Odisha news

ପ୍ରଦୂଷଣ ମୁକ୍ତ ଦୀପାବଳି ପାଇଁ ଆହ୍ୱାନ

0

ଭୁବନେଶ୍ୱର, ୧୨/୧୧- ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଭୁବନେଶ୍ୱବର ରୋଟ୍ରାକ୍ଟ କ୍ଲବ ପକ୍ଷରୁ କରୋନା ସଚେତନତା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ୱାନ କରାଯାଇଛି ।

ରୋଟ୍ରାକ୍ଟ କ୍ଲବର ସଭାପତି ସଚିନ କୁମାର ମିର୍ଲିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁନିକୁନି ପିଲାମାନଙ୍କୁ ଦୀପ, ଖାତା, ପେନ୍ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା । ଏଥି ସହିତ କରୋନା ମହାମାରୀର ଭୟାବହତା ଭିତରେ କେମିତି ସତର୍କତା ଅବଲମ୍ବନ କରାଯିବ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ କହିଥିଲେ । ଆଗାମୀ ଦୀପାବଳୀରେ ବାଣ ନ ଫୁଟାଇ ଘରେ ରହି ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ପରାମର୍ଶ ଦେଇଥିଲେ । କରୋନା ପ୍ରଭାବ ବର୍ତ୍ତମାନ କମୁଥିଲେ ମଧ୍ୟ ଶୀତ ପାଇଁ ଦ୍ୱିତୀୟ ଲହରୀ ଆସିପାରେ । ତେଣୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । କରୋନା ରୋଗୀଙ୍କ ପାଇଁ ସୁସ୍ଥ ଅମ୍ଳଜାନର ଆବଶ୍ୟକତା ରହିଛି । ତେଣୁ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ବାଣ ଫୁଟାରୁ ନିବୃତ୍ତ ରହିଲେ ଅନେକ ଜୀବନ ମୃତୁ୍ୟ ମୁଖରୁ ରୋକାଯାଇ ପାରିବ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜିବି ସୁକାନ୍ତ କୁମାର ସାହୁ, ପ୍ରଭାତ କୁମାର ସେଠୀ ଓ ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ । କ୍ଲବର ୧୦ଜଣ ସଦସ୍ୟ ସହଯୋଗ କରିଥିଲା ବେଳେ ସମ୍ପାଦକ ବିଶ୍ୱଜିତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply