ବିହାର ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ – 2025 : C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ ଜନସାଧାରଣ
1. ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ – 2025 ସହିତ 8ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛି। ନିର୍ବାଚନ ଆୟୋଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧି (MCC) କଡାକଡି ଭାବରେ ପାଳନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।
2. ବିହାରରେ ମୋଟ 824ଟି ଫ୍ଲାଇଂ ସ୍କୁଆଡ୍ ନିଯୁକ୍ତ କରାଯାଇଛି, ଯେଉଁମାନେ ନିର୍ବାଚନ ସମ୍ପର୍କିତ ଅଭିଯୋଗ ପାଖରେ 100 ମିନିଟ୍ ମଧ୍ୟରେ ପହଁଞ୍ଚି ତାର ସମାଧାନ କରିବେ ।
3. ନାଗରିକ ଓ ରାଜନୈତିକ ଦଳମାନେ C-Vigil ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ କରିପାରିବେ।
4. 21 ଅକ୍ଟୋବର 2025 ସୁଦ୍ଧା, C-Vigil ଆପ୍ ମାଧ୍ୟମରେ ବିହାର ସାଧାରଣ ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନ ସମ୍ବନ୍ଧିତ ମୋଟ 650ଟି ଅଭିଯୋଗ ଦାଖଲ ହୋଇଛି। ସେଥିରୁ 649ଟି ଅଭିଯୋଗର ନିଷ୍ପତ୍ତି ହୋଇସାରିଥିଲା ବେଳେ 612ଟି ଅଭିଯୋଗ — ଅର୍ଥାତ୍ 94% ଅଭିଯୋଗକୁ — 100 ମିନିଟ୍ ମଧ୍ୟରେ ସମାଧାନ କରାଯାଇଛି ।
5. ଅଭିଯୋଗ ନିରୀକ୍ଷଣ ପାଇଁ ଏକ ବିଶେଷ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହି ଅନୁସାରେ, 1950 ନମ୍ବରରେ ଏକ ସ୍ୱତନ୍ତ୍ର କଲ୍ ସେବା ଚାଲୁ ରହିଛି, ଯାହାମାଧ୍ୟମରେ ଯେକୌଣସି ନାଗରିକ କିମ୍ବା ରାଜନୈତିକ ଦଳ ସଦସ୍ୟ DEO/ROଙ୍କ ନିକଟରେ ନିଜ ଅଭିଯୋଗ ଦାଖଲ କରିପାରିବେ। ଏହି ବ୍ୟବସ୍ଥା 24×7 ଚାଲୁରହିଛି ।
6. ସୂଚନା ଯୋଗ୍ୟ ଯେ, 21 ଅକ୍ଟୋବର 2025 ସୁଦ୍ଧା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 71.32 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ମାଦକଦ୍ରବ୍ୟ, ଉପହାର ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି ।
 
						 
			 
						