Odisha news

ନବମ ଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ ଚଳଚଞ୍ଚଳ ପୂଜା ମଣ୍ଡପ

0
ବ୍ରହ୍ମପୁର : ଆଶ୍ବିନ ମାସ ଆରମ୍ଭ ହୋଇ ଗଲେ ଚଳଚଞ୍ଚଳ ହୋଇ ପଡେ ଦେବି ମନ୍ଦିର ଗୁଡିକ। ଷୋଡ଼ଶ ଦିନାତ୍ମକ ପୂଜାକୁ ନେଇ ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା ର ସମସ୍ତ ଦେବୀ ପୀଠ । ନବମୀ ପୂଜା ଅବସର ରେ ଦେବୀ ପୀଠ ଗୁଡିକରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା ।  ଜଗତଜନନୀ ମା’ ଦୁର୍ଗାଙ୍କୁ ସ୍ଵତନ୍ତ୍ର ପୂଜା ବିଧିରେ ଆବାହନ ସହ ପୂଜାର୍ଚ୍ଚନା କରାଯାଉଛି । ତେବେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଦେବୀଙ୍କ ଷୋଳ ପୂଜା ମହା ନବମୀ ଯାଏ ଅନୁଷ୍ଠିତ ହେବ। ଏହି ଅବସର ରେ ଆଜିଠାରୁ ଦୁର୍ଗା ପୂଜା ସହର ର କମାପଲ୍ଲୀ,କୋର୍ଟ ପେଟା ଛକ, ବିଜିପୁର,ପୁରୁଣା ବସ ଷ୍ଟାଣ୍ଡ ,ଗିରିଜା ଛକ,ଗିରି ମାର୍କେଟ
 ,ହନୁମାନ ବଜାର ଛକ,ବଡ ବଜାର ସମେତ ବହୁ ସ୍ଥାନରେ ମେଢ ଗୁଡିକ ରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇ ଯାଇଛି। ମେଢ  ଗୁଡିକରେ ପ୍ରତ୍ୟହ ଚଣ୍ଡୀପାଠ, ହୋମ, ଆଳତୀ, ଶଙ୍ଖୁଡ଼ି ତଥା ଆମିଷ ଭୋଗ ଅନୁଷ୍ଠିତ ହୁଏ । ଶାରଦୀୟ ଦୁର୍ଗାପୂଜାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ମହାସପ୍ତମୀ, ଅଷ୍ଟମୀ, ନବମୀରେ ଅଷ୍ଟ ଭୂଜା ଓ ଦଶଭୂଜା ବେଶ ଅନୁଷ୍ଠିତ ହେବ । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଶାରଦୀୟ ଦୁର୍ଗାପୂଜାରେ ଯେଉଁ ଭକ୍ତ ନିଷ୍ଠାର ସହ ମା’ଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
“ପ୍ରତ୍ୟେହ ଚଣ୍ଡୀପାଠ, ହୋମ, ଆଳତୀ, ବିଭିନ୍ନ ବେଶ, ସ୍ଵତନ୍ତ୍ର ଶଙ୍ଖୁଡ଼ି ଭୋଗ, ନୀତି ଅନୁଷ୍ଠିତ ହେବ । ବିଜୟା ଦଶମୀରେ ରାଜ ରାଜେଶ୍ୱରୀ ବେଶ, ମହିଷାମର୍ଦ୍ଦିନି ବେଶ ଅନୁଷ୍ଠିତ ହେବା ଶହ ଶାରଦୀୟ ଦୂର୍ଗୋତ୍ସବ ସମାପନ ହେବ” ବୋଲି କହନ୍ତି ପୂଜକ ବୃନ୍ଦ।  ମା’ଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ ଜମିବ।
Nalco
Leave A Reply