ବ୍ରହ୍ମପୁର : ଆଜି ପବିତ୍ର ମେରୁ ସଂକ୍ରାନ୍ତି ଅବସରରେ ସହରର ସମସ୍ତ କାଳି ମନ୍ଦିର ସମ୍ମୁଖରେ ମେରୁ ଉପାସକ ମାନସିକ ଧାରୀ ଭକ୍ତଙ୍କ ପ୍ରବଳ ଭିଡ ଜମି ଥିବା ବେଳେ ସହର ସମସ୍ତ ହନୁମାନ ମନ୍ଦିର ରେ ଭକ୍ତଙ୍କ 108′ ହନୁମାନ ଚାଳିଶା ପାଠ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ମେରୁ ସଂକ୍ରାନ୍ତି ରେ ମହାଦେବ (ହର) ଓ ପାର୍ବତୀ (ଗୌରି)
ମହାନ ପରମ୍ପରା ପବିତ୍ର ଦଣ୍ଡ ଯାତ୍ରା ର ଆଜି ଶେଷ ଦିନରେ ମନ୍ଦିର ନିକଟରେ କଳାରୁଦ୍ର ମଣି ନିତି ନିୟମ ଅନୁସାରେ ପୂଜା ଅର୍ଚ୍ଚନା ସହିତ ଧୁଳିଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ପରମ୍ପରା ଅନୁସାରେ କରାଯାଇଥାଏ। ପରେ ମେରୁ ଖୁଣ୍ଟି ରେ ମୁଖ୍ୟ ପାଟଭୂକୁତା କୁ ଓହ୍ଳାଳା ଯାଏ ମେରୁ ଯାତ୍ରା ସମାପନ ହୁଏ। ମାନସିକ ଧାରୀ ଭକ୍ତ ଜଳ ସ୍ପର୍ସ ନକରି ଉପବାସ ରହି ଥୀବା ବେଳେ ମେରୁ ଯାତ୍ରା ସମାପନ ପରେ ନଡିଆ ଭାଙ୍ଗିବା ସହିତ ପୂଜା ପରେ ସମସ୍ତେ ପଣା ପାଣି ପିଇବା ବିଧି ରହିଛି। ହେଲେ ଆଜି ବ୍ରହ୍ମପୁର ସହର ପାଣିଗ୍ରାହୀ ପେଣ୍ଠ, ହରଡାଖଣ୍ଡୀ,ବିଜିପୁର, ପାତାଳେଶ୍ବର,ନୂଆଁ ବସଷ୍ଟେଣ୍ଡ, ବ୍ରଜ ନଗର,ଗୋସାଇଁନୂଆଁଗାଁ,ଲୋଚାପଡା,ବୋରିଗାଁ, ଝାଡାଙ୍କୁଲି, ଆମପୁର,ସମେତ ଗଞ୍ଜାମ ଜିଲ୍ଲାର କୁଲାଡ, ପୁରୁଷୋତ୍ତମପୁର,ହିଞ୍ଜଳି,ରାଉଳପୋଲି ,ଶିକିରି, କବିସୂର୍ୟ୍ଯନଗର, ଆସିକା, ଗାଲେରୀ, ପାଟପୁର ସମେତ ବହୁ ଦଣ୍ଡ ଯାତ୍ରା ଅପରାହ୍ନ ପ୍ରାୟ ତିନିଟା ପରେ ହୋଇ ଥିଲା। ସମସ୍ତ କାଳୀ ମନ୍ଦିର ନିକଟର ଶ୍ରଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା। ସେହିପରି ହନୁମାନ ଜୟନ୍ତୀ ଅବସରରେ ହନୁମାନ ବଜାର,ହିଲପାଟଣା,ଅନ୍ଧପସରା ରୋଡ,ଷ୍ଟେସନ ରୋଡ,ବିଜିପୁର,ଗିରିମାର୍କଟ, ବାବାଜି ତୋଟା ସାହି,ଗୌତମ ହଲ ସଂଙ୍କଟ ମୋଚନ ହନୁମାନ ମନ୍ଦିର ଆଦି ସମସ୍ତ ମନ୍ଦିର ରେ ଭକ୍ତ ମାନଙ୍କ 108′ ହନୁମାନ ଚାଳିଶା ପାଠ ସହିତ ସୁନ୍ଦରାକାଣ୍ଡ ସହିତ ରାମଚରିତ ମାନସ ପାଠ ପଢା ଯାଉଥିବା ବେଳେ ମନ୍ଦିର ମାନଙ୍କ ପକ୍ଷରୁ ଭକ୍ତ ମାନଙ୍କୁ ଅରନ୍ନ ପ୍ରସାଦ ସେବନ ସାଙ୍ଗକୁ ହାଲୁଆ ଓ ଲଡୁ ଭୋଗ ବଣ୍ଟନ କରିଥିଲେ। ପଣା ସଂକ୍ରାନ୍ତି ହୋଇଥିବାରୁ ସହର ରେ ସ୍ବେଚ୍ଛାସେବୀ ମାନଙ୍କ ପକ୍ଷରୁ ପଣା ବିତରଣ କରିଥିଲେ। ଗାଁ ଠାରୁ ଆରମ୍ଭ କରି ସହର ପ୍ରକମ୍ପିତ ହୋଇ ଉଠୁଛି।