Odisha news

୨୦ ବର୍ଷ ଆୟୁର ଯୁବକ ଯୁବତୀଙ୍କ ପାଇଁ ଏହି ୫ଟି ଖରାପ ଅଭ୍ୟାସ ହେଉଛି ପ୍ରାଣଘାତକ 

0
ବର୍ତମାନ ଫ୍ୟାଟି ଲିଭର, କିଡ୍ନୀ ଡ୍ୟାମେଜ , ହାର୍ଟ ଅଟାକ ଭଳି ରୋଗ ଖୁବ ସାଧାରଣ ହୋଇ ଗଲାଣି, ଯାହାର ସବୁଠୁ ବଡ଼ କାରଣ ଖରାପ ଲାଇଫ ଷ୍ଟାଇଲ, କମ ବୟସରେ ଆମ ଖରାପ ଅଭ୍ୟାସ ଆମକୁ ମୃତ୍ୟୁ ଆଡକୁ ଟାଣି ନେଇଥାଏ l
କିନ୍ତୁ ୧୯-୨୫ ବର୍ଷ ବୟସ ଏଭଳି ହୋଇଥାଏ ଯାହାକି ଆମକୁ ଖରାପ ଅଭ୍ୟାସ ଆଡକୁ ଟାଣି ନେଇଥାଏ , ଏବଂ ଏହାର ପରିଣାମ ସ୍ୱରୂପ ରୋଗରେ ପୀଡିତ କରିଥାଏ l ଏହି ବୟସ ମଧ୍ୟରେ କ୍ୟାରିଅର ଗଢିବା , ଜୀବନ କୁ ନିଜ ଇଛାରେ ବଞ୍ଚିବା,  ଏବଂ ଭବିଷ୍ୟତ ର ସ୍ବପ୍ନ ଦେଖିବା ଖୁବ ସାଧାରଣ କଥା ଅଟେ l
କିନ୍ତୁ ଏଥି ସହିତ ଏହି ବୟସ ଏପରି ହୋଇଥାଏ ଯାହାକି ଆମ ଆଗାମୀ ଜୀବନ ପ୍ରତି ବିପଦ ଆଣିଥାଏ l ହାଇଦ୍ରାବାଦ ର ଆରଟେ ହସ୍ପିଟାଲ ର ଅଙ୍କଲୋଜିଷ୍ଟ ଡାକ୍ତର ସାଧିକ ରଘୁରାମ ବାଇ କହିଛନ୍ତି ଯେ ଏହି ବୟସରେ କରାଯାଇଥିବା ଏପରି କିଛି କାର୍ଯ୍ୟ ଆଗକୁ ଯାଇ କ୍ୟାନ୍ସର ର କାରଣ ହୋଇଥାଏ l
* ଏହି ବୟସରେ ଆମେ ରାତିରେ ଅଧିକ ସମୟ ଅନିଦ୍ରା ରହବା ଦ୍ୱାରା ରୋଗର କାରଣ ହୋଇଥାଏ l ରଘୁରାମ ଙ୍କ ମତରେ ନିଦ ଆମ ଶରୀର ର ବଡ଼ି କ୍ଲକ୍ କୁ କଣ୍ଟ୍ରୋଲ କରିଥାଏ l ଦୀର୍ଘ ଦିନ ପର୍ଯ୍ୟନ୍ତ ନିଦ୍ରା ହୀନତା ଶରୀରର କୋଶିକା କୁ ପ୍ରଭାବିତ କରିଥାଏ ଓ କ୍ୟାନ୍ସର ର କାରଣ ହୋଇଥାଏ l
* ଅଧିକ ପରିମାଣ ରେ ପ୍ରଶେଷଡ଼ ଫୁଡ ଓ ଫାଷ୍ଟ ଫୁଡ ଖାଇବା ଦ୍ୱାରା ଶରୀର ଫୁଲି ଯାଇଥାଏ ଓ ପେଟ ସମସ୍ୟାର କାରଣ ହୋଇଥାଏ l ଜଙ୍କ ଫୁଡ ଶରୀରର କୋଶିକା ପ୍ରତି କ୍ଷତିକାରକ ଅଟେ l
* ଦିନ ଯାକ ଗୋଟିଏ ସ୍ଥାନରେ ବସି ରହିଥିଲେ ସାବଧାନ ହୋଇଯାଆନ୍ତୁ , ଲଗାତାର ୮-୧୦ ଘଣ୍ଟା ବସି ରହିବା ଦ୍ୱାରା କୋଲନ କ୍ୟାନ୍ସର ରେ ପୀଡିତ ହୋଇପାରନ୍ତି l ଏହା ସେହି ଲୋକ ମାନଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହି ଥାଆନ୍ତି l
* ଭିଟାମିନ ଡି ର ଆବଶ୍ୟକତା କେବଳ ହାଡ଼ ପାଇଁ ରହି ନଥାଏ , ଭିଟାମିନ ଡି ର ଆବଶ୍ୟକତା ଶରୀର ପାଇଁ ଖୁବ ଜରୁରୀ , ତେଣୁ ମଝିରେ ମଝିରେ ଭିଟାମିନ ଡି ଯାଞ୍ଚ କରାନ୍ତୁ l
* ଏହି ଆୟୁ ମଧ୍ୟରେ ଯୁବକ ଯୁବତୀ ମାନେ ବିଶେଷ ଭାବେ ଧୂମ୍ରାପନ ଆଡକୁ ଆକର୍ଷିତ ହୋଇ ଥାଆନ୍ତି , କିନ୍ତୁ ଏହା ତାଙ୍କ ଡିଏନଏ କୁ ପ୍ରଭାବିତ କରିଥାଏ , ଯାହା ଆଗକୁ ଯାଇ କ୍ୟାନ୍ସର ର କାରଣ ହୋଇଥାଏ l
Leave A Reply