Odisha news

ପଞ୍ଚମ ଜୟବର୍ଦ୍ଧନ ବ୍ୟାଡ୍‌ମିଣ୍ଟନ୍‌ ଏକଦିବସୀୟ ଟୁର୍ଣ୍ଣ।ମେଣ୍ଟ : ସିଙ୍ଗଲ୍‌ରେ ମନୋଜ, ଡବଲସ୍‌ରେ ବିକି ଓ ମନୋଜ ଚାମ୍ପିଅନ

ମହିଳା ବିଭାଗରେ ବନିତା ଚାମ୍ପିଅନ

0

ବ୍ରହ୍ମପୁର : ପଞ୍ଚମ ଜୟବର୍ଦ୍ଧନ ବ୍ୟାଡ୍‌ମିଣ୍ଟନ ଏକଦିବସୀୟ ଟୁର୍ଣ୍ଣ।ମେଣ୍ଟ ଖଲ୍ଲିକୋଟ କଲେଜ ଖେଳପଡ଼ିଆ ପରିସରରେ ଥିବା ଇଣ୍ଡୋର ହଲ୍‌ଠାରେ ଅନୁୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣ।ମେଣ୍ଟକୁ ସ୍ଵର୍ଗତ ଜୟବର୍ଦ୍ଧନ ଦାଶଙ୍କ ପତ୍ନୀ ମିନାକ୍ଷୀ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ସାମାଜସେବୀ ଶିବ ପାତ୍ର ଓ ସୁଦୀପ ସାହୁ ଉଦ୍‌ଘାଟନ କରିଥିଲେ। ଏହି ଟୁର୍ଣ୍ଣ।ମେଣ୍ଟରେ ସିଙ୍ଗଲରେ ମନୋଜ କୁମାର ମହାରଣା ଓ ଡବଲସ୍‌ରେ ବିକି ଜେନା ଓ ମନୋଜ କୁମାର ମହାରଣା ଚାମ୍ପିଅନ ହୋଇଛନ୍ତି। ଏଥିରେ ମୋଟ 40ରୁ ଊର୍ଦ୍ଧ୍ବ ଖେଳାଳି ସିଙ୍ଗଲ ଓ ଡବଲସ୍‌ରେ ଭାଗ ନେଇଥିଲେ। ସିଙ୍ଗଲ ଫାଇନାଲ ମନୋଜ ମହାରଣା ଏବଂ ଟୁନା ପ୍ରଧାନ ମଧ୍ୟରେ ହୋଇଥିଲା। ମନୋଜ 15-5 ଓ 15-12 ସେଟ୍‌ରେ ବିଜୟୀ ହୋଇଥିଲେ। ସେହିପରି ଡବଲସ୍‌ରେ ବିକି ଜେନା ଓ ମନୋଜ ମହାରଣା ଏବଂ ସଞ୍ଜୟ ପଣ୍ଡା ଓ ରବିନ୍ଦ୍ର କୁମାର ମଧ୍ୟରେ ହୋଇଥିଲା। ଏହି ମ୍ୟାଚକୁ ବିକି ଓ ମନୋଜ 15-8 ଓ 16-14 ସେଟ୍‌ରେ ବିଜୟୀ ହୋଇ ଚାମ୍ପିଅନ ହୋଇଛନ୍ତି। ସେହିପରି ଡବଲସ୍‌ରେ ତୃତୀୟ ସ୍ଥାନ ପାଇଁ ଟୁନା ପ୍ରଧାନ ଓ ମାନସ ଏବଂ ଚିକୁ ଓ ଲିକୁ ମଧ୍ୟରେ ହୋଇଥିଲା।

ଏଥିରେ ଟୁନା ଓ ମାନସ ବିଜୟୀ ହୋଇଥିଲେ। ସିଙ୍ଗଲ୍ସ ସ୍ଥାନ ପାଇଁ ଡି. ଗୋପାଳକୃଷ୍ଣ ରେଡ୍ଡୀ ଓ ଜ୍ଞାନେନ୍ଦ୍ର ମଧ୍ୟରେ ହେବାରେ ଥିଲା। କିନ୍ତୁ ଜ୍ଞାନେନ୍ଦ୍ର ନ ଖେଳିବାରୁ ଗୋପାଳକୃଷ୍ଣଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ମହିଳା ବିଭାଗରେ ବନିତା ବେହେରା ଓ ସୋନାଲି ମଧ୍ୟରେ ହୋଇଥିଲା। ବନିତା 21-18 ପଏଣ୍ଟରେ ବିଜୟୀ ହୋଇଥିଲେ। ସମସ୍ତ ମ୍ୟାଚକୁ ଶିବ ପ୍ରସାଦ ପାଢ଼ୀ, ଦୀପକ ତିଵରବାଲା, ସନ୍ଦୀପ କୁମାର ନାୟକ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମହାନଗର ବିଜେଡି ସଭାପତି ଆର୍‌.ମୁରଲୀ ମୋହନ, ସମାଜସେବୀ ଶିବ ପାତ୍ର, ଗଞ୍ଜାମ ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ, ଲକ୍ଷ୍ମୀ ବେଜ, ଶ୍ରୀନିବାସ ରାଜନା, ଶିବରାମ ଚୌଧୁରୀ, ଆଶୀର୍ବ।ଦ ବେହେରା, ଆଲୋକ ସାହୁ ଉପସ୍ଥିତ ରହି ଚାମ୍ପିଅନ ଓ ରନର୍ସ ଅପ୍‌ ଟିମ୍‌କୁ ପୁରସ୍କୃତ କରିଥିଲେ। ସଚିନ ବେହେରା, ଟି.ସୁବ୍ରମଣ୍ୟମ୍‌ ସ୍ଵାମୀ, ଶୁଭେନ୍ଦୁ, ଲିକୁ, ଚିକୁ, ଶ୍ରୀକାନ୍ତ, ଅଭିରାମ, ସିମାଞ୍ଚଳ, ଶିବ ପଣ୍ଡା, ବାବୁଲା ପାଣିଗ୍ରାହୀ, ଅମର ଦାସ, ବିନୋଦ ପ୍ରଧାନ, ଦିନେଶ ରାଉତ, କୈଳାସ ବେହେରା, କୁନାଲ, ପିତାମ୍ବର, ଅଭିଜିତ, ସାଗର, ସଞ୍ଜୟ, ସଂଗ୍ରାମ, ଚନ୍ଦନ ସହଯୋଗ କରିଥିଲେ।

Leave A Reply