ବ୍ରହ୍ମପୁର,୨୭ା୧: ଶ୍ବଶୂର ଘରକୁ ଯାଇ ନିଜ ଶଳାକୁ ଖଣ୍ଡାରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଅଶୋକନଗର ୪ର୍ଥ ସାରଣୀର ସନାତନ ନାୟକ ଓରଫ ଭାଲୁଙ୍କୁ ଗିରଫ କରିଛି ା ଏ ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ମାମଲା ନଂ ୨୬/୨୨ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ସନାତନଙ୍କୁ ଗୁରୁବାର ଅଦାଲତ ଚାଲାଣ କରାଯାଇଛି ା ସୂଚନାଯୋଗ୍ୟଯେ, ଅଭିଯୁକ୍ତ ସନାତନ ଲାଞ୍ଜିପଲ୍ଲୀ ଖଳାସାହିର ଆରତୀ ନାୟକଙ୍କୁ ୪ ବର୍ଷ ତଳେ ବିବାହ କରିଥିଲେ ା ଉଭୟଙ୍କ ଏକ ସନ୍ତାନ ରହିଛି ା ହେଲେ କୌଣସି କାରଣରକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଆରତୀ କିଛି ଦିନ ହେବ ନିଜ ବାପାଘର ଖଳା ସାହିରେ ରହିଆସୁଛନ୍ତି ା ଗତକାଲି ସନାତନ କିଛି ସହଯୋଗୀଙ୍କୁ ଧରି ଶ୍ବଶୂର ଘରେ ପହଞ୍ଚି ଆରତୀଙ୍କୁ ଛାଡିବା ପାଇଁ କହିଥିଲେ ା ହେଲେ ଶ୍ବଶର ଘର ଲୋକମାନେ ଏଥିରେ ରାଜି ନହେବାରୁ ସନାତନ ସେମାନଙ୍କୁ ବନ୍ଧକୁ ଦେଖାଇ ଧମକାଇଥିଲା ା ଏପରି ସାଙ୍ଗରେ ନେଇଥିବା କାତିରେ ଆକ୍ରଣ କରିବାରୁ ତା ଶାଳକ ଅନୀଲ କୁମାର ରେଡ୍ଡି ଆହତ ହୋଇଥିଲେ ା ଏ ନେଇ ଅଭିଯୋଗ ପରେ ପୁଲିସ ସନାତନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ କାତି ସହ ଏକ ଖେଳନା ବନ୍ଧୁକ ଜବତ କରିଥିବା ସୂଚନା ମିଳି