Odisha news

ବାସ୍ତୁଶାସ୍ତ୍ର ଅନୁସାରେ ୨୦୨୫ ନୂତନ ବର୍ଷରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ , ବର୍ଷ ସାରା ପାଇବେ ଈଶ୍ୱର ଙ୍କ କୃପା 

0
ଇଂରାଜୀ ନୂଆବର୍ଷ ୨୦୨୫ ଆଉ ରହିଲା ଗୋଟିଏ ଦିନ ବାକି l ନୂଆବର୍ଷ କୁ ନେଇ ଚାରିଆଡେ ଖୁବ ଜୋରେ ପ୍ରସ୍ତୁତି ଚାଲିଛି l କିନ୍ତୁ ସମ୍ପୂର୍ଣ ବର୍ଷଟି ଭଲରେ ଯିବା ପାଇଁ ବାସ୍ତୁବିତ ମାନେ ନିଜର ମତ ରଖିଛନ୍ତି l  ଵାସ୍ତୁବିତ ଙ୍କ ମତରେ ୨୦୨୫ ନୂଆବର୍ଷ ରେ କିଛିଟା ଜିନିଷ କୁ ଘରକୁ ଆଣିବା ଦ୍ୱାରା ବର୍ଷସାରା ଜୀବନ ରେ ସୁଖସମୃଦ୍ଧି ସ୍ଥାୟୀ ହୋଇ ରହିବ l
– ପିତଳ ଜିନିଷ :
ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆମେ ନୂଆବର୍ଷ ଅବସରରେ ଘରକୁ ପିତ୍ତଳ, କିମ୍ବା ତମ୍ବା ର ହାତୀ ଆଣିବା ଏହା ଶୁଭପ୍ରଦ ରହିବ l ହାତୀ ହିନ୍ଦୁ ଧର୍ମରେ ଖୁବ ଶୁଭ ଅଟେ l ହାତୀ ର ମୂର୍ତ୍ତିକୁ ମାଲକ୍ଷ୍ମୀ ଙ୍କ ନିକଟରେ ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l
– କୃଷ୍ଣ ଙ୍କ ପ୍ରିୟ ଜିନିଷ ମୟୁର ଚନ୍ଦ୍ରିକା
ନୂଆବର୍ଷ ରେ ଘରକୁ ମୟୁର ଚନ୍ଦ୍ରିକା ଆଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଘରକୁ ସୁଖଶାନ୍ତି ର ଆଗମନ ହୋଇଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ ମୟୁର ଚନ୍ଦ୍ରିକା ରହିଥାଏ ସେଠାରେ ସର୍ବଦା ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ l ଏବଂ ଉକ୍ତ ଗୃହ ର ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ସଫଳତା ଲାଭ କରି ଥାଆନ୍ତି l
– ଶାମୀ ବୃକ୍ଷ –
ଯଦି ଆପଣ ଅର୍ଥୀ ଦୃଷ୍ଟିରୁ ସମୃଧ ହେବାକୁ ଚାହୁଁଛନ୍ତି ତେବେ ନୂଆବର୍ଷରେ ଘରକୁ ଗୋଟିଏ ଶାମି ବୃକ୍ଷ ଆଣନ୍ତୁ l ବାସ୍ତୁଶାସ୍ତ୍ର ଅନୁସାରେ ଶାମି ବୃକ୍ଷ ଘରର ଦରିଦ୍ରତା ବିନାଶ କରିଥାଏ l ଏବଂ ସମୃଦ୍ଧିର ଆଗମନ ହୋଇଥାଏ l
– ରୂପା ଜିନିଷ –
 ନୂଆବର୍ଷ ରେ ଘରର ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ଘରକୁ ପିତଳ କିମ୍ବା ଚାନ୍ଦି ର ଗୋଟିଏ କଇଁଛ ଆଣନ୍ତୁ l ଏହା ଘରେ ସକାରାତ୍ମକ ଶକ୍ତିର ବିକାଶ ହୋଇଥାଏ l ଏବଂ ଦରିଦ୍ରତା ଦୂର ହୋଇଥାଏ l
ନୂଆବର୍ଷ ସମସ୍ତଙ୍କ ପାଇଁ. ଅଙ୍ଗଳମୟ ହେ
Leave A Reply