Odisha news

ଶିବରାତ୍ରି ଉପଲକ୍ଷେ ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ

0
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସହର ସମସ୍ତ ଶିବ ମନ୍ଦିରେ ଓ ନମଃ ଶିବାୟ ମନ୍ତ୍ର ଧ୍ଵନିରେ ଭକ୍ତମୟ ହୋଇ ଯାଇଛି। ସହର ର ନିଳକଣ୍ଠେଶ୍ବର, ବାଲୁଙ୍କେଶ୍ୱର, ପାଣି ମହାପ୍ରଭୁ, ଉତ୍ତରେଶ୍ବର, ଗଙ୍ଗାଧରେଶ୍ବର ସମେତ ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ଥିବା ଦେଖିବାକୁ ମିଳୁଛି। ଏନେଇ ସମସ୍ତ ମନ୍ଦିରରେ ଶିବରାତ୍ରି ଉପଲକ୍ଷେ ସାଜସଜ୍ଜା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଥିବା ବେଳେ ଜାଗର ଉପଲକ୍ଷେ ମନ୍ଦିର ମାନଙ୍କରେ ଆଲୋକ ମାଳା ସହିତ ଓ ନମଃ ଶିବାୟ ମନ୍ତ୍ର ଧ୍ଵନିରେ ସମସ୍ତ ପ୍ରକାର ସୁବିଧା ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ସ୍ବେଚ୍ଛାସେବୀ ସଙ୍ଗଠନରେ ସହଯୋଗ କରିଥିଲେ। ଏହି ଅବସରରେ ଆଜି ଭୋରରୁ ଦେବାଧିଦେବ ମହାଦେବଙ୍କ ନିମନ୍ତେ ଜଳାଭିଷେକ,ଖିରାଭିଶେକ, ପଞ୍ଚାମୃତ ଅଭିଷେକ ସହିତ ମହୁ, ଘିଅରେ ଅଭିଷେକ ସହିତ ବାଳ ଭୋଗ,ମଙ୍ଗଳ ଆଳତି ପରେ ପ୍ରଭୁଙ୍କ ପାଖରେ ଭୋଗ ନିମନ୍ତେ ଦର୍ଶନ କରିବା ପାଇଁ ଭକ୍ତ ମାନଙ୍କୁ ଧାଡ଼ି ବାନ୍ଧି ଛଡ଼ା ଯାଇଥିବା ଦେଖିବାକୁ ମିଳିଛି। ଆଜି ସମସ୍ତ ମନ୍ଦିରରେ ନିତିକାନ୍ତି ଅନୁଯାୟୀ ମୁଖ୍ୟ ମହାଦୀପ ମନ୍ଦିର ଉପରକୁ ଉଠିବ ବୋଲି ସୂଚନା ମିଳିଛି।
Leave A Reply