Odisha news

ଆୟାପ୍ପା ମନ୍ଦିରରୁ ରୂପା ଅଳଙ୍କାର ଚୋରି ଘଟଣା : ଦୁଇ ସପ୍ତାହ ପରେ ବି ପୋଲିସକୁ ମିଳୁନି ସୁରାକ

0

ଵ୍ରହ୍ମପୁର  , ୬/୫- ସହରରେ ଏବେ ଚୋରି, ଲୂଟ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ମୁସଲିମ ସ୍ମଶାନ ସମ୍ମୁଖରେ ଥିବା ହରିହର ମନ୍ଦିର ନିକଟ ଆୟାପ୍ପା ମନ୍ଦିରରୁ  ଚୋର ଗ୍ୟାଙ୍ଗ ଏପ୍ରିଲ ୧୮ ବିଳମ୍ବିତ ରାତ୍ର ପ୍ରାୟ ଦୁଇ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଚୋରି କରି ନେଇଥିଲେ। ଅଭିଯୋଗ ପରେ  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁରଓ  ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଛି।ଏପରିକି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଥିଲା। ହେଲେ ଇତିମଧ୍ୟରେ ଦୁଇ ସପ୍ତାହ ବିତିଯାଇଛି। ଚୋର ଗ୍ୟାଙ୍ଗ ସମ୍ପର୍କରେ ପୋଲିସକୁ ଅଦ୍ୟାବଧି କୌଣସି ସୁରାକ ମିଳିପାରିନାହିଁ। ମନ୍ଦିରରୁ ଅଳଙ୍କାର ଚୋରି କରୁଥିବା ଗ୍ୟାଙ୍ଗ ବାହାର ରାଜ୍ୟର ହୋଇଥିବା ପୋଲିସ ସନ୍ଧେହ କରୁଛି। ଏଣୁ ପୋଲିସ ଏବେ ଅନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ସୁରାକ ଖୋଜୁଥିବା ଜଣାପଡିଛି। ପ୍ରକାଶ ଯେ, ଉପରୋକ୍ତ  ଆୟାପ୍ପା ମନ୍ଦିର  ପୂଜକ ଅଜିତ କୁମାର ସାମନ୍ତରାୟ ପ୍ରତିଦିନ ଭଳି ଗତ ଏପ୍ରିଲ ୧୯ ତାରିଖ ସକାଳେ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ସେ ମନ୍ଦିର କବାଟ ଖୋଲି ଭିତରକୁ ଯାଇ ଦେଖିବା ବେଳେ ଅୟାପ୍ପା ମହାପ୍ରଭୁଙ୍କ ମୁଖ୍ୟ କବାଟ ଭଙ୍ଗାଯାଇଥିଲା। ଦୁର୍ବୃତ୍ତ ମାନେ  ମହାପ୍ରଭୁଙ୍କ ୩ଟି ରୁପା ମୁକୁଟ , ରୂପାର ହାର,  ,ରୂପାର ୩ ଟି ଗ୍ଲାସ , ଗୋଟିଏ ରୁପା ଥାଳି ଓ ଭକ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଥିବା ଗୋଟିଏ ରୂପାର ମୁକ୍ତଟ ଏସମସ୍ତ  ଅଳଙ୍କାର ଚୋରି କରି ନେଇଯାଇଥିଲେ।ପରେ ପୂଜକ ଏନେଇ କମିଟ ସଭ୍ୟଙ୍କୁ ଜଣାଇଥିଲେ। କମିଟି ସଭ୍ୟ ମାନେ ଥାନାରେ ମହାପ୍ରଭୁଙ୍କ ପ୍ରାୟ ଅଢେଇ କେଜିର ବିଭିନ୍ନ ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ।ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହରିହର ନଗରରେ ଥିବା ମା’ଦଣ୍ଡକାଳୀ ମନ୍ଦିରରୁ ଚୋରି ହୋଇଥିଲା। ଚୋର ଗ୍ୟାଙ୍ଗ  ହୁଣ୍ଡି ଭାଙ୍ଗି ସେଥିରେ ଥିବା ୨୫ ହଜାର ଟଙ୍କା ଚୋରି କରି ନେଇଥିଲେ।

Leave A Reply