ବ୍ରହ୍ମପୁର–ଉଧନା (ସୁରତ) ମଧ୍ୟରେ “ଅମୃତ ଭାରତ ଏକ୍ସପ୍ରେସ” ଟ୍ରେନକୁ ମାନ୍ୟନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ
ଭୁବନେଶ୍ୱର, 24 ସେପ୍ଟେମ୍ବର 2025 : ଓଡିଶାର ବ୍ରହ୍ମପୁରକୁ ଗୁଜରାଟର ସୁରତ (ଉଧନା) ସହିତ ସଂଯୋଗ କରୁଥିବା “ଅମୃତ ଭାରତ ଏକ୍ସପ୍ରେସ” କୁ 27 ସେପ୍ଟେମ୍ବର 2025 ତାରିଖରେ ମାନ୍ୟନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ ।
ପ୍ରାରମ୍ଭିକ ଯାତ୍ରାରେ ଏହି ଟ୍ରେନ୍ 27 ସେପ୍ଟେମ୍ବର 2025 ତାରିଖରେ ମଧ୍ୟାହ୍ନ 12 ଘଟିକାରେ ବ୍ରହ୍ମପୁର ରେଳଷ୍ଟେସନ୍ ରୁ ଶୁଭାରମ୍ଭ କରାଯିବ । ଏହି ଟ୍ରେନର ନିୟମିତ ସେବା ପାଇଁ ସମୟ ସୂଚୀ ଶୀଘ୍ର ଘୋଷଣା କରାଯିବ ।
ନିମ୍ନ-ମଧ୍ୟମ ବର୍ଗୀୟ ଗଞ୍ଜମବାସୀଙ୍କ ପାଇଁ ବିଶେଷ ଲାଭ:
ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ଅଞ୍ଚଳର ଅନେକ ନିମ୍ନ-ମଧ୍ୟମ ବର୍ଗୀୟ ଯାତ୍ରୀ, ଶ୍ରମିକ ସୁରତ ଓ ପାଶ୍ୱର୍ତ୍ତୀୟ ଅଞ୍ଚଳରେ କାମ କରୁଛନ୍ତି । ଏହି ସେବା ସେମାନଙ୍କ ପାଇଁ ସୁରକ୍ଷିତ, ସୁବିଧାଜନକ, ଶୀଘ୍ର ଏବଂ ବିଶ୍ୱସନୀୟ ଯାତ୍ରାର ସୁବିଧା ପ୍ରଦାନ କରିବ । ପରିବାର ସହିତ ସାକ୍ଷାତ, ଘରକୁ ଫେରିବା ଓ ବିଭିନ୍ନ ଯାତ୍ରା ଆବଶ୍ୟକତା ପାଇଁ ଏହା ଦୂରତା କମେଇବ, ସୁବିଧା ବୃଦ୍ଧି କରିବ ଓ ସାମାଜିକ-ଆର୍ଥିକ କଳ୍ୟାଣରେ ଅବଦାନ ରଖିବ ।
ଅମୃତ ଭାରତ ଏକ୍ସପ୍ରେସର ବିଶେଷତା:
ସମ୍ପୂର୍ଣ୍ଣ ନନ୍-ଏ.ସି. ରେଳସେଟ୍ – ଜେନେରାଲ୍ (ଅଣସଂରକ୍ଷିତ) ଓ ସ୍ଲିପର୍ କ୍ଲାସ୍ କୋଚ୍, ପାନ୍ଟ୍ରିକାର୍ ଓ ଦିବ୍ୟାଙ୍ଗଜନ ସହିତ ଗାର୍ଡ୍ କମ୍ ଲଗେଜ୍ ଭ୍ୟାନ କୋଚ ।
