ମଲାଈକା ଙ୍କ ଜିରା-ଜୁଆଣି ଡିଟକ୍ସ ୱାଟର କୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଖୁଲାସା : ଏହି ଡିଟକ୍ସ ୱାଟର ଶରୀର ପାଇଁ ଅମୃତ ସମାନ
ନିକଟରେ ବଲିଉଡ ଫିଟନେସ ଆଇକନ ମଲାଈକା ଆରୋଡା ଗୋଟିଏ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ କହିଥିଲେ ପ୍ରତିଦିନ ରାତିରେ ଜୀରା ଓ ଜୁଆଣି କୁ ପାଣିରେ ବତୁରାଈ ରଖି ଦିଅନ୍ତୁ, ଏବଂ ସକାଳୁ ତାହାକୁ ଭଲରେ ଫୁଟାଇ ଛାଣି ସେବନ କରନ୍ତୁ l
ଏହାଦ୍ୱାରା ଆପଣ ପାଇବେ ୫ଟି ଚମତ୍କାର ଲାଭ l ଏହାକୁ ନେଇ ନିକଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ରେ ମତ ରଖାଯାଇଛି, ଏହି ଗବେଷଣାରେ ୩୦ରୁ ୫୦ ବର୍ଷ ଆୟୁ ସୀମାର କିଛି ଲୋକଙ୍କୁ ସାମିଲ କରାଯାଇଥିଲା l ଯେଉଁଥିରେ ଏହାର ଚମତ୍କାର ଲାଭ ଦେଖିବାକୁ ମିଳିଥିଲା l
* ପ୍ରତିଦିନ ସକାଳୁ କାହିଁକି ଜୀରା -ଜୁଆଣି ପାଣି ପିଇବା ଜରୁରୀ ?
* ପାଚନ ତନ୍ତ୍ର ସୁଦୃଢ ରହିଥାଏ –
ଜୀରା ରେ ଥିବା ଥାଏମଲ ନାମକ ଏଞ୍ଜାଇମ ପେଟର ପାଚନ ରସ କୁ ପ୍ରଡକ୍ସନ କରିଥାଏ, ଯାହାଦ୍ୱାରା ଖାଦ୍ୟ ହଜମ ହୋଇଥାଏ, ଏବଂ ଯୁଆଣୀରେ କାର୍ମିନେଟିଭ ଗୁଣ ରହିଥାଏ, ଯାହା ଗ୍ୟାସ,ପେଟ ଫାମ୍ପିବା ଦୂର ହୋଇଥାଏ, ଏବଂ ପେଟ ସଫା ରୁହେ l
* ଓଜନ ହ୍ରାସରେ ଲାଭ –
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ମତ ଅନୁସାରେ ଜିରା ପାଣି ସେବନ ଦ୍ୱାରା ବଡି ଫ୍ୟାଟ ହ୍ରାସ ହୋଇଥାଏ, ଏବଂ ଶରୀର ର ଫ୍ୟାଟ ବ୍ରେକ ଡାଉନ ରେ ସାହାଯ୍ୟ କରିଥାଏ l ଜୁଆଣି ପାଣି ପୋଷାକ ତତ୍ୱ କୁ ଅବଶୋସିତ କରି ଉନ୍ନତ କରିଥାଏ l ଏବଂ ଏହା ପ୍ରଭାବଶାଳୀ ହୋଇଥିବା କାରଣରୁ ଓଜନ ହ୍ରାସ କରିଥାଏ l
* ଡିଟେକ୍ସ ପାଇଁ ପ୍ରଭାବଶାଳୀ –
ଜୀଆ ଜୁଆଣି ପାଣି ଗୋଟିଏ ପ୍ରାକୃତିକ ଡିଟେକ୍ସ ଡ୍ରିଂକ୍ସ, ଯାହାକି ଶରୀରକୁ ଭିତରୁ ସଫା ରଖିଥାଏ, ଏବଂ ଏହା ଅନ୍ତ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l ଏହି ପାନୀୟ ଅନ୍ତ କୁ ଶାନ୍ତ କରି ମେଟାବୋଲିଯିମ ୱେଷ୍ଟ କୁ ଧୀରେ ଧୀରେ ବାହାର କରିଥାଏ l
* ବ୍ଲଡ଼ ସୁଗାର କୁ ବାଲାନ୍ସ କରିଥାଏ –
ଯଦି ଆପଣ ଦିନ ସାରା ଏନର୍ଜି ଲେବୁଲ କୁ ବାଲାନ୍ସ କରିବାକୁ ଚାହୁଁଛନ୍ତି ତେବେ ଦିନର ଆରମ୍ଭ ବ୍ଲଡ଼ ସୁଗାର କୁ ବାଲାନ୍ସ ରଖୁଥିବା କୌଣସି ଡ୍ରିଂକ୍ସ ଦ୍ୱାରା କରିବା ଜରୁରୀ l ଜିରା ଜୁଆଣି ପାଣି ବ୍ଲଡ଼ ସୁଗାର କୁ ସନ୍ତୁଳିତ କରିଥାଏ ଏବଂ ଇନ୍ସୁଲିନ ସେନସିଟିଭ କୁ ଉନ୍ନତ କରିଥାଏ l
* ମନ ଉପରେ ମଧ୍ୟ ପ୍ରଭାବ ପକାଏ –
ସାଧାରଣ ଭାବରେ ହେଲ୍ଥ କୁ ଶରୀର ନିକଟରେ ସୀମିତ କରିଦିଆ ଯାଇଥାଏ, କିନ୍ତୁ ପ୍ରକୃତ ହେଲ୍ଥ ହେଲା ଯେଉଁଥିରେ ମନ କୁ ଶାନ୍ତି ମିଳିଥାଏ l ଜିରା-ଜୁଆଣି ପାଣି ଉଷୁମ ଉଷୁମ ସକାଳୁ ସେବନ କଲେ ଏହାର ସୁଗନ୍ଧ ମନରେ ପଜିଟିଭ ଭାଇବ୍ସା ଆଣିଥାଏ l