Odisha news

ଆଇସ୍‌-ବାଥ୍‌ର ଏପାଖ ସେପାଖ

0

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ବ୍ୟବସାୟୀ ଲେଡ଼ି ଗାଗା ଏବଂ ଅନେକ ଆଗଧାଡ଼ିର ସେଲିବ୍ରିଟି ଓ କ୍ରୀଡ଼ାବିତ୍‌ ଜୋର୍‌ ଦେଇ କହୁଛନ୍ତି ଯେ ନିୟମିତ ବରଫରେ ଗାଧେଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ୩୪ ବର୍ଷୀୟା ପପ୍‌ଷ୍ଟାର୍‌ ଗାଗା କହିଛନ୍ତି ବରଫ ଭର୍ତ୍ତି ହୋଇଥିବା କୁଣ୍ଡରେ ନିୟମିତ ଗାଧୋଇ ସେ ଅନେକ ଉପକାର ପାଉଛନ୍ତି – କ୍ଳାନ୍ତି ଦୂର ହେଉଛି, ବହୁଦିନର ଶାରୀରିକ ଯନ୍ତ୍ରଣାରୁ ତ୍ରାହି ମିଳୁଛି ଏବଂ ସୁନିଦ୍ରା ହେଉଛି । ଗାଗା ଦଶ ମିନିଟ୍‌ର ଆଇସ୍‌- ବାଥ୍‌ ପରେ ୨୦ ମିନିଟ୍‌ ହଟ୍‌-ବାଥ୍‌ କରନ୍ତି । ଏ ବିଷୟରେ ସେ ପ୍ରଥମେ ୨୦୧୬ରେ ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଜଣାଇଥିଲେ । ସେ ଏକଥା ମଧ୍ୟ ଲେଖିଥିଲେ ଯେ ଆଇସ୍‌-ବାଥ୍‌ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ୁଛି । କି;ୁ ଜଣେ ଅସ୍ଥିଶଲ୍ୟ ଚିକିତ୍ସକ ଏ ସବୁକୁ ଖଣ୍ଡନ କରି କହିଛନ୍ତି ଆଇସ୍‌-ବାଥ୍‌ ଯୋଗୁ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ଅତ୍ୟଧିକ କମିଯାଏ । ରକ୍ତସଞ୍ଚାଳନକୁ ମନ୍ଥର କରିଦିଏ ବରଫ । ଏହାଦ୍ୱାରା ହୃଦ୍‌ଘାତ ବା ମସ୍ତିସ୍କା

Leave A Reply