ଚଳିତବର୍ଷ ନବରାତ୍ରି ରେ ରହିଛି ଅଦ୍ଭୁତ ବିଶେଷତା , ପ୍ରଭୁ ଶ୍ରୀରାମ ଙ୍କ ନିକଟରେ ଅର୍ପଣ କରନ୍ତୁ ଏହିସବୁ ବିଶେଷ ବସ୍ତୁ
ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିନ ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥି ରେ ପାଳିତ ହୋଇଥାଏ, ପ୍ରଭୁ ଙ୍କ ଜନ୍ମଦିନ ଅଯୋଧ୍ୟା ରେ ହୋଇଥିଲା, ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁ ଙ୍କର ୭ମ ଅବତାର ଏବଂ ସେ ତ୍ରେତେୟା ଯୁଗରେ ଜନ୍ମ ନେଇଥିଲେ, ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖ ରବିବାର ଦିନ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଉତ୍ସବ ଧୂମଧାମ ରେ ପାଳିତ ହେବ l
* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସର ନବମୀ ତିଥି ର ଆରମ୍ଭ ୫ ତାରିଖ ସନ୍ଧ୍ୟା ୭ଟା ୨୬ ମିନିଟ ରେ ହେବ, ଏବଂ ଏହି ତିଥି ୬ ତାରିଖ ସନ୍ଧ୍ୟା ୭ଟା ୨୨ ମିନିଟ ରେ ସମାପ୍ତ ହେବ l କିନ୍ତୁ ଏହାର ପାଳନ ଅପ୍ରେଲ ୬ତାରିଖ ରେ ହେବ l
* ଏହି ଦିନଟିର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି, ଚଳିତ ବର୍ଷ ରାମ ନବମୀ ରେ ବିଶେଷ ସଂଯୋଗ ଘଟୁଛି ଏବଂ ଏହିଦିନ ପ୍ରଭୁ ଶ୍ରୀରାମ ଙ୍କ ନିକଟରେ ପ୍ରସାଦ ଅର୍ପଣ କରିବାର ସମୟ ସୀମା ରହୁଛି ୨ଘଣ୍ଟା ୩୧ ମିନିଟ l
* ରାମ ନବମୀରେ ଘଟୁଛି ଶୁଭ ସଂଯୋଗ, ଏହିଦିନ ଘଟୁଛି ରବି ପୁଷ୍ୟ ଯୋଗ, ଏହିଦିନ ରବି ଯୋଗ ସହିତ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହୁଛି, ଏହିଦିନ କୌଣସି ପ୍ରକାରର ଶୁଭ କାର୍ଯ୍ୟ ପାଇଁ ଅତ୍ୟନ୍ତ ଶୁଭ ଅଟେ l
* ଚଳିତ ବର୍ଷ ରାମ ନବମୀ ର ଶୁଭ ସଂଯୋଗ ରେ ପ୍ରଭୁ ଶ୍ରୀରାମ ଙ୍କ ନିକଟରେ ପିତ ବସ୍ତ୍ର ଅର୍ପଣ କରନ୍ତୁ ଏବଂ କୌଣସି ମିଷ୍ଟାନ ମଧ୍ୟ ଅର୍ପଣ କରନ୍ତୁ l ସନାତନ ଧର୍ମ ରେ ହଳଦିଆ ରଙ୍ଗ ବା ପିତ ରଙ୍ଗର ଅନେକ ମହତ୍ୱ ରହିଛି l
* ଚଳିତବର୍ଷର ରାମନବମୀ ଦିନ ନିଜ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ କଳସ ସ୍ଥାପନା କରି ବିଧିବଧ ଭାବରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ କ୍ଷେତ୍ରରେ ସଫଳତା ଓ ସୁଖ ପ୍ରାପ୍ତି ହୋଇଥାଏ l
* ପ୍ରଭୁ ଶ୍ରୀରାମ ଙ୍କୁ ଅର୍ପଣ କରନ୍ତୁ ଏହିସବୁ ବିଶେଷ ବସ୍ତୁ –
– ତୁଳସୀ ମାଳ
– ହଳଦିଆ ବସ୍ତ୍ର
– ପଦ୍ମ ଫୁଲ
– ଲଡୁ
– ଗୋଲାପ ଫୁଲ