Odisha news

ବାଇକ ଧକ୍କାରେ ମହିଳାଙ୍କ ମୃତ୍ୟୁ

0

ଵ୍ରହ୍ମପୁର  ୪/୫- ବାଇକ ଧକ୍କାରେ ଗୁରୁତର ଆହତ ହୋଇଥିବା ଜନୈକା ମହିଳାଙ୍କ ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଜାପଲ୍ଲୀର ହରି ଭୂୟାଁଙ୍କ ଶିଶୁଆ ଭୂୟାଁ (୪୨)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ୨୩୧/୨୨ରେ ଏକ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଶିଶୁଆ ନିକଟସ୍ଥ ପୋଖରୀ କୁ ଶୌଚ ପାଇଁ ଯାଉଥିଲେ। ରାସ୍ତାରେ ତାଙ୍କୁ ଏକ ବାଇକ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ।

Leave A Reply