Odisha news

ରାଜଧାନୀରୁ କୋଟିଏ ଟଙ୍କାର ଡ୍ରଗ୍ସ ଜବତ : ଡିଲର ଗିରଫ , ସୀମା ସୁରକ୍ଷା ଢିଲା , ଜଳେଶ୍ୱର ବାଟେ ପସି ଆସୁଛନ୍ତି ମାଫିଆ

0

ଭୁବନେଶ୍ୱର,(ନି.ପ୍ର): ପଶ୍ଚିମବଙ୍ଗ ସୀମା ସୁରକ୍ଷା ଢିଲା ରହିବାରୁ ବାଲେଶ୍ୱର ଜଳେଶ୍ୱର ଦେଇ ଡ୍ରଗ୍ସ ମାଫିଆ ଓଡିଶା ପଶି ଆସଛନ୍ତି । ପଶ୍ଚମିବଙ୍ଗରୁ ଭୁବନେଶ୍ୱର ଭାୟା ଜଳେଶ୍ୱର ଦେଇ ବ୍ରାଉନସଗାର କାରବାର ହେଉଥିବା ବାରମ୍ବାର ଜଣାପଡୁଥିଲେ ମଧ୍ୟ ରୋକ୍ ଲଗାଇ ପାରୁନାହାନ୍ତି ସୀମା ସରକ୍ଷା କମାଣ୍ଡୋ । ଦଶ ମାସରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୪୪ଜଣଙ୍କୁ ଗିରଫ କଲାଣି । ୩୦ କେଜିରୁ ଉଦ୍ଧ୍ୱର୍ ବ୍ରାଉନସଗାର ଜବତ କରିସାରିଥିବାବେଳେ ପୁଣି ଶନିବାର ରାଜଧାନୀରୁ ଡ୍ରଗ୍ସ ଡିଲରଙ୍କୁ ଗିରଫ କରିଛି ଏସଟିଏଫ୍ ।

ତା’ ନିକଟରୁ ଏ କୋଟି ୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହର ମୂଲ୍ୟ ଏକ କୋଟି ଟଙ୍କ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚ ବ୍ରାଉନସୁଗାର କାରବାର ଧରିବାରେ ସଫଳତାର ଡିମଡିମ୍ ପିଟୁଥିବାବେଳେ ଡ୍ରଗ୍ସ ମାଫିଆ ମଧ୍ୟ କାରବାର ଶିର୍ଷରେ ଅଛନ୍ତି । ବହୁଳ କାରବାର ହେଉନଥିଲେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୁଅନ୍ତ ନାହିଁ ବୋଲି ମତ ଦେଉଛନ୍ତି ନିଶା ବିଶେଷଜ୍ଞ । ୧୦ ମାସ ମଧ୍ୟରେ ୪୪ ଜଣଙ୍କ ନିକଟରୁ ୩୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ମାଲ୍ ଜବତ ହେଲାଣି । ଭୁବନେଶ୍ୱରର ଗିରଫ ହୋଇଥିବା ଡ୍ରଗ୍ସ ଡିଲର ବାଲେଶ୍ୱର ସେକ ହସିମ ବକ୍ସ । ସେ ଜଳେଶ୍ୱରରୁ ମାଲ୍ ଆଣି ଭବନେଶ୍ୱର ଆସୁଥିବା ସୂଚନା ପାଇବାପରେ ତାକୁ ଧରିବାପାଇଁ ଏସ୍ଟିଏଫ୍ ଜାଲ ବିଛାଇଥିଲା । ଜାଲରେ ଧରା ପଡିବାପରେ ତା’ ନିକଟରୁ କେଜିଏ ବ୍ରାଉନସୁଗାର ଜବତ ହେଲା । ସେକ୍ ହସିମ୍ ବକ୍ସକୁ ଏସ୍ଟିଏଫ୍ କୋର୍ଟ ଚାଲାଣ କରିବାପରେ ଜାମିନ୍ ନାମଞ୍ଜୁର ହୋଇଯିବା ପରେ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ଡ୍ରଗ୍ସ ବିକ୍ରି ଟଙ୍କା ମାଫିଆ ଆତଙ୍କବାଦୀଙ୍କୁ ଯୋଗାଉଥିବା ବାସ୍ନା ମିଳିଥିଲେ ମଧ୍ୟ ମୂଳ ସ୍ଥାନରେ ପୋଲିସ ପହଞ୍ଚô ପାରୁନାହିଁ । ଓଡିଶାରେ ଯେପରି ଗଞ୍ଜେଇ କାରବରରୁ ମାଓବାଦୀ ଅର୍ଥ ସଂଗ୍ରହ କରୁଛନ୍ତି ସେହିପରି ବିଶ୍ୱ ବଜାରରେ ଡ୍ରଗ୍ସ କାରବାରର ଟଙ୍କା ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଛି । ସେହି ଟଙ୍କାରେ ସେମାନେ ଅସ୍ତ୍ରଶସ୍ତ୍ର କିଣି ଆମ ଦେଶ ବିରୋଧି କାମ କରୁଛନ୍ତି । ଓଡିଶାରୁ ଧରାପଡୁଥିବା ଡ୍ରଗ୍ସ ମାଫିଆମାନଙ୍କ ଚେର ନେପାଳ, ଆଫଗାନିସ୍ତାନ୍, ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ମଖ୍ୟତଃ ଏସବୁ ନିଶା ଜଳପଥରେ କାରବାର ହେଉଛି । ଓଡିଶାକୁ ପଶ୍ଚିମବଙ୍ଗ ସୀମାନ୍ତ ଦେଇ ବ୍ରାଉନସୁଗାର ବିପୁଳ ମାତ୍ରାରରେ କାରବାର ହେଉଛି ।

ଜଣେ ଲେଖାଁ ମାଫିଆଙ୍କ ଠାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହେବାରୁ ସ୍ପଷ୍ଟ ଅନମେୟ ହେଉଛି କାରବାର କେଉଁ ମାତ୍ରାରେ ହେଉଛି । ତେଣୁ ଟାକ୍ସ ଫୋର୍ସ କେବଳ ଡ୍ରଗ୍ସ ଗ୍ରାହକଙ୍କୁ କିମ୍ବା ଡିଲରଙ୍କୁ ଗିରଫ କଲେ ହେବ ନାହିଁ । କିପରି କାରବାର ରୋକାଯାଇ ପାରିବ ସେ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ବିଶାରଦମାନେ ମତ ଦେଉଛନ୍ତି । ଏହି କାରବାରରେ ଯବପିଢୀ ସାମିଲ ରହୁଛନ୍ତି । ସେବନ ମଧ୍ୟ ଯୁବପିଢୀ କରୁଛନ୍ତି । ଶିକ୍ଷିତ ଯୁବକ, ଯୁବତୀଙ୍କ ମାଧ୍ୟମରେ ଡ୍ରଗ୍ସ କାରବାର ସହଜରେ କରାଯାଇ ପାରୁଛି । ବାହକ କେବଳ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଣ ବାବଦକୁ ଟଙ୍କା ନେଇଥାନ୍ତି । ହେଲେ, ଡ୍ରଗ୍ସ କାରବାରରୁ ମିଳୁଥିବା ବିପୁଳ ପରିମାଣ ଲାଭର ୫୦ ଭାଗ ଆତଙ୍କବାଦୀଙ୍କ ତହବିଲ୍କୁ ଚାଲିଯାଉଥିବା କୁହାଯାଉଛି ।

Leave A Reply