୟରେ ତୁଳସୀ ନଗର ନିକଟରୁ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ା ଟାଉନ ଥାନା ପକ୍ଷରୁ ଗତକାଲି ରାତିରେ ପେଟ୍ରୋଲିଂ ଜାରି ରହିଥିଲା ା ଭୋର ସମୟରେ ତୁଳସୀନଗର ନିକଟରେ ଥିବା ଏକ ଗୋଦାମ ନିକଟରେ ଦୁର୍ଦାନ୍ତ ଅପରାଧୀ ଦଣ୍ଡ ମହାରଣା ବନ୍ଧକୁ ଧରି କୌଣସି ଅପରାଧ ଘଟାଇବାକୁ ଯାଉଥିବା ପୁଲିସକୁ ଖବର ମିଳିଥିଲା ସେହିକ୍ରମରେ ପୁଲିସ ସେଠାରେ ଅତର୍କିତ ଚୖଉ କରି ଦଣ୍ଡକୁ ଗିରଫ କରିଥିଲା ା ପୁଲିସ ତାଙ୍କ ନିକଟରୁ ଏକ ବନ୍ଧୁକ ସହ ଜୀବନ୍ତ ଗୁଳି ପାଇଥିଲା ା ଦଣ୍ଡକୁ ଗିରଫ କରି ଥାନାକୁ ଅଣାଯାଇଥିଲା ା ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି
Leave A Reply