ଆମେରିକାରେ H1 B ଭିସା କୁ ନେଇ ନିୟମ ବଦଳି ଯାଇଛି, ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିଦେଶୀ କର୍ମଚାରୀଙ୍କ ପାଇଁ H1 B ଭିସା ର ନୂଆ ଆବେଦନ ପାଇଁ ୧ ଲକ୍ଷ ଡଲାର ଫିସ ଅନିର୍ବର୍ଯ୍ୟ କରିଦେଇଛନ୍ତି, ଭାରତୀୟ ମୁଦ୍ରା ରେ ଯାହାକି ୮୮ ଲକ୍ଷ ଅଟେ, ଟ୍ରମ୍ପ ଙ୍କ ଏହି ଘୋଷଣା ପରେ ଆମେରିକାରେ ନିକଟରେ ହତ୍ୟା କରାଯାଇଥିବା ଫାର ରାଇଟ ଆକ୍ଟିଭିଷ୍ଟ ଚାର୍ଲି କିର୍କ ଙ୍କର ଗୋଟିଏ ପୁରୁଣା ଟୁଇଟ ପୁଣିଥରେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ୟୁଟା ର ଗୋଟିଏ କଲେଜେ ଇଭେଣ୍ଟ ରେ ଗୁଳି କରି ହତ୍ୟା କରାଯିବାର ୬ଦିନ ପୂର୍ବର ପୁରୁଣା ପୁଣି ସାମ୍ନାକୁ ଆସିଛି l ସେ ନିଜ ଟୁଇଟ ରେ ଲେଖିଥିଲେ ଯେ ଆମେରିକା କୁ ଭାରତୀୟ ଲୋକଙ୍କ ପାଇଁ ଆଉ ଭିସା ର ଆବଶ୍ୟକତା ନାହିଁ l ‘
ଚାର୍ଲି କିର୍କ ସେପ୍ଟେମ୍ବର ୨ରେ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଲେଖିଥିଲେ ଯେ ‘ ବୋଧହୁଏ କୌଣସି ପ୍ରକାରର ନିୟମ ଦ୍ୱାରା ଆମେରିକୀୟ ଶ୍ରମିକ ଭାରତରୁ ଆସିଥିବା ଶ୍ରମିକ ମାନଙ୍କ ଭଳି ବିସ୍ଥାପିତ କରାଯାଇ ନାହିଁ, ବହୁତ ହୋଇଗଲା, ବାହାର ଲୋକଙ୍କ ଆସିବା ଦ୍ୱାରା ଆମେରିକାର ଜନସଂଖ୍ୟା ବୃଦ୍ଧି ହୋଇଯାଇଛି, ଆସନ୍ତୁ ବର୍ତମାନ ସମୟ ଆସି ଯାଇଛି ନିଜ ଦେଶର ନାଗରିକ ଙ୍କୁ ପ୍ରାଥମିକତା ଦେବା ‘ l
ଏହାର କିଛିଦିନ ପରେ ୧୦ ସେପ୍ଟେମ୍ବର ଗୋଟିଏ କାର୍ଯ୍ୟକ୍ରମ ସମୟ ରେ ଗନ ଭୈଓଲେନ୍ସ କୁ ନେଇ ଚର୍ଚା କରୁଥିବା ସମୟ ରେ ଚାର୍ଲି ଙ୍କୁ ହତ୍ୟା କରାଯାଇଥିଲା l କିର୍କ ଙ୍କର ଏହି ଟିପଣି ଗୋଟିଏ ଟେଲିଭିଜନ କାର୍ଯ୍ୟକ୍ରମ ସମୟ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନ ର ଜବାବ ଥିଲା l H1 B ଭିସା ବିଦେଶୀ କର୍ମଚାରୀ ଙ୍କୁ ହାୟର କରିବାର ଅନୁମତି ଦେଉଛି l ବିଶେଷ ଭାବରେ ଏହି ଭିସା ଟେକ୍ନୋଲୋଜି ଏବଂ ହାଇ ସ୍କିଲ ଚାକିରୀ ରେ ଦିଆଯାଇଥାଏ l