ମହାବିଷୁବ ସଂକ୍ରାନ୍ତି ସାରା ଭାରତବର୍ଷ ରେ ହିନ୍ଦୁ ମାନଙ୍କର ଗୋଟିଏ ପବିତ୍ର ପର୍ବ, କିନ୍ତୁ ବିଶେଷ ଭାବରେ ଓଡ଼ିଆ ମାନଙ୍କର ଏହା ନୂତନ ବର୍ଷର ଆରମ୍ଭ ଅଟେ, ଏବଂ ଏହି ଦିନଟିକୁ ପ୍ରତ୍ୟେକ ଓଡ଼ିଆ ପରିବାର ହ୍ରସ୍ୱ ଉଲ୍ଲାସ ରେ ପାଳନ କରି ଥାଆନ୍ତି l ଓଡ଼ିଆ ମାନେ ମହାବିଷୁବ ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ପାଳନ କରିଥାଆନ୍ତି l ପୌରାଣିକ ମାନ୍ୟତା ଅନୁସାରେ ଯେଉଁଠି ଚୈତ୍ର ପୂର୍ଣିମା ଦିନ ହନୁମାନ ଜୟନ୍ତୀ ପାଳିତ ହୋଇଥାଏ, ସେହି ସ୍ଥାନରେ ଦକ୍ଷିଣ ଭାରତ ଓ ଓଡିଶା ରେ ମହାବିଷୁବ ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ l
ପଣା ସଂକ୍ରାନ୍ତି ରେ କାହିଁକି ପାଳନ କରାଯାଏ ହନୁମାନ ଜୟନ୍ତୀ ?
ମାନ୍ୟତା ରହିଛି ଯେ ଚୈତ୍ର ଶୁକ୍ଲପକ୍ଷ ପୁର୍ଣିମା ତିଥିରେ ଅଂଜନୀ ପୁତ୍ର ହନୁମାନ ଙ୍କର ଜନ୍ମ ହୋଇଥିଲା l ଏବଂ ଏହିଦିନ ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ l କିନ୍ତୁ ପୌରାଣିକ କଥା ଅନୁସାରେ ଯେତେବେଳେ ହନୁମାନ ସୂର୍ଯ୍ୟ ଦେବ ଙ୍କୁ ଫଳ ଭାବି ଖାଇବାକୁ ପ୍ରୟାସ କରିଥିଲେ ଏବଂ ଇନ୍ଦ୍ର ଦେବ ଙ୍କ ବଜ୍ର ପାହାର ରେ ମୂର୍ଛିତ ହୋଇଗଲେ , ଏବଂ ତାଙ୍କୁ ପୁନର୍ବାର ଜୀବନ ଦାନ ଦିଆଯାଇ ବିଭିନ୍ନ ଶକ୍ତି ଦେବତା ମାନେ ବରଦାନ ଦେଇଥିଲେ l ସେହିଦିନ ଟି ବୈଶାଖ ମାସର ସଂକ୍ରାନ୍ତି ଥିଲା, ଯାହାକୁ ଆମେ ମହାବିଷୁବ ସଂକ୍ରାନ୍ତି କହିଥାଉ l
ମହାବୀର ହନୁମାନ ହେଉଛନ୍ତି ଶକ୍ତି, ଭକ୍ତି ଓ ନିସ୍ଵାର୍ଥ ସେବାର ପ୍ରତୀକ, ମହାବିଷୁବ ସଂକ୍ରାନ୍ତି ରେ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରନ୍ତି, ଏବଂ ନୂଆ ଉର୍ଜା, ନୂଆ ଶକ୍ତି ଭାବରେ ବିଦ୍ୟମାନ କରନ୍ତି , ତେଣୁ ଏହିଦିନ ମଧ୍ୟ ହନୁମାନ ଙ୍କର ପୁନର୍ବାର ଜନ୍ମ ହେତୁ ହନୁମାନ ଜୟନ୍ତୀ ପାଳନ କରାଯାଇ ଥାଏ l ଯାହାକି ଓଡ଼ିଆ ନୂଆବର୍ଷ ର ପ୍ରଥମ ଦିନ ଅଟେ l
ହିନ୍ଦୁ ଧର୍ମରେ ମହାବୀର ହନୁମାନ ଙ୍କ ଜୟନ୍ତୀ ବର୍ଷରେ ଦୁଇଥର ପାଳନ କରାଯାଇ ଥାଏ l