ବେଲଗୁଣ୍ଠା : ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ତନରଡା ଗ୍ରାମାର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଲଗୁଣ୍ଠା ପୋଲିସ୍ ସୂତ୍ରରୁ ପ୍ରକାଶ I ସୂଚନା ପ୍ରକାରେ ଆଜି ନୂଆଁ ତନରଡା ଗ୍ରାମର ଶଙ୍କର ଗୌଡ଼ଙ୍କ ସ୍ତ୍ରୀ ବାସନ୍ତୀ ଗୌଡ଼ (26) ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି I ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ବାସନ୍ତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ନେଇ ସ୍ୱାମୀ ଶଙ୍କରଙ୍କ ସହ ଭୂଲ୍ ବୁଝମଣାରୁ ବାସନ୍ତୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି I
ଘଟଣା ସମ୍ପର୍କରେ ବେଲଗୁଣ୍ଠା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାସନ୍ତୀଙ୍କ ଶବକୁ ଜବତ କରି କେଶ୍ ନମ୍ବର୍ 3/22 ରେ ଏକ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି ବାସନ୍ତୀଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ପ୍ରକାଶ ଥାଉକି ବାସନ୍ତୀ 7 ବର୍ଷ ତଳେ ଶଙ୍କରଙ୍କୁ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ପୁଅ ଅଛନ୍ତି I