Odisha news

ଗ୍ରାମର ଉନ୍ନତି ପାଇଁ ଗ୍ରାମ ଦେବତୀଙ୍କୁ ଉପାନ

0
ବେଲଗୁଣ୍ଠା, 30/03,ଚୈତ୍ର ମାସରେ ଗଞ୍ଜାମ ଜିଲ୍ଲାରେ ଦେବୀ ଉପାସନା ଏକ ନିଆରା ପରମ୍ପରା I ଏହି ମାସରେ ଜିଲ୍ଲାର ବିଭିନ୍ନ ଗ୍ରାମରେ ଜନ ସାଧାରଣଙ୍କ ସୁରକ୍ଷା, ଗୋସଂପଦ ରକ୍ଷା ଏବଂ କୃଷିର ଉନ୍ନତି ପାଇଁ ଗ୍ରାମ ଦେବତୀଙ୍କୁ ଉପାନ ଦେବା ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ରହି ଆସିଛି I ଆଜି ଚୈତ୍ର ଦ୍ୱିତୀୟ ମଙ୍ଗଳବାର ଅବସରରେ ବେଲଗୁଣ୍ଠା ଜଗନ୍ନାଥ ପାଟଣା ଏବଂ ବାଙ୍କ ବଜାର ସାହି ବାସିନ୍ଦାଙ୍କ ପକ୍ଷରୁ ବେଲଗୁଣ୍ଠା ଗ୍ରାମର ଉନ୍ନତି, ଜନ ସାଧାରଣ ଏବଂ ଗୃହପାଳିତ ପଶୁପକ୍ଷୀଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଗ୍ରାମଦେବତୀଙ୍କୁ ଉପାନ ଦିଆଯାଇଥିଲା I ଆଜି ଅପରାହ୍ଣ ଚାରିଟାରେ ଏହା ଜଗନ୍ନାଥ ପାଟଣା ଏବଂ ବାଙ୍କ ବଜାରରୁ ଆରମ୍ଭ ହୋଇ ପେଣ୍ଠ ସାହି, ହାଟପଦା, କୋଳିସାହି ଆଦି ସାହି ବୁଲିବା ପରେ ମାଆ ବ୍ରାହ୍ମଣ ଦେବୀ, ଠାକୁରାଣୀ,ଝୀକର ଦେବୀ, ଦକ୍ଷିଣ କାଳୀ ଏବଂ ରୁଦ୍ର କାଳୀଙ୍କୁ ପାଞ୍ଚୋଟି ଲେଖାଏଁ ମୁଆଁ ଏବଂ ପଣା ଉପାନ ଭାବେ ପ୍ରଦାନ କରି ପ୍ରାର୍ଥନା କରାଯାଇଥିଲା I ଏଥିରେ ଜଗନ୍ନାଥ ପାଟଣା ସାହି କମିଟି ସଭାପତି ଚନ୍ଦନ ପ୍ରସାଦ ବିନ୍ଧାଣୀରା,ସମ୍ପାଦକ ସଂଗ୍ରାମ କେଶରୀ ବିନ୍ଧାଣୀର,କୋଷାଧ୍ୟକ୍ଷ ଈ ସଦାନନ୍ଦ, ଉପଦେଷ୍ଟା ବି ବ୍ରଜେନ୍ଦ୍ର ବିନ୍ଧାଣୀରା ,କେ ମନୋଜ କୁମାର ପାତ୍ର, କେ ଜିତେନ୍ଦ୍ର ସୁବୁଦ୍ଧି, ପ୍ରଦ୍ୟୁମ୍ନ ପାତ୍ର, ଶ୍ରୀନୀବାସ ପାତ୍ର, ଶିବରାମ ପାତ୍ର, ରାଜକୁମାର ପାତ୍ର ପ୍ରମୁଖ ଏହାର ଦାୟିତ୍ୱ ନେଇ ଗ୍ରାମ ପରିକ୍ରମା କରିଥିଲେ I ପାରମ୍ପରିକ ବାଜା ବଜାଇ ଗ୍ରାମା ପରିକ୍ରମା ବେଳେ ଦଶଟି ଟ୍ରଲିରେ ବଡ଼ ବଡ଼ ଚିତ୍ର ବିଚିତ୍ର ମୁଆଁ ବେଶ ଆକର୍ଷଣୀୟ ଥିଲା I
Leave A Reply