ସୁବିଧାଜନକ ଅଭ୍ୟନ୍ତରୀଣ ଡିଜାଇନ୍ – ଭଲ ବର୍ଥ ଓ ସିଟ୍, “ବନ୍ଦେ ଭାରତ ସ୍ଲିପର୍” ଡିଜାଇନ୍ ସହିତ ଦୃଶ୍ୟମାନତା, ଏବଂ ସ୍ୱଚ୍ଛ ଯାତ୍ରା ଅଭିଜ୍ଞତା ପାଇଁ ସେମି-ଅଟୋମେଟିକ୍ କପଲର୍ ।
ପୁଶ-ପୁଲ୍ ଅପରେସନ୍ – ଟ୍ରେନର ଦୁଇ ପ୍ରାନ୍ତରେ ଇଞ୍ଜିନ୍, ଯାହାର ଗତି, ବ୍ରେକିଂ ଓ ଟର୍ନଆରାଉଣ୍ଡ୍ ସୁଧାର ଉପଲବ୍ଧ ।
ସୁରକ୍ଷା ସୁବିଧା:
ଦୁର୍ଘଟଣା ପ୍ରତିରୋଧ କୋଚ୍ ଡିଜାଇନ୍ ।
ସମସ୍ତ କୋଚ୍ ଓ ଲଗେଜ୍ ରୁମରେ CCTV।
ଟଏଲେଟ୍ ଓ ବିଦ୍ୟୁତ୍ କକ୍ଷରେ ଅଗ୍ନି-ନିରୋଧକ ସିଷ୍ଟମ୍ ।
EP ଆଧାରିତ ବ୍ରେକ୍ ସିଷ୍ଟମ୍ ।
ଯାତ୍ରୀ ଓ ଗାର୍ଡ୍/ଟ୍ରେନ୍ ମ୍ୟାନେଜର୍ ମଧ୍ୟରେ ଇମର୍ଜେନ୍ସି ଟକ୍-ବ୍ୟାକ୍ ସିଷ୍ଟମ୍।
ଯାତ୍ରୀ ସୁବିଧା:
USB Type-A ଓ Type-C ଚାର୍ଜିଂ ପଏଣ୍ଟ୍ ।
ଉନ୍ନତ ଧରଣର ଟଏଲେଟ୍ (ମୋଡ୍ୟୁଲାର୍ ଡିଜାଇନ୍, ପାଣି ସେନ୍ସର୍, ହାଇଜିନ୍) ।
ସୁବିଧାରେ ଚଳପ୍ରଚଳ ପାଇଁ ସୁରକ୍ଷିତ ଗ୍ୟାଙ୍ଗୱେ, କ୍ୱିକ୍-ରିଲିଜ୍ ମେକାନିଜମ୍ ।
ସ୍ନାକ୍ ଟେବୁଲ୍, ବୋତଲ୍ ହୋଲ୍ଡର୍, LED ଲାଇଟ୍, ସୁଧାରିତ ସିଡ଼ି ସହିତ ପ୍ରତି ବର୍ଥ କୁ ଯିବା ପାଇଁ ସୁବିଧା ଓ ସୁରକ୍ଷିତ ସରଞ୍ଜାମ ।
“ଅମୃତ ଭାରତ ଏକ୍ସପ୍ରେସ”ର ଲକ୍ଷ୍ୟ ସାଧାରଣ ଓ ନିମ୍ନ-ମଧ୍ୟମ ବର୍ଗୀୟ ଯାତ୍ରୀଙ୍କୁ ସୁବିଧାଜନକ ଯାତ୍ରା ଦେବା । ଅଧିକ ସୁବିଧା କିନ୍ତୁ ନିୟନ୍ତ୍ରିତ ଭଡ଼ା ସହିତ ଏହି ଟ୍ରେନ୍ ସାମାଜିକ-ଆର୍ଥିକ ସମାବେଶୀତାର ପ୍ରତୀକ ।
ଓଡିଶା–ଗୁଜରାଟ ସଂଯୋଗକୁ ସୁଦୃଢ କରିବ
ଏହି ନୂଆ ସେବା ଓଡିଶା ଓ ଗୁଜରାଟ ମଧ୍ୟରେ ସାମାଜିକ ଓ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବ । ବିଶେଷତଃ ଗଞ୍ଜାମର ନିମ୍ନ-ମଧ୍ୟମ ବର୍ଗୀୟ ଯାତ୍ରୀ ସମୁଦାୟ ପାଇଁ ଏହା ଏକ ଜୀବନ-ରେଖା ସାବ୍ୟସ୍ତ ହେବ ଯାହା ସେମାନଙ୍କୁ ଘର ଓ କାର୍ଯ୍ୟକ୍ଷେତ୍ର ସହିତ ସୁବିଧାଜନକ ଭାବରେ ସଂଯୋଗ କରିବ।