ସେଣ୍ଟ ଜୋସେଫ ସ୍କୁଲକୁ ସ୍ୱୀକୃତି ପ୍ରତ୍ୟାହାର ଏବଂ ଡିଇଓ ମାନଙ୍କୁ ଏନ ସିଇଆରଟି ବହି ବ୍ୟବହାରର କଡାକଡି ତଦାରଖ ପାଇଁ ଚିଠି ପରେ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ ସ୍ଥଗିତ
ଭୁବନେଶ୍ୱର ତା 22ରିଖ l ଓଡିଶା ଅଭିଭାବକ ମହାସଂଘ ତରଫରୁ ସମସ୍ତ ଘରୋଇ ସ୍କୁଲରେ ଏନସିଇଆରଟି ବହି ବ୍ୟବହାର କରି ପାଠ ପଢ଼ାଇବା ତଥା ଯେଉଁ ଘରୋଇ ସ୍କୁଲ ନିୟମ ଭଙ୍ଗ କରି ବେଆଇନ ଭାବେ ଭୁଲ ବହି ବିକ୍ରୀ କରିଛନ୍ତି ତାଙ୍କ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ଓ ପିଲାମାନଙ୍କୁ ଅଯଥା ବସ୍ତାନି ବୋଝରୁ ମୁକ୍ତି ଦlବୀରେ ବିଭାଗୀୟ ମୁଖ୍ୟ ଦପ୍ତର ନତlଲା ସମ୍ମୁଖରେ ଆଜି ଆମରଣ ଅନଶନ କରାଯାଇଥିଲା l ପ୍ରକାଶ ଥାଉ କି ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଏନସିଇଆରଟି ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ ଏସସିଇଆରଟି ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟ ପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ସହିତ ବିଭିନ୍ନ ସମୟରେ ଏନସିପିସିଆର,ମାନବ ସମ୍ବଳ ବା ଏବେର ଶିକ୍ଷା ବିଭାଗ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ମାନବାଧିକାର କମିଶନ ଓ ବିଶେଷ କରି ରାଜ୍ୟ ଗଣଶିକ୍ଷା ବିଭାଗର ମଧ୍ୟ ସମସ୍ତ ସ୍କୁଲ ପାଇଁ ସ୍ପଷ୍ଟ ନିର୍ଦେଶ ରହିଛି l ତାଛଡା ଶିକ୍ଷା ଅଧିକାର ଆଇନ ଧାରା 29, ସଂଶୋଧିତ ଜୁବେନାଇଲ ଜଷ୍ଟିସ ଆଇନ 2015 ଓ ବିଶେଷ କରି ଘରୋଇ ସ୍କୁଲ ଗୁଡିକୁ ସ୍ୱୀକୃତି ପ୍ରଦାନ ବେଳେ ଯୋଗ୍ୟତା ଅନୁଶାଙ୍କ ଆଠ ନମ୍ବର ଅନୁସାରେ ମଧ୍ୟ ଏହି ନିୟମ ରେ ସ୍କୁଲ ମାନେ ଏନ ସି ଇ ଆର ଟି ବହି ରେ ପାଠ ପଢ଼ାଇବାକୁ ସ୍ପଷ୍ଟ ନିର୍ଦେଶ ରହିଛି l ହେଲେ ପ୍ରାଇଭେଟ ସ୍କୁଲ ମାନେ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କlର ମୁନାଫା କରିବାକୁ ଏହି ଚକ୍ରବ୍ୟୁହ ରଚନା କରି ଶିକ୍ଷା ବିଭାଗର ଅସାଧୁ ଅଧିକାରୀ ମାନଙ୍କ ସାଲାସୁତୁରା ଓ ଭାଗିଦାରୀ ରେ ବର୍ଷ ବର୍ଷ ଧରି ଏହି ବେଆଇନ ବହି ବିକ୍ରି କରି ଚାଲିଛନ୍ତି l
