Odisha news

ରେନେଲ ହାଇପରଟେନ୍ସନ କଣ ? ଏବଂ ଏହାକୁ କିପରି କରିବେ କଣ୍ଟ୍ରୋଲ

0

ଯେତେବେଳେ କିଡ୍ନୀ ର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ, ତେବେ ଏହାର ପ୍ରଭାବ ବ୍ଲଡ଼ ପ୍ରେସର ଉପରେ ପଡିଥାଏ, ଏହି ସ୍ଥିତି କୁ ରେନଲ ହାଇପର ଟେନ୍ସନ କୁହାଯାଇଥାଏ, ଏହା କେବଳ ବ୍ଲଡ଼ ପ୍ରେସର ର ସମସ୍ୟା ନୁହେଁ, ବରଂ କିଡ୍ନୀ ଡ୍ୟାମେଜ ଓ ହାର୍ଟ ସମସ୍ୟାର କାରଣ ଅଟେ, ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ଏହାକୁ ସମୟ ଥାଉ ଥାଉ ଠିକ କରିବା ଜରୁରୀ l ଆସନ୍ତୁ  ରେନଲ ହାଇପର ଟେନ୍ସନ କଣ ?
ଦିଲ୍ଲୀ ଏମ୍ସ ର ଡାକ୍ତର ମାନେ ନିକଟରେ ଏହାକୁ ନେଇ ଗବେଷଣା କରିଛନ୍ତି, ଯଦି ସମୟ ଥାଉ ଥାଉ  ରେନଲ ହାଇପର ଟେନ୍ସନ ର କଣ୍ଟ୍ରୋଲ କରାଯାଇ ନଥାଏ ତେବେ ଏହା କିଡ୍ନୀ ଫେଲିଓର ର କାରଣ ହୋଇଥାଏ, ଏବଂ ହାର୍ଟ ଆଟାକ ମଧ୍ୟ କାରଣ ହୋଇଥାଏ l
ରେନଲ ହାଇପର ଟେନ୍ସନ ପାଇଁ କଣ ରହିଛି ପଦକ୍ଷେପ –
*  ରେନେଲ ହାଇପର ଟେନ୍ସନ କୁ କାବୁ କରିବା ପାଇଁ ସବୁଠୁ ବଡ଼ ପଦକ୍ଷେପ ପାଇଁ ସବୁଠୁ ବଡ଼ ପଦକ୍ଷେପ ହେଉଛି ଉଚିତ ଖାଦ୍ୟ ପେୟ ଜରୁରୀ ଅଟେ l
* ଅଧିକ ଲୁଣ ଖାଇବା ଉଚିତନୂହେଁ, ତେଣୁ କମ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ l
* ରେନେଲ ହାଇପରଟେନ୍ସନ ବ୍ୟକ୍ତିଙ୍କ ପାଇଁ ପୋଟାସିୟମ ଯୁକ୍ତ ଖାଦ୍ୟ ଅଧିକ ଜରୁରୀ, ତେଣୁ ନିୟମିତ କଦଳୀ, ନାରଙ୍ଗୀ, ସବୁଜ ପନିପରିବା ପୋଟାସିୟମ ରେ ଭରପୁର ଅଟେ, ଯାହାକି ବ୍ଲଡ଼ ପ୍ରେସର ସନ୍ତୁଳିତ ରଖିଥାଏ l
* ରେନେଲ ହାଇପରଟେନ୍ସନ ରେ ପୀଡିତ ବ୍ୟକ୍ତି ପ୍ରୋସେସଡ଼ ଫୁଡ, ପ୍ୟାକେଟ ଫୁଡ, ସ୍ନାକ୍ସ , ଇନଷ୍ଟାଣ୍ଟ ନୁଡୁଲସ ଏବଂ ଫ୍ରଜୋନ ଫୁଡ଼ଶ ବ୍ଲଡ଼ ପ୍ରେସର ର ସ୍ଥିତି କୁ ବିଗାଡି ପାରେ l
ନିୟମିତ ବ୍ୟାୟାମ କରିବା ଜରୁରୀ –
– ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରନ୍ତୁ l
– ପ୍ରତ୍ୟେକ ଦିନ ସ୍ୱଇମିଙ୍ଗ କରନ୍ତୁ l
– ନିୟମିତ ବ୍ୟାୟାମ କରିବା ଦ୍ୱାରା ହାର୍ଟ ମଜବୁତ ହୋଇଥାଏ l
– ଓଜନ ସନ୍ତୁଳିତ ରଖିବା ଜରୁରୀ l
– ରେନେଲ ହାଇପରଟେନ୍ସନ ରୋଗୀ ନିୟମିତ ନିଜ କିଡ୍ନୀ ଓ ହାର୍ଟ ର ଯାଞ୍ଚ କରାଇବା ଜରୁରୀ l
– ନିଜ ରକ୍ତ ଏବଂ ପରିସ୍ରା ଟେଷ୍ଟ କରି ନିଜ କିଡ୍ନୀ ର ଯାଞ୍ଚ କରନ୍ତୁ l
– ନିଜ ନିୟମିତ ଚେକ-ଅଫ ଦ୍ୱାରା ରେନେଲ ହାଇପରଟେନ୍ସନ କୁ ସନ୍ତୁଳନ ରଖିପାରିବେ l

Leave A Reply