Odisha news

କୋମନା ବ୍ଲକ,କୁରୁମପରୀ ପଞ୍ଚାୟତ ରେ ନିର୍ବାଚନ ପ୍ରଚାର କଲେ ମନ୍ତ୍ରୀ ରବି ନାଏକ

0

ନୂଆପଡ଼ା / ଭୁବନେଶ୍ୱର(Suvendra Pattanaik) : ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସମର୍ଥନ ରେ ପ୍ରଚାର ପ୍ରସାର ଜୋର୍ ଧରିବାକୁ ଲାଗିଲାଣି । ଜିଲ୍ଳା ମୁଖ୍ୟାଳୟ ରୁ ମଣ୍ଡଳ, ବୁଥ ଦେଇ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚୁଛନ୍ତି ବିଜେପି ପ୍ରଚାରକ । ଆଜି ଏହି ଉଦେଶ୍ୟରେ କୋମନା ବ୍ଲକ କୁରୁମପରୀ ପଞ୍ଚାୟତ ଦଲଦଲି ଗ୍ରାମରେ ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଛନ୍ତି । ନୂଆପଡା ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ଜୟଯୁକ୍ତ କରାନ୍ତୁ ବୋଲି କହି ଭୋଟ ଭିକ୍ଷା କରିଛନ୍ତି ।
ଏହି ଅବସରରେ ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଅଖିଳ ଚନ୍ଦ୍ର ନାଏକ ଙ୍କ ସମେତ ସ୍ଥାନୀୟ ବିଜେପି ନେତୃବୃନ୍ଦ ସାମିଲ ହୋଇଥିଲେ ।

Leave A Reply