Odisha news

ଅପ୍ରେଲ  ୧୦ ତାରିଖ ମଧ୍ୟରେ ବଦଳିବ ହାଇୱେ ଓ ଏକ୍ସପ୍ରେସ ୱେ ର ନିୟମ : NHAI ର ମନ୍ତବ୍ୟ

0

ଅପ୍ରେଲ ମାସରେ ଦେଶ ରେ ଅନେକ ଗୁଡିଏ ନିୟମର ପରିବର୍ତ୍ତନ ହୋଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଅପ୍ରେଲ ୧୦ ତାରିଖରୁ ପରିବର୍ତ୍ତନ ହେବାକୁ ଯାଉଛି ଏକ୍ସପ୍ରେସ ହାଇୱେ ର ନିୟମ ରେ ପରିବର୍ତ୍ତନ l କିଛିଦିନ ପରେ ଅପ୍ରେଲ ୧୦ ତାରିଖ ୨୦୨୬ ରୁ ଦେଶର ସମସ୍ତ ନେସନାଲ ହାଇୱେ ଓ ଏକ୍ସପ୍ରେସ ହାଇୱେ ରେ କ୍ୟାସ ପେମେଣ୍ଟ ସମ୍ପୂର୍ଣ ଭାବରେ ବନ୍ଦ ହୋଇଯିବ, ବର୍ତମାନ କେବଳ ଟୋଲ ପ୍ଲାଜା ରେ ଡିଜିଟାଲ ପେମେଣ୍ଟ ହିଁ କରାଯିବ l

ପୂର୍ବରୁ କ୍ୟାସ ପେମେଂଟ ଅଳ୍ପ ବହୁତେ ଟୋଲ ପ୍ଲାଜା ରେ କରାଯାଉଥିଲା, କିନ୍ତୁ ବର୍ତମାନ ସରକାରଙ୍କ ଉଦେଶ୍ୟ ରହିଛି ଟୋଲ ସିଷ୍ଟମ କୁ ଡିଜିଟାଲ କରାଯିବ, ଯାହାଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଟୋଲ ପ୍ଲାଜା ରେ ଗାଡି ଯାମ ହୋଇରହିବ ନାହିଁ l ନେସନାଲ ହାଇ ବେ ଅଥରିଟି ଅଫ ଇଣ୍ଡିଆ (NHAI ) ପକ୍ଷରୁ ନିର୍ଦେଶ ଦିଆଯାଇଛି l ବର୍ତମାନ କ୍ୟାସ ବଦଳରେ FASTag ଓ UPI ଭଳି ଡ଼ିଜିଟାଳି କରାଯିବ ପେମେଂଟ l

NHAI  କହିଛି ଯେ ଏହି ପରିବର୍ତ୍ତନ ଦ୍ୱାରା ଟୋଲ ପ୍ଲାଜା ରେ ଆଉ ଲମ୍ବା ଲାଇନ ଲାଗିବ ନାହିଁ l ଏବଂ ଭିଡ଼ କମ ରହିବ ଓ ଲୋକେ ଶୀଘ୍ର ପହଂଚିପରିବେ l ଏବଂ ପେମେଂଟ କରିବାରେ ଅଧିକ ସମୟ ଲାଗିବ ନାହିଁ, ଏବଂ ଟ୍ରାଞ୍ଜାକ୍ସନ ସଠିକ ରହିବ l

ସମୁଦାୟ ଦେଶରେ ୧୧୫୦ ରୁ ଅଧିକ ଟୋଲ ପ୍ଲାଜା ରହିଛି, ଏହି ସମସ୍ତ ଟୋଲ ପ୍ଲାଜା ରେ ଏହି ନିୟମ କୁ ଲାଗୁ କରାଯିବ l NHAI ର ନିୟମ ରେ ନେସନାଲ ହାଇୱେ ଓ ଏକ୍ସପ୍ରେସ ହାଇୱେ ଉଭୟ ସାମିଲ ରହିବେ l ନିୟମ ରେ ପରିବର୍ତ୍ତନ ପରେ ଟୋଲ ପ୍ଲାଜା ରୁ ପେମେଣ୍ଟ କାଉଣ୍ଟର କୁ ହଟାଇ ଦିଆଯିବ l ଏବଂ ଡ୍ରାଇଭର ମାନଙ୍କୁ ଗାଡି ରେ FASTag ଲଗାଇବାକୁ ପଡିବ l ଯଦି FASTag କାମ କରୁନାହିଁ ତେବେ UPI ଜରିଆରେ ପେମେଂଟ କରିବେ l

Govt
Leave A Reply