Odisha news

ଶିମିଳିପାଳର ସ୍ୱତନ୍ତ୍ର ପରିଚୟ ବିଶ୍ୱରେ ବ୍ୟାପକ ହେବ – ଧର୍ମେନ୍ଦ୍ର ପ୍ରଧାନ

ଶିମିଳିପାଳ ଅଭୟାରଣ୍ୟକୁ ଓଡ଼ିଶା ସରକାରଙ୍କ ତରଫରୁ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଲେ

0

ଭୁବନେଶ୍ୱର, ଏପ୍ରିଲ ୨୪ – ଶିମିଳିପାଳ ଉଦ୍ୟାନକୁ ଓଡ଼ିଶା ସରକାର ସରକାରୀ ସ୍ତରରେ ଜାତୀୟ ଉଦ୍ୟାନର ମାନ୍ୟତା ଦେଇଥିବାରୁ ଖୁସିପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ୍ସରେ ଉଲ୍ଲେକ କରିଛନ୍ତି ଯେ ଏହି ନିଷ୍ପତି ଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳର ସ୍ୱତନ୍ତ୍ର ପରିଚୟ ବିଶ୍ୱରେ ବ୍ୟାପକ ହେବ । ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ବୃଦ୍ଧି ହେବ । ଏହା ସ୍ଥାୟୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ ନାଗରିକ ବିଶେଷ ଭାବରେ ଜନଜାତିଙ୍କୁ ସଶକ୍ତ କରିବ ।

Leave A Reply