Odisha news

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ର ଓଡିଶା ପୂର୍ବ ପ୍ରାନ୍ତ ଓ ଜିଲ୍ଲା ପରିଚୟ ବର୍ଗ ବୈଠକ

0

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ପୂର୍ବ ପ୍ରାନ୍ତ ଓ ଜିଲ୍ଲା ପରିଚୟ ବର୍ଗ ବୈଠକ ବଡ଼ବଡ଼ ବ୍ରିଟ୍ କଲୋନୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ ରେ ୧୨/୧୦/୨୫ ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ଶ୍ରୀ ଦିନକର ସବନୀସ ଯୋଗ ଦେଇଥିଲେ। ଅନ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଶ୍ରୀ ରାମଚନ୍ଦ୍ର ସ୍ଵାଇଁ, ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ, ଶ୍ରୀ ମହେନ୍ଦ୍ର କୁମାର ପ୍ରଧାନ, ଉପସଭାପତି ଓଡିଶା ପୂର୍ବପ୍ରାନ୍ତ,ଶ୍ରୀ ଦୀପକ ମହାନ୍ତି, କେନ୍ଦ୍ରୀୟ ପ୍ରଭାରୀ ଓଡିଶା ପୂର୍ବ, ଶ୍ରୀ ବଦ୍ରିନାରାୟଣ ମହାରଣା, ପୂର୍ବ କ୍ଷେତ୍ର ସହ ସଂଗଠନ ମନ୍ତ୍ରୀ, ଶ୍ରୀ ସୁଦର୍ଶନ ଦାସ ସହ ପ୍ରାନ୍ତ କାର୍ଯ୍ୟବାହ RSS ପାଳକ, ଶ୍ରୀ ଅଭୟ ଅନିର୍ବାଣ ସମ୍ପାଦକ ପୂର୍ବ ପ୍ରାନ୍ତ,ଶ୍ରୀ ସ୍ନେହାଂଶୁ ପଟ୍ଟନାୟକ, ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ,ଶ୍ରୀ ଅଜୟ କୁମାର ଚୌଧୁରୀ, ଭୁବନେଶ୍ୱର ମହାନଗର ସଭାପତି,ଶ୍ରୀ ଉଜ୍ୱଳ ପଣ୍ଡା, ସମ୍ପାଦକ ଭୁବନେଶ୍ୱର ମହାନଗର ଶ୍ରୀ ବିଧୁ  ଭୂଷଣ ନାୟକ ମହାନଗର ପ୍ରଭାରୀ ତଥା କୋଷାଧ୍ଯକ୍ଷ, ଓ ଶ୍ରୀମତୀ  ସସ୍ମିତା ମଙ୍ଗରାଜ, ମହିଳା ପ୍ରମୁଖ ଭୁବନେଶ୍ୱର ମହାନଗର ଯୋଗ ଦେଇଥିଲେ। ଏବଂ ପୂର୍ବ ପ୍ରାନ୍ତ ର ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଗ୍ରାହକ ମାନଙ୍କର ଅଧିକାର କୁ ସମାଜ ର ସମସ୍ତ ବର୍ଗ ମାନଙ୍କ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାଯ୍ୟ କରିବା ସହିତ ଆଇନ ଗତ ସହଯୋଗ ଦେବାକୁ ଏହି ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଆଲୋଚନା କରିଥିଲେ। ଏହି କ୍ରମରେ ସମସ୍ତ ଜିଲ୍ଲାରେ ଏକ ଦେୟମୁକ୍ତ ଗ୍ରାହକ ମାର୍ଗଦର୍ଶନ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇ ଥିଲା।

ବିଭିନ୍ନ୍ ସରକାରୀ ଓ ବେସରକାରୀ ସ୍ତରରେ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ର ଶୋଷଣ ର ସାମ୍ନା କରିବାକୁ ପଡୁଛି ବୋଲି ଅଭିଯୋଗ ଆସୁଅଛି। କିପରି ଏକ ଶୋଷଣ ମୁକ୍ତ ସମାଜ ଗଠନ କରାଯାଇପାରିବ ଓ ପ୍ରତ୍ୟକ ଗ୍ରାହକ କିପରି ଶୋଷଣ ମୁକ୍ତ ହେବେ ସେ ଦିଗରେ ବୈଠକରେ ପୁ୍ଖାନୁପୁଙ୍ଖ ଆଲୋଚନା କରାଗଲା.ତତସହିତ ପ୍ରତ୍ୟକ ସ୍କୁଲ କଲେଜ ରେ ଗ୍ରାହକ ସଚେତନତା ଶିବିର ମାନ ଆୟୋଜନ କରାଈ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସମାଜ କୁ ଶୋଷଣ ମୁକ୍ତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା l ବିଶେଷ କରି ଶତାଧିକ ମହିଳା ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ, ସମାଜ କୁ ସଂସ୍କାର ଆଣିବା ଦିଗରେ ମାଆ ମାନଙ୍କର ତଥା ସମଗ୍ର ମହିଳା ମାନଙ୍କର ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ l ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମହାନଗର ର 22ଟି ୱାର୍ଡ ର କମିଟି ଗଠନ କରି ପ୍ରମୁଖ ସଦସ୍ୟ ମାନଙ୍କୁ ଦାୟିତ୍ୱ ଦିଆଯାଇଛି l ଆଗାମୀ ଦିନରେ ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ କମିଟି ଗଠନ କରାଯିବ ବୋଲି ସଂଗଠନ ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି l ଏହି ୱାର୍ଡ ର ପ୍ରମୁଖ ମାନେ ସାଧାରଣ ଲୋକଙ୍କୁ ଗ୍ରାହକ ସମ୍ବଧୀୟ ସଚେତନତା ଓ ନାଗରିକ ଅଧିକାର ସୁରକ୍ଷା ବିଷୟରେ ସଚେତନ କରାଇବା ପାଇଁ ଦୃଢ ନିଷ୍ପତି ନେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କାର୍ଯ୍ୟକର୍ତ୍ତା ମାନଂକୁ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ ବିଷୟରେ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ଏକ ଶୋଷଣ ମୁକ୍ତ ସମାଜ ଗଠନ ଦିଗରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ନେବାକୁ କହିଛନ୍ତି l

Leave A Reply