ଯଦ୍ୱାରା କି ଅଭିଭାବକ ମାନେ ଅଯଥାରେ ଆର୍ଥିକ ବୋଝ ସହିବା ସହିତ କୋମଳ ମତି ପିଲାମାନେ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା କୁ ଡାକି ଆଣୁଛନ୍ତି l ଯଦି ନବମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ା ଓ ଜାତୀୟ ତଥା ରାଜ୍ୟରେ ସବୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ, ଆଦର୍ଶ ଆଦି ସବୁ ସ୍କୁଲରେ ରେ ପ୍ରଶ୍ନ ଓ ପାଠ ପଢ଼ା ଏନ ସି ଇ ଆର ଟି ବହିରୁ ଆସୁଛି ତେବେ ଏହି ଘରୋଇ ବିଦ୍ୟାଳୟ ମାନେ କାହିଁକି ଏଥିରୁ ବିଚ୍ୟୁତ ହେଉଛନ୍ତି? ତେଣୁ ଏହି ଅଗଣତାନ୍ତ୍ରିକ ମନୋମୁଖୀ ଭୁଲ ବହି ବିକ୍ରି କୁ ଦୀର୍ଘ ଦିନ ଧରି ଅଭିଭାବକ ମହାସଂଘ ବିରୋଧ କରି ଆସୁଛି l ଆଗରୁ ମଧ୍ୟ ବହୁ ବାର ଏଥିପାଇଁ ଆନ୍ଦୋଳନ ହୋଇଛି l ଆଜି ମହାସଂଘ ର ଆନ୍ଦୋଳନ ପରେ ପ୍ରାଥମିକ ଶିକ୍ଷା ନିର୍ଦେଶକ ବୃନ୍ଦାବନ ଶତପଥୀଙ୍କ ପ୍ରକୋଷ୍ଠ ରେ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱ ରେ ଅନୁଷ୍ଠିତ ବୈଠକ ରେ ଏହି ଆଇନ ର ପ୍ରମୁଖ ଖିଲାପକାରୀ ସେଣ୍ଟ ଜୋସେଫ ସ୍କୁଲ କୁ ବେଆଇନ ବହି ବିକ୍ରୀ ଓ ଫିସ ଆଦାୟ ପାଇଁ ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରା ଯାଇଥିଲା ଏଥି ସହିତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏନ ସି ଇ ଆର ଟି ବହି ରେ ପାଠ ପଢ଼ା ନିର୍ଦେଶ ର ସଠିକ କାର୍ଯ୍ୟକାରୀ ପାଇଁ ସ୍ପଷ୍ଟ ନିର୍ଦେଶ ଜାରି କରାଯାଇଛି l ତେଣୁ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟକାରିତା କୁ ଅପେକ୍ଷା କରି ମହାସଂଘ ଆଜିର ଆମରଣ ଅନଶନ କୁ ସ୍ଥଗିତ ରଖିଛି l ଆଜିର ଏହି ଆମରଣ ଅନଶନରେ ଅଧକ୍ଷ ବାସୁଦେବ ଭଟ୍ଟ,ସହଅଧକ୍ଷ ପ୍ରସନ୍ନ ବିଶୋଇ, ଭୁମୋହନ ପଟନାୟକ, ସତ୍ୟଜିତ ଦାଶ, ଅଶୋକ ପାଇକରାୟ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ପ୍ରଦୀପ୍ତ ମିଶ୍ର, କାର୍ତ୍ତିକ ସାହୁ, ଦେବାଶିଷ ବସନ୍ତିଆ, ସତ୍ୟବ୍ରତ ପରିଜା,କୃଷ୍ଣ ମହାନ୍ତି ନୃସିଂହ ସାହୁ, ପଦ୍ମନାଭ ସାହୁ,ରମେଶ ଭାରତୀ, ରଞ୍ଜନ ଦାଶ ଆଦି ଯୋଗ ଦେଇଥିଲେ l