ବ୍ରହ୍ମପୁର–ବ୍ରହ୍ମପୁର ସହରର 22 ଗୋଟି ନାଟ୍ୟ ସଂସ୍ଥା ମିଳିତ ହୋଇ ଗଠିତ ହୋଇଥିବା ଏକକ ସଂଗଠନ””ବ୍ରହ୍ମପୁର କଳାକାର ଏକତା ମଂଚ”ର ପ୍ରଥମ ସାଧାରଣ ପରିଷଦ ବୈଠକ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ୱ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି ।
ସଙ୍ଘର ଆବାହକ ରମେଶ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସଙ୍ଘର ଲୋଗୋ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇଂ.ବିବେକ ରେଡ୍ଡୀ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଗତ ଜୁନ 28 ତାରିଖରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇଙ୍କ ଦ୍ୱାରା ସଂଘ ଉଦଘାଟିତ ହୋଇଥିବା ବେଳେ ଉକ୍ତଦିନ ହିଁ ନୂତନ କମିଟି ଗଠନ କରାଯାଇଥିଲା । ରବିବାର ଅନୁଷ୍ଠିତ ବୈଠକରେ ନୂତନ କମିଟିର କର୍ମକାର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା ।
ସଂଘର ବାଇଲ ସହ ବିଭିନ୍ନ ସାଙ୍ଗଠନିକ ବିଷୟ ନେଇ ବୈଠକରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ କୁ ସଂଘ ସମ୍ପାଦକ ରାଜଗୋପାଳ ପାଢ଼ୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ଅନିଲ ପାତ୍ର, ମଦନ ମିଶ୍ର,ଏନ. ରାମବାବୁ,ଭବାନୀ ମିଶ୍ର,ରାମଚନ୍ଦ୍ର ସାସମଲ,ସତ୍ୟ ମହାରଣା,ଡ଼. ମିହିର ତ୍ରିପାଠୀ, ସୁବାସ ମହାରଣା,ଶଙ୍କର୍ଷଣ ସାବତ,ଇଂ.ମନୋଜ ଦଣ୍ଡପାଟ,ଲିଙ୍ଗରାଜ ନାହାକ,ଦୁର୍ଗା ଆଚାର୍ଯ୍ୟ,ଆପାରାଓ,କୈଳାଶ ପାଣିଗ୍ରାହୀ,ନାରାୟଣ ପ୍ରତିନିଧି, ରବି ନାୟକ,ନଳିନୀ ଗୌଡ଼ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।